ବିଦ୍ୟୁତ ଆଘାତରେ ଶ୍ରମିକଙ୍କ ମୃତ୍ୟୁ
7/07/2020 at 3:31 PM

ବୌଦ୍ଧ୭/୭: ବିଦ୍ୟୁତ ଆଘାତରେ ଶ୍ରମିକଙ୍କ ମୃତ୍ୟୁ। ବୌଦ୍ଧ ଥାନା ଅନ୍ତର୍ଗତ ଗମ୍ଭାରୀ ପଦର ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ବୌଦ୍ଧ ସହରର ବାସିନ୍ଦା। ଗୋଦାମ ଘରେ କାମ କରିବା ବେଳେ ବିଦ୍ୟୁତ ଆଘାତରେ ମୃତ୍ୟୁ କରିଛନ୍ତି। ମିଳିଥିବା ସୂଚନା ମୁତାବକ, ଗମ୍ଭାରୀ ପଦର ଗ୍ରାମର ଶଶୀ ଭୁଷଣ ପାଣ୍ଡେ। ତାଙ୍କ ବୟସ ୫୦ ବର୍ଷ। ସେ ଶ୍ରମିକ ଭାବେ ଗମ୍ଭୀରୀ ପଦର ଗାଁରେ ରହି କାମ କରନ୍ତି। ମଙ୍ଗଳବାର ଗ୍ରାମର ଖମ୍ବେଶ୍ୱରୀ ମନ୍ଦିର ନିକଟରେ ଜଣେ ବ୍ୟବସାୟୀଙ୍କ ଗୋଦାମ ଘର ନିକଟକୁ କାମ କରିବାକୁ ଯାଇଥିଲେ।
ମଙ୍ଗଳବାର ସକାଳ ପ୍ରାୟ ୧୨ ସମୟରେ ବାଇଣ୍ଡିଂ ତାର ବାନ୍ଧୁଥିବା ସମୟରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ସେଠାରୁ ଉଦ୍ଧାର କରାଯାଇ ବୌଦ୍ଧ ଡାକ୍ତରଖାନାକୁ ଅଣାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ମୃତ ଘୋଷଣା କରିଥିଲେ। ସୂଚନାଯୋଗ୍ୟ ଯେ ମୃତକଙ୍କ ପତ୍ନୀ ମଧ୍ୟ ସେଠାରେ କାମ କରୁଥିଲେ । ଖବର ପାଇ ବୌଦ୍ଧ ପୋଲିସ ପହଁଞ୍ଚି ଘଟଣାର ଅଧିକ ତଦନ୍ତ କରୁଥିବା ଜଣାପଡିଛି ।