Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାରିପଦା : ଦିନ ଦ୍ବିପ୍ରହରରେ ଲୁଟ୍, ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲେ ଦୁର୍ବୃତ୍ତ
  • ||
  • ବାରିପଦା : ୪୦ ଲକ୍ଷ ଟଙ୍କାର ଧଳା ଜହର ଜବତ, ଜଣେ ଗିରଫ
  • ||
  • ଖୋର୍ଦ୍ଧା : ଅଟୋ ଓ କାର୍ ମୁହାଁମୁହିଁ ଧକ୍କା, ୮ ଆହତ
  • ||
  • ଝାରସୁଗୁଡା : ଜାଲ୍ ନୋଟ୍ କାରବାରର ପର୍ଦ୍ଦାଫାଶ, ୫୭ହଜାର ଟଙ୍କାର ନକଲି ନୋଟ୍ ଜବତ, ରେଳବାଇ କର୍ମଚାରୀ ଗିରଫ
  • ||
  • ପୁରୀ : ମହାପ୍ରଭୁଙ୍କ ଦର୍ଶନ ପାଇଁ ବ୍ୟାରିକେଡ଼ରେ କରିଥିଲେ ଅପେକ୍ଷା, ହଠାତ୍ ଅସୁସ୍ଥ ହୋଇପଡିଲେ ଭକ୍ତ
  • ||
  • ଅନୁଗୋଳ : ଅନନ୍ତ କୋଇଲା ଖଣିରେ ଅଘଟଣ, କୋଇଲା ଲୋଡିଂ ବେଳେ ପୋତିହୋଇଗଲେ ଜଣେ
  • ||
  • ବ୍ରହ୍ମପୁର : ଭିଜିଲାନ୍ସ ପଞ୍ଝାରେ ଆରଆଇ, ଜମି ନିର୍ଦ୍ଧାରଣ ପାଇଁ ୫ ହଜାର ଟଙ୍କା ନେବାବେଳେ ଧରାପଡିଲେ
  • ||
  • ଭୁବନେଶ୍ବର : ଦିନରେ ରଙ୍ଗମିସ୍ତ୍ରୀ, ରାତିରେ ଚୋରୀ, ୫ ବର୍ଷ ଧରି ଖୋଜୁଥିଲା ପୋଲିସ, ଶେଷରେ ଧରାପଡିଲା
  • ||
  • କଟକ : ରମଜାନ ପାଇଁ ସିଏମସିର ଗାଇଡ୍‌ଲାଇନ୍, ନମାଜ ପାଠ ପାଇଁ ୧୦୦ ଲୋକଙ୍କୁ ଅନୁମତି
  • ||
  • ଜଳେଶ୍ବର : ନଦୀ ପଠାରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଠାବ, ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ଆଣିଲେ ବାପଘର
  • ||

ବିଦ୍ୟୁତ ତାର ଲଗାଇ ୪ଟି ମାଙ୍କଡ଼ ଏବଂ ୪ଟି କୁକୁରକୁ ମାରି ଦେଲେ ଚାଷୀ, ସ୍ଥାନୀୟ ଲୋକଙ୍କ ମୁହଁରେ କେବଳ ଗୋଟିଏ ପ୍ରଶ୍ନ

13/07/2020 at 4:21 PM

ଭଦ୍ରକ୧୩/୭: କରୋନା କଟକଣାରେ ମଣିଷ ଗଣ୍ଡେ ଖାଇବାକୁ ପାଉ ନାହିଁ। ହୋଟେଲ ବଜାର ବନ୍ଦ ଯୋଗୁଁ ପଶୁ-ପକ୍ଷୀମାନେ ମଧ୍ୟ ବି ଖାଇବାକୁ ପାଉ ନାହାନ୍ତି। ଯଦି କାହା ବାଡିରୁ ଫସଲ ଖାଇବାକୁ ଗଲେ, ସେମାନଙ୍କୁ ବିଦ୍ୟୁତ ତାର ଲଗାଇ ମାରି ଦେଉଛନ୍ତି। ଭଦ୍ରକ ଜିଲ୍ଳା ତିହିଡି ଥାନା କୁବେରା ପଞ୍ଚାୟତର କାଳିପଡିଆ ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି। ସେହି ଅଞ୍ଚଳରେ କରାଯାଇଥିବା ପନିପରିବା ଚାଷକୁ ମାଙ୍କଡ଼ମାନେ ନଷ୍ଟ କରୁଥିଲେ। ବାରମ୍ବାର ଏଭଳି ପନି ପରିବା ନଷ୍ଟ ହେଉଥିବା ଦେଖି ସେହି ଗାଁର ଜଣେ ଜନୈକ ବ୍ୟକ୍ତି ନିଜ ଚଷା ଜମିର ଚାରିପଟେ ବିଦ୍ୟୁତ ସଂଯୋଗ ଥିବା ତାର ବାଡ ଘେରାଇ ଦେଇଥିଲେ।

ପୂର୍ବପରି ମାଙ୍କଡାମାନେ ଚାଷଜମିରେ ହୋଇଥିବା ପନି ପରିବା ଖାଇବାକୁ ପାଳ ଭିତରୁ ପଶିଥିଲେ। ପଶୁମାନେ କେମିତି ଜାଣିବେ ଯେ, ଚାଷୀ ଭାଇ ନିଜ ଚାଷ ଜମିର ଚାରିପଟେ ବିଦ୍ୟୁତ ତାର ଘେରାଇ ଦେଇଛି। ଯେତେବେଳେ ମାଙ୍କଡ଼ମାନେ ପାଳ ଭିତରକୁ ପଶିଛନ୍ତି, ସେହି ସମୟରେ ବିଦ୍ୟୁତ ତାର ଆଘାତରେ ସେମାନଙ୍କର ମୃତ୍ୟୁ ହୋଇଯାଇଥିଲା। ଏହି ବିଦ୍ୟୁତ ତାର ଆଘାତରେ ୪ଟି ମାଙ୍କଡ଼ ଛଟପଟ ହୋଇ ମରି ଯାଇଥିଲେ। ଏମାନଙ୍କ ସହ ସେଠାରେ ବୁଲୁଥିବା ୪ଟି କୁକୁର ମଧ୍ୟ ଏହି ତାର ସଂପର୍ଶରେ ଆସି ସେଠାରେ ମରିଯାଇଥିଲେ ।

ଏହି ଘଟଣା କୁ ସ୍ଥାନୀୟ ଅଞ୍ଚଳର କେତେକ ବ୍ୟକ୍ତି ସୋସିଆଲ ମିଡିଆରେ ଭାଇରାଲ କରି ଦେଇଥିଲେ । ପରେ ସଂପୃକ୍ତ ବ୍ୟକ୍ତି ସଂପୂର୍ଣ୍ଣ ଅଞ୍ଚଳରୁ ମାଙ୍କଡ଼ ଓ କୁକୁରଙ୍କ ମୃତ ଦେହକୁ ସଫା କରି ଦେଇଥିବା ସୂଚନା ମିଳିଛି । ଏଠି ପ୍ରଶ୍ନ ଉଠୁଛି, ରାତି ହେଉ କିମ୍ବା ଦିନରେ ଯଦି କୌଣସି ବ୍ୟକ୍ତି ବା ଛୋଟ ପିଲା ନ ଜାଣି ସେହି ବାଡିକୁ ପ୍ରବେଶ କରିଥାନ୍ତେ, ତେବେ ଅବସ୍ଥା କଣ ହୋଇଥାଆନ୍ତା ? ସ୍ଥାନୀୟ ଲୋକ କେବଳ ଏହି ଗୋଟିଏ ପ୍ରଶ୍ନ ଉଠାଉଛନ୍ତି।

   Related Posts