ଲଞ୍ଚ ହେବ ଇଲେକ୍ଟ୍ରିକ ସ୍କୁଟର ‘ସ୍ପୋକ’, ଥରେ ଚାର୍ଜ ହେଲେ ଯିବ ୧୩୦ କିଲୋମିଟର

Published By : Prameya-News7 Bureau | June 30, 2019 IST

ଦେଶରେ ପରିବହନ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଇଲେକ୍ଟ୍ରିକ ବାହନ କମ୍ପାନୀ ଲାଇ-ଅନସ ଇଲେକ୍ଟ୍ରିକ ସଲ୍ୟୁସନ ଖୁବ୍ ଶୀଘ୍ର ଲଞ୍ଚ କରିବାକୁ ଯାଉଛନ୍ତି ନୂଆ ଇଲେକ୍ଟ୍ରିକ୍ ସ୍କୁଟର ସ୍ପୋକ। ୬୫ ହଜାରରୁଆରମ୍ଭ କରି ୯୯ ହଜାର ୯୯୯ ଟଙ୍କା ଅନରୋଡ ପ୍ରାଇସ୍ ରଖା ଯାଇଥିବା ସ୍କୁଟରର କଣ ରହିଛି ଫିଚର ଆସନ୍ତୁ ଜାଣିବା।

{"id":129047}

ସ୍କୁଟରରେ ୧୨ ଇଞ୍ଚର ଟ୍ୟୁବଲେସ୍ ଟାୟାର ଲାଗିଛି। ଯାହାକି ଟ୍ରବୁଲ ଫ୍ରି ରାଇଡ ପାଇଁ ବେଶ ଉତ୍ତମ। ଏଥିରେ ଲାଗିଥିବା ବ୍ୟାଟେରୀ ୩ ଘଣ୍ଟାରେ ପୂର୍ଣ୍ଣ ଚାର୍ଜ ହୋଇପାରୁଛି। ଏହି ବ୍ୟାଟେରୀ ଡିଟଚେବଲ ଓ ଗାଡିରୁ କାଢି ଡେସ୍କଟପରେ ଚାର୍ଜ କରିହେବ। ଥରେ ଚାର୍ଜ ହେଲେ ବ୍ୟାଟେରୀ ୧୩୦ କିଲୋମିଟର ପର୍ଯ୍ୟନ୍ତ ଯାତାୟାତ କରିପାରିବ। ଏହି ସ୍କୁଟରର ଘଣ୍ଟା ପ୍ରତି ବେଗ ୪୫ କିଲୋମିଟରରେ ଚାଲିବ। 

{"id":129048}

ଚଳିତମାସରେ କମ୍ପାନୀ ଭାରତୀୟ ବଜାରରେ ସ୍କୁଟରର ବ୍ୟବସାୟିକ ଲଞ୍ଚ କରିବେ। ଭାରତୀୟ ସଡକ ଓ ଡ୍ରାଇଭିଂ କୁ ଦୃଷ୍ଟିରେ ରଖି କମ୍ପାନୀ ଏହି ସ୍କୁଟରକୁ ନିର୍ମାଣ କରିଥିବା କହିଛନ୍ତି। ଯାହାକି ଉପଭୋକ୍ତାଙ୍କୁ ବାହନ ଚଳାଇବାର ପୂର୍ଣ୍ଣ ସନ୍ତୋଷ ପ୍ରଦାନ କରିବ ବୋଲିକମ୍ପାନୀ ଗ୍ୟାରେଣ୍ଟି ଦେଉଛନ୍ତି। ଅନ୍ୟ ଇଲେକ୍ଟ୍ରିକ ସ୍କୁଟରମାନଙ୍କର ବେଗ ଓ ବ୍ୟାଟେରୀ ସମସ୍ୟାକୁ ନଜରରେ ରଖି ଏହାକୁ ପ୍ରସ୍ତୁତ କରାଯାଇଥିବାରୁ ପେଟ୍ରୋଲ ଚାଳିତ ବାହନ ଭଳି ଚାଳକ ଏହାକୁ ଉପଯୋଗ କରିପାରିବେ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.