ଇଲେକ୍ଟ୍ରିକ୍‌ ରକେଟ୍‌ ବାଇକ୍ କିଣନ୍ତୁ ମାତ୍ର ୧୬ ହଜାର ଟଙ୍କାରେ, ଉଡିଲା ଭଳି ହେବ ଅନୁଭବ

Published By : Prameya-News7 Bureau | July 24, 2019 IST

ବିଶାଖାପାଟଣାରେ ଜଣେ ଯୁବକଙ୍କୁ ଇଲେକ୍‌ଟ୍ରିକ୍‌ ରକେଟ୍‌ ବାଇକ୍‌ ନେଇ ଯିବାର ସ୍ପଟ୍ କରାଯାଇଛି। ଏହାର ବିଶେଷତ୍ବ ଏହା ଯେ,  ଏହି ଗାଡିର ଦାମ ମାତ୍ର ୧୬ ହଜାର ଟଙ୍କା। ତେବେ ଗୌତମ୍‌ ନାମକ ଜଣେ ଯୁବକ ଏହି ପପୁଲାର ଅଟୋମୋଟିଭ କମ୍ପାନୀରୁ ପ୍ରେରଣା ନେଇ ଏହି ରକେଟ୍‌ ବାଇକ୍‌ ତିଆରି କରିଛନ୍ତି। ଗୌତମ ଏକ ସାକ୍ଷାତକାରରେ କହିଥିଲେ ଯେ, ସେ ୩ ଦିନରେ ଏହି ବାଇକ୍‌ ତିଆରି କରିଛନ୍ତି।  ଏହି ବାଇକ୍‌ରେ ୩୬ ଭୋଲ୍‌ଟର ଲିଥିୟମ୍‌ ବ୍ୟାଟରୀ ଓ ୩୫୦ ୱାଟ୍‌ ହବ ମୋଟର୍‌ର ବ୍ୟବହାର କରାଯାଇଛି।

{"id":136803}

୨ ଘଣ୍ଟା ଚାର୍ଜ କରିଲେ ଏହି ବାଇକ୍‌ ୪୦ କିମି ଯାଏଁ ଚାଲିବ। ଏହି ଗାଡିର ସ୍ପିଡ୍‌ ୪୦ କିମି ପ୍ରତି ଘଣ୍ଟା। ଇଲେକ୍‌ଟ୍ରିକ୍‌ ରକେଟ୍‌ ବାଇକ୍‌ ପ୍ରଦୂଷଣ ମୁକ୍ତ ହେବା ସହ ଏଥିରୁ ଶବ୍ଦ ବାହାରେ ନାହିଁ ।ବାଇକ୍‌ରେ ହ୍ୟାଣ୍ଡବ୍ରେକ୍‌ ସିଷ୍ଟମ୍‌ ମଧ୍ୟ ଦିଆଯାଇଛି।

{"id":136804}

ରିପୋର୍ଟ ଅନୁସାରେ ଗୌତମ ଡାଟା ସାଇନ୍ସରେ ସ୍ନାତକୋତ୍ତର କରିଛନ୍ତି। ଏହା ପୂର୍ବରୁ ମଧ୍ୟ ସେ ନିଜ ଖାସ ଆବିଷ୍କାର ପାଇଁ ବେଶ ଚର୍ଚ୍ଚାରେ ଥିଲେ। ଏହା ପୂର୍ବରୁ ଗୌତମ ଷ୍ଟିୟରିଂ ଲେସ କାର, ହାଇବ୍ରିଡ ବାଇକ୍‌ ଓ ରେନବୋ ସ୍କୁଟର ତିଆରି କରିବା ପାଇଁ ଚର୍ଚ୍ଚାରେ ଥିଲେ। ଷ୍ଟିୟରିଂ ଲେସ କାର ସେ ମାତ୍ର ୩୨ ହଜାର ଟଙ୍କାରେ ତିଆରି କରିଥିଲେ ବୋଲି କହିଥିଲେ। ତାଙ୍କ ଗାଡି ଭାରତର ପ୍ରଥମ ଷ୍ଟିୟରିଂ ଲେସ କାର।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.