ଉପୁଡ଼ି ପଡିଲା ବିଦ୍ୟୁତ ଟାୱାର, ତଳେ ଚାପି ହୋଇ ମିସ୍ତ୍ରୀଙ୍କ ମୃତ୍ୟୁ  

Published By : Prameya-News7 Bureau | May 21, 2022 IST

ଝାରସୁଗୁଡା, ୨୧/୦୫: କାଳବୈଶାଖୀ ଯୋଗୁଁ ଉପୁଡ଼ି ପଡିଲା ବିଦ୍ୟୁତ ଟାୱାର। ଟାୱାର ତଳେ ଚାପି ହୋଇ ଜଣେ ମୃତ। ଝାରସୁଗୁଡା ଜିଲ୍ଲା ଗାନ୍ଧିଛକ ଫାଣ୍ଡି ଲୋଇସିଙ୍ଗ ପଞ୍ଚାୟତ ଅନ୍ତର୍ଗତ ବାରଖଣ୍ଡିଆ କଦଲିମୁଣ୍ଡା ଗ୍ରାମ ନିକଟରେ ଯାଇଥିବା ଏକ ବିଦ୍ୟୁତ ଟାୱାର ପ୍ରବଳ ପବନ ଯୋଗୁଁ ଆଜି ଭୁଶୁଡି ପଡିଥିଲା ଏବଂ ଏହି ଟାୱାର ତଳେ ଚାପି ହୋଇ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକ ଜଣକ ଝାରଖଣ୍ଡ ରାଜ୍ୟ ଗିରିଡ଼ି ଅଂଚଳର ଆଲମ ଅଂସାରି ବୋଲି ସୂଚନା ମିଳିଛି।

ଆଲମ ଏହି ଅଂଚଳରେ ରହି ମିସ୍ତ୍ରୀ କାମ କରୁଥିବା ଜଣାପଡ଼ିଛି।  ତେବେ ଆଜି ସନ୍ଧ୍ୟାରେ କାଲବୈଶାଖୀ ଯୋଗୁଁ ଅଞ୍ଚଳରେ ପ୍ରବଳ ପବନ ଓ ବର୍ଷା ହେବାରୁ ଟାୱାରଟି ଖସିପଡିଥିଲା। ତେବେ ଘଟଣା ସ୍ଥଳରେ ପୋଲିସ ପହଁଚି ତନାଘନା ଜାରି ରଖିଥିବା ବେଳେ ଟାୱାର କର୍ତ୍ତୃପକ୍ଷ ଘଟଣା ସ୍ଥଳକୁ ଏଯାଏ ଆସିନଥିବା ସୂଚନା ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.