‘ସର୍ଭିସ ଦେଉନ, ବିଲ୍ ପାଇଁ ଲାଇନ କାଟିଲେ ଅସମ୍ଭାଳ ହେବ’- ସେସୁର ଚେତାବନୀ ପରେ ଗର୍ଜିଲେ ବିରୋଧୀ

Published By : Prameya-News7 Bureau | January 10, 2020 IST

ଭୁବନେଶ୍ବର ୧୦।୦୧: ସେସୁର ନିଷ୍ପତିକୁ ନେଇ ତାତିଲେଣି ବିରୋଧୀ। ଗାଁ ରେ ବିଦ୍ୟୁତ ବିଲ ବାକି ରଖିଥିବା ଗ୍ରାହକଙ୍କ ଲାଇନ୍ କନେକସନ କାଟିଲେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ବିରୋଧୀ । ଶିଳ୍ପ ସଂସ୍ଥାରେ ପଡିଥିବା ବିଦ୍ୟୁତ ବିଲ ବାବଦରେ ୬ହଜାର କୋଟି ଟଙ୍କା ଆଦାୟ କରିବାକୁ ଦାବି କରିଛନ୍ତି ବିରୋଧୀ । ଗାଁରେ ଭଲ ସର୍ଭିସ ଦିଅ ତାପରେ ଲାଇନ କାଟ। ନଚେତ ଆନ୍ଦୋଳନ ହେବ ବୋଲି ଚେତାବନୀ । ଏପଟେ ସରାକରୀ ଦଳ କିନ୍ତୁ ନିବେଦନ କରିଛି ବକେୟା ଟଙ୍କା ପଇଠ କରିବାକୁ ନିଷ୍ପତିକୁ ଜନସାଧାରଣ ମାନନ୍ତୁ।

{"id":209549,"sizeSlug":"large"}

ସେସୁ ନିଷ୍ପତିକୁ ବିରୋଧ। ୧୧ ହଜାର ୩୯୭ ଗାଁକୁ ବିଦ୍ୟୁତ କାଟିବା ନେଇ ସେସୁ ସିଇଓଙ୍କ ଘେଷଣା ପରେ ତାତିଲେଣି ବିରୋଧୀ । ପ୍ରଥମେ ଶିଳ୍ପ ସଂସ୍ଥାରୁ ବକେୟା ବିଲ ଆଦାୟ କର ତାପରେ ଗାଁରୁ ଲାଇନ କାଟିବ। ରାଜ୍ୟରେ ଥିବା ୩ଶହ ଶିଳ୍ପ ସଂସ୍ଥା ଉପରେ ୬ହଜାର କୋଟି ଟଙ୍କାର ବିଦ୍ୟୁତ ଦେୟ ବାକି ପଡିଛି। କିନ୍ତୁ ଘରୋଇ ଉପଭୋକ୍ତାଙ୍କ ଉପରେ ମାତ୍ର ୧୯୭୧ କୋଟି ଟଙ୍କା ପଡି ରହିଛି। ଯାହାକି ଶିଳ୍ପ ସଂସ୍ଥାଙ୍କ ବକେୟା ଟଙ୍କା ତୁଳନାରେ ବହୁତ କମ। ପ୍ରଥମେ ଶିଳ୍ପାନୁଷ୍ଠାନଙ୍କରୁ ବିଦ୍ୟୁତ ବିଲ ବାବଦରେ ଥିବା ବକେୟା ଟଙ୍କା ଆଦାୟ କର ।

{"id":209550,"sizeSlug":"large"}

ତାପରେ ଗରିବଲୋକଙ୍କ ଘରୁ ଲାଇନ୍ କାଟିବ ବୋଲି ଚେତାବନୀ ଦେଇଛନ୍ତି ବିରୋଧୀ। ନଚେତ ଗାଁରେ ପଶିଲେ ଆନ୍ଦୋଳନ ହେବ ବୋଲି କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି । ବିଜେପି କହିଛି ରାଜ୍ୟର ୩ଶହ ଶିଳ୍ପ ସଂସ୍ଥାରୁ ବିଦ୍ୟୁତ ବିଲ୍‌ ବାବଦରେ  ବକେୟା ଟଙ୍କା ଆଦାୟ କରିବାକୁ ଯୋଜନା ନ କରି ଝିଣ୍ଟିକା ମାରି ବଣି ପୋଷିବା କାମ କରୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି।

{"id":209552,"sizeSlug":"large"}

ସେସୁକୁ ଟାଟା ପାଓ୍ବାରକୁ ବିକ୍ରି ପାଇଁ  ସରକାର ସମସ୍ତ ପ୍ରକ୍ରିୟା ଶେଷ କରିଛନ୍ତି । ବିଦ୍ୟୁତ ବିଲ୍‌ ବାବଦରେ ୨ହଜାର କୋଟି ଟଙ୍କା ବାକେୟା ପଡି ରହିଛି। ଏହି ୨ହଜାର କୋଟି ଟଙ୍କାର ବୋଝ କମାଇବାକୁ ଟାଟା କମ୍ପାନୀ ନେବାକୁ ଚାହୁଁନି।  ସରକାର ଏହି ବୋଝ କମାଇବା ପାଇଁ ପ୍ରୟାସ ଚଳାଇଛନ୍ତି ଓ ଗତ ୧ ମାସରେ ସେସୁ ୨୨କୋଟି ଟଙ୍କା ବକେୟା ଆଦାୟ କରିଛନ୍ତି । ବାକି ୧୯୭୧ କୋଟି ଟଙ୍କା ଆଦାୟ କରିବାକୁ ଆଣ୍ଟା ଭଡିଛି ସେସୁ।

{"id":209553,"sizeSlug":"large"}

ହେଲେ ବିରୋଧୀ ଏହା ବୁଝିବାକୁ ନାରଜ। ଏପଟେ ସରକାରୀ ଦଳର ଯୁକ୍ତି ସେସୁର ଏଭଳି ନିଷ୍ପତିକୁ ଜନସାଧାରଣ ମାନିବା କଥା।  ସେସୁ ଘରୋଇ ଓ ଶିଳ୍ବ ସଂସ୍ଥାକୁ ମଧ୍ୟ ୧୬ ତାରିଖ କଣ୍ଟ ଦିଆଯାଇଛି। ତେଣୁ ଦେଖିବାର କଥା କାହାର ଲାଇନ ଆଗେ କଟାଯାଉଛି।

{"id":209554,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.