ବିଦ୍ୟୁତ ଆଘାତରେ ଜଣେ ମହିଳା ମୃତ

Published By : Prameya-News7 Bureau | August 09, 2020 IST

ଆନନ୍ଦପୁର ୦୯।୦୮: ଫ୍ୟାନ୍‌ରୁ କରେଣ୍ଟ ଲାଗି ମହିଳା ମୃତ। ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ସୁଲଣ ଗାଁରେ ଅଘଟଣ। ମୃତା ମହିଳା ଗାଁର ବେଣୁଧର ଜେନାଙ୍କ ସ୍ତ୍ରୀ ଆରତୀ ଜେନା।

ସୂଚନାଯୋଗ୍ୟ ଯେ, ଆରତୀ ଫ୍ୟାନ୍‌ ସୁଇଚ୍ ମାରିବା ସମୟରେ କୌଣସି କାରଣରୁ ବିଦ୍ୟୁତ ଆଘାତ ପାଇ ଗୁରୁତର ହୋଇଯାଇଥିଲେ । ତୁରନ୍ତ ତାଙ୍କୁ ପରିବାର ଲୋକେ ନିକଟସ୍ଥ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.