ବିଦ୍ୟୁତ ନେଲା ଜୀବନ , ୧୧କେଭି ତାର ସଂସ୍ପର୍ଶରେ ଆସି ଟ୍ରିପର ଡ୍ରାଇଭର ମୃତ
9/03/2020 at 8:29 AM

ମୁନିଗୁଡା ୦୯।୦୩: ପୁଣି ବିଦ୍ୟୁତ ଅଘଟଣ ଓ ଜଣେ ମୃତ। ଟିପର ଗାଡି ପାର୍କି ସମୟରେ ଉପର ଦେଇ ଯାଇଥିବା ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଡ୍ରାଇଭର ମୃତ । ମୁନିଗୁଡା ଥାନା ଦେଓକୁପୁଲି ନିକଟରେ ଘଟିଛି ଘଟଣା ।

ରବିବାର ଦିନ କାମ ସାରି କ୍ରସର ପରିସରରେ ଟିପର ପାର୍କି ସମୟରେ ଘଟିଛି ଘଟଣା। ଟିପର ପର୍କିଙ୍ଗ ବେଳେ ଉପର ଦେଇ ଯାଇଥିବା ବିଦ୍ୟୁତ ତାର ବିଷୟରେ ଡ୍ରାଇଭର ଜାଣିପାରିନଥିଲେ । ଗାଡିର ଡାଲା ଉପରକୁ ଉଠାଇ ଦେବାରୁ କେବିନ୍ ୧୧କେଭି ତାର ସଂସ୍ପର୍ଶରେ ଆସି ଟିପରରେ ନିଆଁ ଲାଗିଯାଇଥିଲା ।

ଟିପରରେ ବିଦ୍ୟୁତ ଚାର୍ଜ ହୋଇ ଯାଇଥିଲା। ତେବେ ଗୁରୁତର ଅବସ୍ଥାରେ ଡ୍ରାଇଭରଙ୍କୁ ମୁନିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି। ଅପର ପକ୍ଷେ ଅଗ୍ନିଶମ ବାହିନୀ ଘଟଣା ପହଞ୍ଚି ନିଆଁ ଲିଭେଇଛନ୍ତି । ମୁନିଗୁଡା ପୋଲିସ ପହଞ୍ଚି ଘଟଣାକ ତଦନ୍ତ ଜାରି ରଖିଛନ୍ତି ।