ବିଦ୍ୟୁତ୍ ବିଭାଗ ଇଂଜିନିୟରଙ୍କ ଦୁଷ୍କର୍ମ ଉଦ୍ୟମର ଭିଡିଓ ରେକଡିଂ କରି ଭାଇରାଲ କଲେ ମହିଳା ; ଜାଣନ୍ତୁ କାହିଁକି

Published By : Prameya-News7 Bureau | November 01, 2018 IST

ଔରିୟା ୧|୧୧: ବିଦ୍ୟୁତ ବିଭାଗରେ କାର୍ଯ୍ୟରତ ସୁପରିଟେଣ୍ଡଣ୍ଟ ଇଂଜିନିୟର ଅଜୟ କପୁରଙ୍କ ବିରୋଧରେ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ କରିଛନ୍ତି ଜଣେ ମହିଳା । ମହିଳା ଏବଂ ତାଙ୍କର ଜଣେ ସାଥୀ ତାଙ୍କର ଏଭଳି କାରନାମାର ଭିଡିଓ ରେକଡିଂ କରି ତାକୁ ଭାଇରାଲ କରିଛନ୍ତି । ଭିଡିଓକୁ ପ୍ରମାଣ ଭାବେ ପୋଲିସ ପାଖରେ ଦାଖଲ କରିଛନ୍ତି ମହିଳା । ପୋଲିସ ଏହି ମାମଲାର ତଦନ୍ତ ଜାରି ରଖିଛି । ଅନ୍ୟପଟେ ଅଜୟ କହିଛନ୍ତି ତାଙ୍କୁ ଫସାଇ ଦିଆଯାଇଛି । ସୂଚନା ଅନୁସାରେ ମହିଳାଙ୍କର ଏକ ନିର୍ମାଣଧିନ ହୋଟେଲ ଉପରେ ଉଚ୍ଚଶକ୍ତି ସଂପନ୍ନ ବିଦ୍ୟୁତ ତାର ଯାଇଛି । ଯାହାକୁ ହଟାଇବା ପାଇଁ ମହିଳା ବହୁତ ଥର ବିଦ୍ୟୁତ୍ ବିଭାଗରେ ଆବେଦନ କରିଥିଲେ । ମାତ୍ର କେହି ତାଙ୍କ କଥା ଶୁଣି ନଥିଲେ କି ତାହାର କୌଣସି ସମାଧାନ କରାଗଲାନାହିଁ । ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି ଯେ, ସୁପରିଟେଣ୍ଡଣ୍ଟ ଇଂଜିନିୟର ଅଜୟ କପୁର ତାର ହଠାଇବା ପାଇଁ କଥାବାର୍ତ୍ତା କରିବାକୁ କହି ତାଙ୍କୁ ଏକ ଘରକୁ ଡାକିଥିଲେ । ସେଠାରେ ତାଙ୍କ ସହ ଦୁଷ୍କର୍ମ କରିବା ପାଇଁ ଚେଷ୍ଟା କରିଥିଲେ । ମାତ୍ର ମହିଳା ଏବଂ ତାଙ୍କ ସାଥୀ ସୁପରିଟେଣ୍ଡଣ୍ଟ ଇଂଜିନିୟରଙ୍କ ଏଭଳି କାର୍ଯ୍ୟର ଭିଡିଓ ରେକର୍ଡିଂ କରିଥିଲେ । ଏ ଘଟଣା ନେଇ ପୀଡିତା ମହିଳା ଥାନାରେ ଅଜୟଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ପୋଲିସ ମାମଲାର ତଦନ୍ତ ଜାରି ରଖିଛି । ଅନ୍ୟପଟେ ଅଭିଯୁକ୍ତ ସୁପରିଟେଣ୍ଡଣ୍ଟ ଇଂଜିନିୟର ଅଜୟ କପୁର କହିଛନ୍ତି ଯେ, ତାଙ୍କୁ ଷଡଯନ୍ତ୍ର କରି ଫସାଇ ଦିଆଯାଇଛି । ସେ ଠିକାଦାରଙ୍କ ଷଡଯନ୍ତ୍ରର ଶିକାର ହୋଇଛନ୍ତି । ସେ କହିଛନ୍ତି ଯେ, ମହିଳାଙ୍କ ସାଥୀ ତାଙ୍କୁ ବାହାନା କରି ସେଠାକୁ ଡକାଇଥିଲେ । ତାପରେ ଚୁକ୍ତି କରିବାକୁ କହି ମାରପିଟ କରିଥିଲେ । ତାପରେ ପୋଷାକ ଖୋଲି ଭିଡିଓ ରେକଡିଂ କଲେ ଏବଂ  ଏକ କାଗଜରେ ଦସ୍ତଖତ ନେଇ ଘଟଣାସ୍ଥଳରୁ ପଳାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.