Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟି-୨୦ ବିଶ୍ବକପର ଧମାକାଦାର ଆରମ୍ଭ : PNGକୁ ୧୦ ଓ୍ବିକେଟରେ ହରାଇଲା ଓମାନ, କମାଲକଲେ ଭାରତୀୟ ବଂଶୋଦ୍ଭବ ଜତୀନ୍ଦର ସିଂହ
  • ||
  • ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଜବତ ହେଲା ୨୦ ଲକ୍ଷ
  • ||
  • ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉତପାତ୍‌ ଜାରି, ୨ ଅଣ-କାଶ୍ମୀରୀଙ୍କୁ ନିର୍ମମ ହତ୍ୟା
  • ||
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||

ହୃଦଘାତରେ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟର ଗାଡି ଚାଳକଙ୍କ ମୃତ୍ୟୁ, କାହାକୁ କିଛି ନଜଣାଇ ଚମ୍ପଟ ମାରିଲେ କର୍ମଚାରୀ, ମୃତଦେହ ମଧ୍ୟ ନେଲେନି

23/01/2021 at 9:16 AM

ଦିଗପହଣ୍ଡି,୨୩|୧ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ କଇଠଡା ଗ୍ରାମ ମୁଖ୍ୟରାସ୍ତାରେ ଏକ ବୋଲେରୋ ଚାଳକଙ୍କ ମୃତ୍ୟୁ ଘଟିଛି । ଗାଡ଼ିଟି ଦିଗପହଣ୍ଡି ବିଦ୍ୟୁତ ବିଭାଗ କାର୍ଯ୍ୟାଳୟରେ ଭଡ଼ା ସୂତ୍ରରେ ନିୟୋଜିତ ଥିଲା। ଉକ୍ତ ଗାଡ଼ିରେ ଦିଗପହଣ୍ଡି ଥାନା ଆଙ୍କୋରଡ଼ା ଗ୍ରାମର ଏଲ. ପୁରୁଷୋତ୍ତମ ଦାସ ଚାଳକ ଭାବେ କାର୍ଯ୍ୟ କରୁଥିଲେ।

ସୂଚନାନୁସାରେ, ଶୁକ୍ରବାର ସକାଳ ପ୍ରାୟ ୧୦ଟା ସମୟରେ ବିଦ୍ୟୁତ ବିଭାଗ କର୍ମଚାରୀମାନଙ୍କୁ ନେଇ ଉକ୍ତ ଗାଡ଼ି ଚାଳକ କଇଠଡା ଗ୍ରାମକୁ ବିଦ୍ୟୁତ ଟିକସ ଆଦାୟ ପାଇଁ ଯାଇଥିଲେ। କର୍ମଚାରୀମାନେ ଗାଁରେ ଥିବା ବେଳେ ଚାଳକ ଜଣକ ଗାଡ଼ିଟିକୁ ନେଇ ଏକ ପୋଖରୀ ପାଖ ଗଛ ମୂଳରେ ରଖି ଗାଡ଼ିରେ ହିଁ ବସିରହିଥିଲେ।ସେ ଗାଡ଼ିରେ ଷ୍ଟିୟରିଂ ଧରି ବସିଥିବା ସମୟରେ ହୃଦଘାତ ଯୋଗୁଁ ତାଙ୍କର ଜୀବନ ଚାଲିଯାଇଥିବା ଜଣାପଡ଼ିଛି। ବିଦ୍ୟୁତ ବିଭାଗ କର୍ମଚାରୀମାନେ ଗାଡିଚାଳକ ଙ୍କ ମୃତ୍ୟୁ ହୋଇଥିବା ଖବର କାହାରିକୁ କିଛି ନ ଜଣାଇ   ସେଠାରୁ ଚମ୍ପଟ ମାରିଥିବା ଜଣାପଡ଼ିଛି।

ଅପରାହ୍ନ ପ୍ରାୟ ୪ ଟା ସମୟରେ ଜଣେ ସ୍ଥାନୀୟ ବ୍ୟକ୍ତି ପୁରୁଷୋତ୍ତମଙ୍କ ସାନଭାଇ ଏଲ .କହ୍ନେୟା ଦାସଙ୍କୁ ଫୋନ କରି ଏନେଇ ସବିଶେଷ ସୂଚନା ଦେଇଥିଲେ। ଖବର ପାଇ ଭାଇ କହ୍ନେୟା ତାଙ୍କ ଗାଁରୁ କିଛି ସାଙ୍ଗ ସାଥୀଙ୍କୁ ନେଇ ଘଟଣା ସ୍ଥଳରେ ପହଞ୍ଚି ଥିଲେ। ସେ ସେଠାରେ ପହଞ୍ଚି ଦେଖିଲା ବେଳକୁ ବିଦ୍ୟୁତ ବିଭାଗର କୌଣସି କର୍ମଚାରୀ ସେଠାରେ ନ ଥିଲେ। ସେ ଭାଇଙ୍କୁ ଗାଡି ମଧ୍ୟରୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ  ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ଉପସ୍ଥିତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ବିଦ୍ୟୁତ ବିଭାଗ କର୍ମଚାରୀଙ୍କ ଏଭଳି ଅମାନବୀୟ କାର୍ଯ୍ୟ ଯୋଗୁଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଏନେଇ ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ଟାକ୍ସି ଚାଳକ ସଂଘ ସଭାପତି ଅଳକ ନାଥ ମିଶ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ଗାଡ଼ି ଚାଳକଙ୍କ ପରିବାର ଲୋକଙ୍କୁ ବିଦ୍ୟୁତ ବିଭାଗ ଟାଟା ପାୱାର  କର୍ମକର୍ତ୍ତାଙ୍କ ସହ ଆଲୋଚନା କରି ତୁରନ୍ତ କ୍ଷତିପୂରଣ ଦିଅନ୍ତୁ। ନଚେତ ଗାଡି ଚାଳକ  ସଂଘ ନେତୃତ୍ୱରେ ଆନ୍ଦୋଳନ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ଦିଗପହଣ୍ଡି ସ୍ଥିତ ଦକ୍ଷିଣାଞ୍ଚଳ ବିଦ୍ୟୁତ୍ ବିଭାଗ ନିର୍ବାହୀ ଯନ୍ତ୍ରୀ ଇଂ. କାମା ସେଠୀଙ୍କୁ ପଚାରିବାରୁ ବିଦ୍ୟୁତ ବିଭାଗ ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି। ଅପରପକ୍ଷରେ ସହକାରୀ ଯନ୍ତ୍ରୀ ଇଂ. ପ୍ରଶାନ୍ତ ପଟ୍ଟନାୟକ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ଘଟଣା ସମ୍ପର୍କରେ ଗାଡି ମାଲିକଙ୍କୁ ଆମେ ସୂଚନା ଦେଇଥିଲୁ। ଭଡ଼ା ଗାଡି ଯୋଗୁଁ ବିଭାଗ ପକ୍ଷରୁ କୌଣସି କ୍ଷତିପୂରଣ ପାଇଁ ବ୍ୟବସ୍ଥା ନଥିବା ଉଲ୍ଲେଖ କରିଛନ୍ତି। ଖବର ଲେଖାହେବା ସୁଦ୍ଧା ଗାଡି ଚାଳକଙ୍କ ମୃତଦେହ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପଡିରହିଥିବା ଜଣାପଡ଼ିଛି। ଗ୍ରାମବାସୀ ଶନିବାର ସ୍ଥାନୀୟ ବିଦ୍ୟୁତ କାର୍ଯ୍ୟାଳୟ ଘେରାଉ କରିବା ପାଇଁ ଚେତାବନୀ ଦେଇଛନ୍ତି।

   Related Posts