ଗ୍ରିଲ୍ କାମ ବେଳେ ଅଘଟଣ : ବିଦ୍ୟୁତ ଆଘାତରେ ଜଣେ ମୃତ, ୨ ଗୁରୁତର

Published By : Prameya-News7 Bureau | July 12, 2021 IST

ଜଳେଶ୍ୱର, ୧୨/୦୭: ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ଯୁବକ ମୃତ । ଏହାସହ ଅନ୍ୟ ୨ ଗୁରୁତର । ଏପରି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ମଧୁପୁର ପଞ୍ଚାୟତରେ ।

ସୂଚନାନୁସାରେ, ମଧୁପୁର ପଞ୍ଚାୟତର କାଳରୁହି ଗ୍ରାମରେ ରାଜେନ୍ଦ୍ର ବେହେରାଙ୍କ ପକ୍କାଘର ଗ୍ରିଲ କାମ ଚାଲୁଥିଲା । ଏହି ସମୟରେ ଅଘଟଣ ଘଟିଥିଲା  ।   ଗ୍ରିଲ୍ କାମ ଚାଲିଥିବା ବେଳେ ୩ ଜଣଙ୍କୁ କରେଣ୍ଟ ମାରିଥିଲା ।କାରଣ ସେହି ସମୟରେ ଏକ ବିଦ୍ୟୁତ ତାର କଟି ଗ୍ରିଲରେ ଲାଗିଯାଇଥିଲା । ଏଥିରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ହୋଇଛନ୍ତି ।

ମୃତକ ହେଲେ ରାଜେନ୍ଦ୍ର ବେହେରାଙ୍କ ବଡ ପୁଅ ଦୀପକ ବେହେରା । ସେହିପରି ରାଜେନ୍ଦ୍ରଙ୍କ ସାନ ପୁଅ ଓ ପକ୍କା କାମ କରୁଥିବା ମିସ୍ତ୍ରୀ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।  ପୋଲିସ ଘଟଣାସ୍ଥଳରେ ପହଁଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.