ବିଦ୍ୟୁତ ଦୁର୍ଘଟଣା ପାଇଁ ମିଳିବ ଏତିକି କ୍ଷତି ପୂରଣ- ବିଧାନସଭାରେ ବିଜୁଳି ତାତି

Published By : Prameya-News7 Bureau | February 18, 2020 IST

ଭୁବନେଶ୍ୱର ୧୮।୦୨ - ବିଧାନସଭାରେ ବିଜୁଳି ତାତିକୁ ଦେଖି ସରକାର କ୍ଷତି ପୂରଣ ବ୍ୟବସ୍ଥା ଘୋଷଣା କରିଛନ୍ତି । ବିଦ୍ୟୁତ ତାର ଲାଗି ଦୁର୍ଘଟଣାରେ ଜୀବନ ଗଲେ ମଣିଷ ଓ ଗୃହ ପାଳିତ ପଶୁଙ୍କ ଲାଗି ଅଲଗା ଅଲଗା କ୍ଷତିପୁରଣ ରାଶି ଦିଆଯିବ । ସେପଟେ ଗଞ୍ଜାମ ଗୋଳନ୍ଥରା ବିଦ୍ୟୁତ ଦୁର୍ଘଟଣାରେ ପ୍ରସଙ୍ଗରେ ବିଧାନସଭାରେ ଆସିଥିଲା ମୁଲତବି ପ୍ରସ୍ତାବ। 

{"id":226117,"sizeSlug":"large"}

ବିଧାନସଭାରେ ବିଜୁଳି ତାତି । ବିଦ୍ୟୁତ ଦୁର୍ଘଟଣାରେ ଜଣଙ୍କ ପରେ ଜଣଙ୍କର ଜୀବନ ଯିବା ଘଟଣାକୁ ନେଇ ବିଧାନସଭାରେ ବିରୋଧୀ ସରକାରଙ୍କୁ ଘେରିଛନ୍ତି । ବିଦ୍ୟୁତ ଦୁର୍ଘଟଣା ପାଇଁ କ୍ଷତିପୁରଣ ବ୍ୟବସ୍ଥା ସଂପର୍କରେ ତଥ୍ୟ ରଖିଛନ୍ତି ସରକାର । ବିଦ୍ୟୁତ ତାର ଲାଗି ଜୀବନ ଗଲେ ୪ ଲକ୍ଷ ଟଙ୍କା, ଶରୀରର ୬୦ ପ୍ରତିଶତ ନଷ୍ଟ ହେଲେ ୨ ଲକ୍ଷ, ୪୦ରୁ ୬୦ ପ୍ରତିତ ଶରୀର ନଷ୍ଟ ହେଲେ ୫୯ ହଜାର ୧୦୦ ଟଙ୍କା ମିଳିବ କ୍ଷତିପୁରଣ ।

{"id":226118,"sizeSlug":"large"}

ଏହା ସହ ଆଘାତ ଜନିତ ଚିକିତ୍ସା ଲାଗି ଯଦି ସସ୍ତାହକରୁ ଅଧିକ ସମୟ ଲାଗିବ ସେଥିଲାଗି ୧୨ ହଜାର ଏବଂ ସପ୍ତାହରୁ କମ ସମୟ ଚିକିତ୍ସା ହେଲେ ୪ ହଜାର ୫ଶହ ସହାୟତା ଦିଆଯିବ । ସେହିପରି ଗାଈ, ମଇଁଷି,  ବିଦ୍ୟୁତ ଆଘାତରେ ପ୍ରାଣ ହରାଇଲେ ୩୦ ହଜାର, ଛେଳି,ମେଣ୍ଢା ଓ ଘୁଷୁରି ୩ ହଜାର, କୁକୁଡା ଫାର୍ମ ନଷ୍ଟ ହେଲେ ୫ ହଜାର କ୍ଷତିପୁରଣ ଦେବାକୁ ରାଜ୍ୟ ସରକାର ବିଦ୍ୟୁତ ନିୟାମକ ଆୟୋଗ ଓଇଆରସିକୁ ସୁପାରିଶ କରିଛନ୍ତି ବୋଲି  ଶକ୍ତିମନ୍ତ୍ରୀ ବିଧାନସଭାରେ ବିବୃତି ରଖିଛନ୍ତି ।

{"id":226121,"sizeSlug":"large"}

ସପଟେ ଗଞ୍ଜାମ ଗୋଲନ୍ଥରା ବିଦ୍ୟୁତ ତାର ଲାଗି ଦୁର୍ଘଟଣାରେ ୧୧ ଜଣଙ୍କ ଜୀବନ ଯିବା ଘଟଣାରେ ଆଜି ବିରୋଧୀ ଆଣିଥିଲେ ମୁଲତବି ପ୍ରସ୍ତାବ । ତେବେ ଏହି ପ୍ରସଙ୍ଗରେ ଶକ୍ତି ମନ୍ତ୍ରୀଙ୍କ ବଦଳରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସରକାରଙ୍କ ପକ୍ଷରୁ ଉତ୍ତର ରଖିଥିଲେ । ଯାହାକୁ ବିରୋଧ କରି କକ୍ଷତ୍ୟାଗ କରିଥିଲେ ବିରୋଧୀ ।

{"id":226120,"sizeSlug":"large"}

ତେବେ ଗୃହରେ ଉତ୍ତର ରଖି ପରିବହନ ମନ୍ତ୍ରୀ କହିଥିଲେ ଯେ ବସ ନିର୍ଦ୍ଧାରିତ ରୁଟ୍ ରେ ନଯାଇ ସେଦିନ ମେନ୍ଦ୍ରାରାଜପୁର ଗାଁକୁ ଭଡ଼ାରେ ଯାଇଥିଲା ଯାହା ବେନିୟମ । ଏଥିପାଇଁ ବସର ପରମିଟ ରଦ୍ଦ କରାଯାଇଛି । ବସ୍‌ ଡ୍ରାଇଭର ଗିରଫ ହୋଇଥିବା ବେଳେ ତାଙ୍କ ଲାଇସେନ୍ ସ ରଦ୍ଦ କରାଯାଇଛି।  ବସ ମାଲିକଙ୍କ ବିରୋଧରେ ମଧ୍ୟ ଏତଲା ଦିଆଯାଇଛି । 

{"id":226124,"sizeSlug":"large"}

ଏହା ବାଦ ବିଜୁଳି ବିଭାଗର ଦୋଷ ଥିବା ସ୍ବୀକାର କରିଛନ୍ତି ପରିବହନ ମନ୍ତ୍ରୀ ।  ସେ କହିଛନ୍ତି ଇଲେଭେନ କେଭି ତାର ୨୦ ଫୁଟ ଉଚ୍ଚତାରେ ରହିବା କଥା। ଏହା କିନ୍ତୁ ସେଠାରେ ୧୨ ଫୁଟ ଉଚ୍ଚତାରେ ଥିଲା।

{"id":226125,"sizeSlug":"large"}

ନିର୍ଦ୍ଦିଷ୍ଟ ଉଚ୍ଚତାରେ ବିଜୁଳି ତାର ନରହିବା ଫଳରେ ରାଜ୍ୟରେ ଅନକେ ସ୍ଥାନରେ ୧୧ କେଭି ଓ ଏଲଟି ଲାଇନ ତାର ଲାଗି ୨୦୧୪ରୁ ୧୯ ଏହି ୫ ବର୍ଷ ଭିତରେ ୧୫୭ ଟି ଦୁର୍ଘଟଣା ଘଟିଛି । ଯେଉଁଥିରେ ୬୬୨ ଜଣଙ୍କର ଜୀବନ ଯାଇଥିବାବେଳେ ୪୩ଟି ହାତୀ ମରିଛନ୍ତି ।  

{"id":226126,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.