Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବଜାରକୁ ଆସୁଛି ଅଲଟୋ ଠାରୁ ମଧ୍ୟ ଶସ୍ତା ଇଲେକ୍ଟ୍ରିକ୍‌ କାର୍‌ : ଥରେ ଚାର୍ଜ ହେଲେ ଦୌଡିବ ୩୦୦ କିମି, ରହିଛି ଦମଦାର ଫିଚର୍ସ୍

1/10/2021 at 4:51 PM

ନୂଆଦିଲ୍ଲୀ ୦୧/୧୦ : ଖୁବ ଶୀଘ୍ର ବଜାରକୁ ଆସୁଛି ଶସ୍ତା ଇଲେକ୍ଟ୍ରିକ୍‌ କାର୍‌ । ଚାଇନାର କାର ମେକର୍ କମ୍ପାନୀ ଓ୍ବିଲିଂ ହୋଙ୍ଗଗୁଆଙ୍ଗ୍‌ମିନି ଇଲେକ୍ଟ୍ରିକ୍ କାର ଉତ୍ପାଦନରେ ବେଶ ସଫଳତା ପାଇଛି । ୨୦୨୦ରେ ୧,୧୯,୨୫୫ଟି ଇଲେକ୍ଟ୍ରିକ୍‌ କାର ସହ ଦ୍ବିତୀୟ ସବୁଠାରୁ ଅଧିକ ବିକ୍ରି ହେଉଥିବା କାରମାନଙ୍କ ମଧ୍ୟରେ ସ୍ଥାନ ପାଇଥିଲା । ଏବେ କମ୍ପାନୀ ଆଉ ଏକ ମିନି ଇଲେକ୍ଟ୍ରିକ୍‌ କାର ବଜାରକୁ ଆଣିବାକୁ ଯାଉଛି । ଯାହାର ନାଁ ରଖିଛି Nano EV ।

ଏହି Nano EV କାର କେବଳ ସବୁଠାରୁ ଛୋଟ କାର, ତା ସହିତ ସବୁଠରୁ ଶସ୍ତା ଇଲେକ୍ଟ୍ରିକ୍‌ କାର ମଧ୍ୟ ହୋଇପାରେ । କାରନ୍‌ ନ୍ୟୁଜ୍‌ ଚାଇନାର ରିପୋର୍ଟ ଅନୁଯାୟୀ, Nano EV କାରର ମୂଲ୍ୟ ଭାରତୀୟ ମୁଦ୍ରାରେ ପ୍ରାୟ ୨.୩୦ ଲକ୍ଷ ଟଙ୍କା ରହିପାରେ । ଅର୍ଥାତ ଏହି କାରର ମୂଲ୍ୟ ଅଲ୍‌ଟୋ କାରଠାରୁ ମଧ୍ୟ କମ । କେବଳ ସେତିକି ନୁହେଁ ଚାଇନାରେ ସବୁଠାରୁ ଅଧିକ ବିକ୍ରି ହେଉଥିବା କାର ଓ୍ବିଲିଂ ହୋଙ୍ଗଗୁଆଙ୍ଗ୍‌ମିନି ମିନି ଇଭି ଠାରୁ ମଧ୍ୟ ଆହୁରି ଶସ୍ତାରେ ଉପଲବ୍ଧ ହେବ ।

wuling hongguang nano ev

ଟାଟା ନାନୋ ଠାରୁ ବି ଶସ୍ତା

ଏହି କାରରେ କେବଳ ୨ ଜଣ ବସିପାରିବେ । କାରର ଟର୍ଣ୍ଣିଂ ରେଡିଏସ୍‌ ୪ ମିଟର ଠାରୁ ବି କମ । ଡାୟମେସନ କଥା କହିବାକୁ ଗଲେ ନାନୋ ଇଭିର ଲମ୍ବ ୨.୪୯୭ ମିଟର, ଚଉଡା ୧.୫୨୬ ମିଟର ଏବଂ ଉଚ୍ଚତା ୧.୬୧୬ ମିଟର । ଆକାରରେ ଏହା ଟାଟା ନାନୋ ଠାରୁ ମଧ୍ୟ ଛୋଟ । ଟାଟା ନାନୋର ଲମ୍ବ ୩ ମିଟର ଥିଲା କିନ୍ତୁ ଏହା ତା ଠାରୁ ମଧ୍ୟ କମ ।

ମାଇଲେଜ୍ ୩୦୦ କିମି

Nano EVର ସର୍ବାଧିକ ସ୍ବିଡ୍‌ ୧୦୦ କିଲୋମିଟର ପ୍ରତିଘଣ୍ଟା ରହିଥିବା ବେଳେ IP67 ସାର୍ଟିଫାଏଡ୍‌ 28kWh ଲିଥିୟମ-ଆୟନ ବ୍ୟାଟେରୀ ଦିଆଯାଇଛି । ଏହି କାରକୁ ଥରେ ଚାର୍ଜ କଲେ ୩୦୫ କିଲୋମିଟର ଦୌଡିବ । କମ୍ପାନୀ କହିବା ମୁତାବକ 220 ଭୋଲ୍ଟ ସକେଟ୍‌ ମାଧ୍ୟମରେ ଚାର୍ଜ କଲେ ବ୍ୟାଟେରୀ ଫୁଲ ହେବାକୁ ୧୩.୫ ଘଣ୍ଟା ସମୟ ଲାଗିବ । ସେହିଭଳି 6.6kW AC ଚାର୍ଜରରେ ଚାର୍ଜ କଲେ ମାତ୍ର ୪.୫ ଘଣ୍ଟାରେ ଫୁଲ ଚାର୍ଜ ହୋଇଯିବ । ଏହା ବ୍ୟତିତ ଏଥିରେ ରିଭର୍ସିଂ କ୍ୟାମେରା, ଟାୟାର ପ୍ରେସର୍‌ ମନିଟରିଂ ସିଷ୍ଟମ୍‌, AC, କି’ ଲେସ୍‌ ଏଣ୍ଟ୍ରି ସିଷ୍ଟମ୍‌, LED ହେଡ୍‌ ଲାଇଟ୍ସ ଏବଂ ୭ ଇଞ୍ଚର ଡିଜିଟାଲ ସ୍କ୍ରିନ୍‌ ରହିଛି ।

   Related Posts