Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବିଜୁଳି ବିଲ୍ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ତାପସୀ, କହିଲେ- ‘ମୁଁ ଏମିତି କେଉଁ ଉପକରଣ କିଣିଛି ?’

28/06/2020 at 7:21 PM

ମୁମ୍ବାଇ, ୨୮|୦୬:  ବିଜୁଳି ବିଲ୍ ଅଧିକ ଆସିଲେ କେବଳ ସାଧାରଣ ଲୋକଙ୍କୁ ନୁହେଁ ସେଲିବ୍ରିଟିଙ୍କୁ ମଧ୍ୟ ଝଟକା ଲାଗିଥାଏ । ଏପରି କିଛି ଘଟିଛି ବଲିଉଡ୍ ଅଭିନେତ୍ରୀ ତାପସୀ ପନ୍ନଙ୍କୁ ସହ । ତାପସୀଙ୍କ ଘରର ବିଜୁଳି ବିଲ୍ ଏତେ ଅଧିକ ଆସିଛି ଯେ ଯାହା ଜାଣିବା ପରେ ଯେକେହି ଚକିତ ହୋଇଯାଉଛନ୍ତି । ଏନେଇ ତାପସୀ ଟ୍ୱିଟ୍ ଯୋଗେ କହିଛନ୍ତି ।

ତାପସୀ ସ୍କ୍ରିନସଟ୍ ସେୟାର କରି ଲେଖିଛନ୍ତି ଯେ, ଗୋଟିଏ ବିଲ୍ ୩୫ ହଜାର ୮୯୦ ଟଙ୍କା, ଦ୍ୱିତୀୟ ବିଲ୍ ୩ ହଜାର ୮୫୦ ଟଙ୍କା ଓ ତୃତୀୟ ବିଲ୍ ୪ ହଜାର ୩୯୦ ଟଙ୍କାର ରହିଛି । ଲକଡାଉନ୍ ତିନି ମାସ ହୋଇଛି । ଗୋଟିଏ ମାସରେ ଏପରି କଣ ବ୍ୟବହାର କରାଯାଇଛି ଯେ ଏତେ ବିଲ୍ ଆସିଛି ତାହା ଚକିତ କରିଛି । ଏପରି ଭାବେ ବିଜୁଳି ବିଲ୍ ଚାର୍ଜ୍ କରିବା ଠିକ କି ବୋଲି ସେ ପ୍ରଶ୍ନ କରିଛନ୍ତି ।

ସେ ଦ୍ୱିତୀଯ ଟ୍ୱିଟରେ ଲେଖିଛନ୍ତି ଯେ, ଏହା ସେହି ଆପାର୍ଟମେଣ୍ଟର ବିଲ୍ ଯେଉଁଠି କେହି ରୁହନ୍ତି ନାହିଁ । ସେ ସପ୍ତାହରେ ମାତ୍ର ଥରେ ଏଠାକୁ ଯାଆନ୍ତି । ବୋଧେ ଆଉ କେହି ଏହାକୁ ବ୍ୟବହାର କରୁଛନ୍ତି । ଆପଣ ଆମକୁ ସତ କହିଦେଇଛନ୍ତି । ତାପସୀଙ୍କ ଟ୍ୱିଟ୍ ପରେ ବିଦ୍ୟୁତ କମ୍ପାନୀ ବିଲ୍‌ର ନୂଆ ଡିଟେଲ୍ସ ପଠାଇଛି ।

   Related Posts