ପୁଣି ବଢିଲା ବିଜୁଳି ଦର: ୟୁନିଟ୍ ପିଛା ବୃଦ୍ଧି ପାଇଲା ଏତିକି, ଆନ୍ଦୋଳନକୁ ଓହ୍ଲାଇବାକୁ ବିଜେପିର ଧମକ

Published By : Prameya-News7 Bureau | July 13, 2021 IST

ଭୁବନେଶ୍ଵର ୧୩।୦୭:  ପୁଣି ବଢିଲା ବିଜୁଳି ଦର। ୟୁନିଟ ପିଛା ପୁଣି ୩୦ ପଇସା ବୃଦ୍ଧି ପାଇଛି।   ଓଆଇ ଆରସି  ଠାରୁ ଟାଟା  ବିଜୁଳି ପରିଚାଳନା ନେବା ପରେ ଏବେ ବିଜୁଳି ଦର ଲଗାତର ବୃଦ୍ଧି ପାଇବାରେ ଲାଗିଛି। ଏନେଇ ବିଜେପି ଆନ୍ଦୋଳନକୁ ଓହ୍ଲାଇବାକୁ ଧମକ ଦେଇଥିବା ବେଳେ କଂଗ୍ରେସ ସାମଗ୍ରିକ ଦରବୃଦ୍ଧି ସହିତ ବିଜୁଳି ଦରକୁ ଯୋଡ଼ିଛି। ଆଉ ବିଜେଡି ଦୋଷ ଦେଇଛି କେନ୍ଦ୍ରକୁ।

ବିଜୁଳି ଦର ବୃଦ୍ଧିକୁ ନେଇ ଉପଭୋକ୍ତାଙ୍କ ଅସନ୍ତୋଷ ବଢୁଛି । ଓଆଇଆରସି  ଠାରୁ ଟାଟା ବିଜୁଳି ଦାୟିତ୍ଵ ନେବା ପରେ ଦର ବଢ଼ିବାରେ ଲାଗିଛି। ଟାଟା ପ୍ରଥମେ ୨୦ ପଇସା ଓ ପୁଣି ୩୦ ପଇସା ବିଜୁଳି ଦର ବୃଦ୍ଧି କରିଛି।  ବିଜୁଳି ଦର ବୃଦ୍ଧି ପ୍ରତିବାଦରେ ବିଜେପି ଆସନ୍ତା ୧୪ ରୁ ୨୦ ଆନ୍ଦୋଳନକୁ ଓଲ୍ଲାଇବାକୁ ସ୍ଥିର କରିଛି। ସମସ୍ତ ବିଦ୍ୟୁତ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବ ଦଳ ।

ଦୀର୍ଘ ୧୭ ମାସ କରୋନା ମହାମାରୀ ପ୍ରତି ପରିବାରର ଆର୍ଥିକ ସ୍ଥିତିକୁ  ଦୋହଲାଇଦେଲାଣି। ଏହି ସମୟରେ ବାରମ୍ବାର ବିଜୁଳି ଦର ବୃଦ୍ଧି ଉପଭୋକ୍ତାଙ୍କ ଉପରେ ଲଳିତା ବିଡ଼ା ଲଦିଲାଣି।  । କରୋନା ସମୟରେ ୟୁନିଟ ପିଛା ୫୦ ପଇସାର ଦର ବୃଦ୍ଧି ସମସ୍ତଙ୍କୁ କଷ୍ଟ ଦେଉଛି ବୋଲି ବିଜେପି କହିଛି। ସେପଟେ କଂଗ୍ରେସ ମଧ୍ୟ ବିଜୁଳି ଦରବୃଦ୍ଧି ପ୍ରତିବାଦ କରିଛି। କରୋନା କାଳରେ ପେଟ୍ରୋଲ ଡିଜେଲ ଠାରୁ ଅତ୍ୟାବଶ୍ୟ ସାମଗ୍ରୀ ଦର ବୃଦ୍ଧି ହେଉଥିବା ବେଳେ ବିଜୁଳି ଦର ବେଡି ଉପରେ କେ।ରଡା ମାଡ ଭଳି ହୋଇଛି ବୋଲି କଂଗ୍ରେସ କହିଛି ।

ଏପଟେ ବିଜେଡି ତେରେଛା ବାଣ ମାରିଛି। ଦରଦାମ ବୃଦ୍ଧି କଥା ଉଠାଇ କେନ୍ଦ୍ର ସରକାର ଙ୍କୁ ନିଶାନା ସାଧିଛି ବିଜେଡି। କେନ୍ଦ୍ର ସରକାର ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରଦାମ ବୃଦ୍ଧିକୁ ନିୟନ୍ତ୍ରଣ କରିବାରେ ବିଫଳ ହେ।ଇଛନ୍ତି ବୋଲି ବିଜେଡି କହିଛି।

ଯେତେବେଳେ ସାରା ଭାରତରେ ଏଟିସି ଲସ ଓ ଟିଡିଟି ଲସ ୧୮ ପ୍ରତିଶତ ରହିଛି, ହେଲେ ଓଡିଶାରେ ୨୯.୭ ପ୍ରତିଶତ ଲସ ହେଉଛି । ଅଘୋଷିତ ବିଦ୍ୟୁତ କାଟ ଯୋଗୁଁ ଜନସାଧାରଣ ଅସୁବିଧାରେ ପଡୁଛନ୍ତି । ପିଲାମାନେ ଅନଲାଇନରେ ପାଠ ପଢିବା ପାଇଁ ସମସ୍ୟାରେ ପଡୁଛନ୍ତି । କ୍ଷୁଦ୍ର ଶିଳ୍ପ ଗୁଡ଼ିକର ଅବସ୍ଥା ଶୋଚନୀୟ ହୋଇଛି। ଏତିକିବେଳେ ଦରବୃଦ୍ଧିର ଟ୍ରେଣ୍ଡକୁ ନେଇ ରାଜନୀତି ଜୋର ଧରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.