Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୦୪କରୋନା ସଂକ୍ରମିତ ଚିହ୍ନଟ
  • ||
  • ଚିତ୍ରକୋଣ୍ଡାରେ BSF ଜବାନଙ୍କ କମ୍ବିଂ ଅପରେସନ, ଟିଫିନ୍ ବୋମା ଉଦ୍ଧାର
  • ||
  • ଶ୍ରୀଜଗନ୍ନାଥ ଷ୍ଟାଡିୟମ ନିକଟରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ, ୨ ଫ୍ଲାଟୁନ ଫୋର୍ସ ମୃତୟନ
  • ||
  • ଭିଜିଲାନ୍ସ ଜାଲରେ ଜନସ୍ୱାସ୍ଥ୍ୟ ବିଭାଗ-୨ ସହକାରୀ କାର୍ଯ୍ୟକାରୀ ଯନ୍ତ୍ରୀ, ଏକକାଳୀନ ୬ଟି ସ୍ଥାନରେ ରେଡ୍
  • ||
  • ନୟାଗଡ଼ : ପୋଲିସ କବ୍‌ଜାରେ ୪ ଆନ୍ତଃ ଜିଲ୍ଲା ଡକାୟତ
  • ||

ବଜାରକୁ ଆସିଲା ଅପଡେଟ୍ ଫିଚର୍ ସହ ଇଲେକ୍ଟ୍ରିକ୍ ବାଇକ୍ ଆଟମ ୧.୦ : ଦାମ୍ ଶସ୍ତା, ଖର୍ଚ୍ଚ କମ୍, ମାଇଲେଜ୍ ଶୁଣିଲେ ହେବନି ବିଶ୍ୱାସ

3/09/2020 at 5:05 PM

ନୂଆଦିଲ୍ଲୀ, ୦୩|୦୯ :  ଦିନକୁ ଦିନ ପେଟ୍ରୋଲ ଓ ଡିଜେଲର ଦାମ୍ ବଢିବାରେ ଲାଗିଛି । ତେଣୁ ଇଲେକ୍ଟ୍ରିକ୍ ଯାନବାହାନର ଚାହିଦା ବୃଦ୍ଧି ପାଇଲାଣି । ଲୋକଙ୍କ ଚାହିଦାକୁ ନଜରେର ରଖି ହାଇଦ୍ରାବାଦର ଇଲେକ୍ଟ୍ରିକ୍ ଷ୍ଟାଟଅପ୍ କମ୍ପାନୀ ଅଟୋମୋବାଇଲ୍ ପ୍ରାଇଭେଟ୍ ଲିମିଟେଡ୍ ଇଲେକ୍ଟ୍ରିକ୍ ବାଇକ୍ ଲଞ୍ଚ୍ କରିଛି ।

ସବୁଠାରୁ ଭଲ କଥା ଏହା ଯେ, ଏହି ବାଇକ୍ ମାତ୍ର ୭ରୁ ୮ ଟଙ୍କାରେ ୧୦୦ କିମି ଯାଇପାରିବ । ଏହି ବାଇକର ନାଁ ରହିଛି ଆଟମ୍ ୧.୦ । ଏହା ଯୁବପୀଢିଙ୍କୁ ନଜରରେ ରଖି ତିଆରି କରାଯାଇଛି । ଏହାର ଦାମ୍ ରହିଛି ୫୦ ହଜାର । ଥରଟିଏ ଚାର୍ଜ ହେଲେ ଏହି ବାଇକ୍ ୧୦୦ କିମି ଯିବ ବୋଲି କମ୍ପାନୀ ଦାବି କରୁଛି ।

ଏହି ବାଇକ୍ ୨ ବର୍ଷ ବ୍ୟାଟେରୀ ଓ୍ୱାରେଣ୍ଟି ସହ ଆସୁଛି । ଏହାର ବ୍ୟାଟେରୀର ଓଜନ ମାତ୍ର ୬ କେଜି । ୪ ଘଣ୍ଟାରେ ଏହି ବାଇକ୍ ଫୁଲ୍ ଚାର୍ଜ ହୋଇଯିବ । ଏହି ବାଇକରେ ୨୦୪ ହେଭି ଟାୟାର୍ସ, ଆରାମଦାୟକ ସିଟ୍, ଡିଜିଟାଲ ଡିସପ୍ଲେ ସହ ଏଲଇଡି ହେଡଲାଇଟ୍, ଇଣ୍ଡିକେଟର୍ସ, ଟେଲ୍ ଲାଇଟ୍ ରହିଛି । ଏହି ବାଇକକୁ କିଣିବା ପାଇଁ କୌଣସି ରେଜିଷ୍ଟ୍ରେସନ କରିବା ପାଇଁ ତଥା ଲାଇସେନ୍ସ ଦରକାର ନାହିଁ ।

   Related Posts