ବିଦ୍ୟୁତ ଆଘାତରେ ଶ୍ରମିକଙ୍କ ମୃତ୍ୟୁ

Published By : Prameya-News7 Bureau | July 08, 2020 IST

ବୌଦ୍ଧ୮/୭ : ବିଦ୍ୟୁତ ଆଘାତରେ ଶ୍ରମିକଙ୍କ ମୃତ୍ୟୁ। ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ଧଳପୁର ପଞ୍ଚାୟତର ଖଣ୍ଡିଧଳପୁର ଗ୍ରାମରେ  ଏଭଳି ଦୁଃଖଦ ଘଟଣା ଘଟିଛି। ମିଳିଥିବା ସୂଚନା ମୁତାବକ ଖଣ୍ଡିଧଳପୁର ଗ୍ରାମର ଅରୁଣ ବେହେରା। ତାଙ୍କ ବୟସ ୨୫ ବର୍ଷ। ବୁଧବାର ଚାରିଛକର ଜଣେ ଜଣେ ବ୍ୟକ୍ତିଙ୍କ ଘରେ ଏହି ବ୍ୟକ୍ତି କାମ କରୁଥିଲା । କାମ କରିବା ସମୟରେ  ବିଦ୍ୟୁତ ଅରୁଣ ଗୁରୁତର ହୋଇପଡିଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ପୁରୁଣା କଟକ ଡାକ୍ତରଖାନାକୁ ନିଆଯାଇଥିଲା। ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ସଂପର୍କରେ ଖବର ପାଇ  ପୁରୁଣା କଟକ ଥାନାର ପୋଲିସ୍‌ ଘଟଣାସ୍ଥଳରେ ପହଁଞ୍ଚି ଶ୍ରମିକଙ୍କ ମୃତଦେହକୁ ଜବତ କରିଥିଲା। ମୃତକ ଜଣେ ଗରିବ ଶ୍ରେଣୀର ଜଣେ ଲୋକ ହୋଇଥିବାରୁ ତାଙ୍କୁ ସାହାଯ୍ୟ ଯୋଗାଇ ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.