ଯୁଦ୍ଧ ଭଳି ପରିସ୍ଥିତି ଯୋଗୁଁ ଘୁଞ୍ଚିବ ନାହିଁ ସାଧାରଣ ନିର୍ବାଚନ : ନିର୍ବାଚନ କମିଶନ

Published By : Prameya-News7 Bureau | March 01, 2019 IST

ନୂଆଦିଲ୍ଲୀ ୧|୩: ନିର୍ଦ୍ଧାରିତ ସମୟରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ଭାରତର ମୁଖ୍ୟ ନିର୍ବାଚନ କମିଶନ ପ୍ରକାଶ କରିଛନ୍ତି । ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ଭଳି ପରିସ୍ଥିତି ଯୋଗୁଁ ନିର୍ବାଚନ ବିଳମ୍ବିତ ହୋଇପାରେ ବୋଲି ଆକଳନ କରାଯାଉଥିଲା । ତେବେ ନିର୍ବାଚନ ଘୁଞ୍ଚିଲା ଭଳି ପରିସ୍ଥିତ ହୋଇନାହିଁ ବୋଲି କମିଶନ ପ୍ରକାଶ କରିଛନ୍ତି । ପୂର୍ବରୁ ମାର୍ଚ୍ଚ ମାସ ପ୍ରଥମ ସପ୍ତାହରେ ନିର୍ବାଚନ ତାରିଖ ଘୋଷଣା ହେବ ବୋଲି ସଙ୍କେତ ଦେଇଥିଲେ । ସେହି ଅନୁସାରେ ୬ତାରିଖରେ ନିର୍ବାଚନ ତାରିଖ ଘୋଷଣା ହେବ ବୋଲି ଆଶା କରାଯାଉଛି ।

{"id":89716}

ସୂଚନାଯୋଗ୍ୟ ଯେ, ଲୋକସଭା ନିର୍ବାଚନ ସହ ଓଡିଶା ବିଧାନସଭାର ମଧ୍ୟ ୧୪୭ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ଏଥିପାଇଁ ସମସ୍ତ ପ୍ରକାରର ପ୍ରାକ୍ ପ୍ରସ୍ତୁତି ଜାରି ରହିଛି । ଗତ ମାସରେ ମୁଖ୍ୟ ନିର୍ବାଚନ ଅଧିକାରୀ ଚୂଡାନ୍ତ ଭୋଟର ତାଲିକା ମଧ୍ୟ ପ୍ରକାଶ କରିସାରିଛନ୍ତି । ପୋଲିସ ଏବଂ ସୁରକ୍ଷାବାହିନୀଙ୍କ ପ୍ରଥମ ପର୍ଯ୍ୟାୟ ଭୋଟ୍ ପରିଚାଳନା ତାଲିମ ଶିବିର ଅନୁଷ୍ଠିତ ହୋଇଛି । ଏଥିରେ ମୁଖ୍ୟ ନିର୍ବାଚନ କମିୁଶନ ମଧ୍ୟ ଯୋଗଦେଇଥିଲେ । ନିର୍ବାଚନକୁ ନିରପେକ୍ଷ  ଓ ଅବାଧ କରିବା ପାଇଁ ରାଜ୍ୟର ବିଭିନ୍ନ ରାଜନୈତିକ ଦଳ ମୁଖ୍ୟ ନିର୍ବାଚନ କମିଶନଙ୍କୁ ଭେଟି ବିଭିନ୍ନ ପ୍ରସ୍ତାବ ଦେଇଥିଲେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.