କେରଳ, ତାମିଲନାଡୁ ଏବଂ ପୁଡୁଚେରୀରେ ଗୋଟିଏ ପର୍ଯ୍ୟାୟରେ ହେବ ନିର୍ବାଚନ : ମେ ୨ରେ ୫ଟି ରାଜ୍ୟର ଫଳାଫଳ

Published By : Prameya-News7 Bureau | February 26, 2021 IST

ନୂଆଦିଲ୍ଲୀ ୨୬/୦୨ଆରମ୍ଭ ହୋଇଗଲା କାଉଣ୍ଟଡାଉନ୍‌ । ୨୦୧୯ର ସବୁଠାରୁ ବଡ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ସୁନିଲ ଆରୋରା । ୪ ରାଜ୍ୟ ପଶ୍ଚିମବଙ୍ଗ, ଆସାମ, ତାମିଲନାଡୁ ଓ କେରଳ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀରେ ବିଧାନସଭା ନିର୍ବାଚନ ପାଇଁ ବିଗୁଲ ବାଜିଛି । ଏହା ସହିତ ଉକ୍ତ ରାଜ୍ୟମାନଙ୍କରେ ନିର୍ବାଚନ ଆଚରଣ ବିଧି ଲାଗୁକରାଯାଇଛି । ଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମୀଳନୀରେ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ କମିଶନର ସୁନିଲ ଆରୋରା । କେରଳ, ତାମିଲନାଡୁ ଏବଂ ପୁଡୁଚେରୀରେ ଗୋଟିଏ ପର୍ଯ୍ୟାୟରେ ହେବ ନିର୍ବାଚନ । ସେହିପରି ପଶ୍ଚିମବଙ୍ଗରେ ୮ଟି ଏବଂ ଆସାମମରେ ୩ଟି ପର୍ଯ୍ୟାୟରେ ହେବ ବିଧାନସଭା ନିର୍ବାଚନ ।

କେରଳ, ତାମିଲନାଡୁ ଏବଂ ପୁଡୁଚେରୀରେ ଗୋଟିଏ ପର୍ଯ୍ୟାୟରେ ହେବ ନିର୍ବାଚନ ।

କେରଳ

ନାମାଙ୍କନ- ମାର୍ଚ୍ଚ ୧୨

ନାମାଙ୍କନର ଶେଷ ତାରିଖ- ମାର୍ଚ୍ଚ ୧୯

ନାମାଙ୍କନ ଯାଞ୍ଚ- ମାର୍ଚ୍ଚ ୨୮

ନାମାଙ୍କନ ପ୍ରତ୍ୟାହାର- ମାର୍ଚ୍ଚ ୨୨

ନିର୍ବାଚନ ତାରିଖ- ଏପ୍ରିଲ ୬

ଫଳାଫଳ ଘୋଷଣା-ମେ ୨

ତାମିଲନାଡୁ

ନାମାଙ୍କନ- ମାର୍ଚ୍ଚ ୧୨

ନାମାଙ୍କନର ଶେଷ ତାରିଖ- ମାର୍ଚ୍ଚ ୧୯

ନାମାଙ୍କନ ଯାଞ୍ଚ- ମାର୍ଚ୍ଚ ୨୮

ନାମାଙ୍କନ ପ୍ରତ୍ୟାହାର- ମାର୍ଚ୍ଚ ୨୨

ନିର୍ବାଚନ ତାରିଖ- ଏପ୍ରିଲ ୬

ଫଳାଫଳ ଘୋଷଣା-ମେ ୨

ପୁଡୁଚେରୀ (କେନ୍ଦ୍ରଶାସିତ ଅଞ୍ଚଳ)

ନାମାଙ୍କନ- ମାର୍ଚ୍ଚ ୧୨

ନାମାଙ୍କନର ଶେଷ ତାରିଖ- ମାର୍ଚ୍ଚ ୧୯

ନାମାଙ୍କନ ଯାଞ୍ଚ- ମାର୍ଚ୍ଚ ୨୮

ନାମାଙ୍କନ ପ୍ରତ୍ୟାହାର- ମାର୍ଚ୍ଚ ୨୨

ନିର୍ବାଚନ ତାରିଖ- ଏପ୍ରିଲ ୬

ଫଳାଫଳ ଘୋଷଣା-ମେ ୨

ଭୋଟ୍ ବେଳେ କଡାକଡି ଭାବେ ପାଳନ ହେବ କୋଭିଡ୍‌ ଗାଇଡ୍‌ଲାଇନ୍‌ । ସମ୍ବେଦନଶୀଳ ବୁଥ୍‌ଗୁଡିକରେ ସିସିଟିଭି ଲଗାଯିବ । ନିର୍ବାଚନ ପ୍ରକ୍ରିୟାରେ ସାମିଲ ହେବାକୁ ଥିବା ସମସ୍ତ ଅଧିକାରୀଙ୍କୁ ଭ୍ୟାକ୍‌ସିନ୍‌ ଦିଆଯିବ । ପ୍ରାର୍ଥୀମାନେ ଅନ୍‌ଲାଇନ୍‌ରେ ମଧ୍ୟ ନାମାଙ୍କନପତ୍ର ଦାଖଲ କରିପାରିବେ । ଭୋଟରଙ୍କ ସୁରକ୍ଷା ପ୍ରତି ଅଧିକ ଗୁରୁତ୍ବ ଦିଆଯାଇଛି । ସୁରକ୍ଷା ଦୃଷ୍ଟି ରୁ ମତଦାନ କେନ୍ଦ୍ର ଗୁଡିକରେ CRPF ଯବାନ ମୁତୟନ ହେବେ ।   

ଗତ ସାଧାରଣ ନିର୍ବାଚନରେ ତାମିଲନାଡୁର ମୋଟ୍ ୨୩୩ ବିଧାନସଭା ଆସନ ମଧ୍ୟରୁ AIADMK ଏବଂ NDA ମେଣ୍ଟ ମୋଟ ୧୩୫ ସିଟ୍‌ ହାତେଇଥିଲେ । ସେହିଭଳି ବିରୋଧି ଏମ୍‌. କେ. ଷ୍ଟାଲିନ୍‌ଙ୍କ DMK ୯୮ଟି ସିଟ୍‌ରେ ବିଜୟୀ ହୋଇଥିଲା ।  

ସେହିଭଳି କେରଳରେ ଗତ ସାଧାରଣ ନିର୍ବାଚନରେ ତାମିଲନାଡୁର ମୋଟ୍ ୧୪୦ ବିଧାନସଭା ଆସନ ମଧ୍ୟରୁ LDF ୯୧ଟି ସିଟ୍‌ରେ ବିଜୟୀ ହାସଲ କରି ସରକାର ଗଡିଥିଲା । ବିରୋଧୀ UDF ମେଣ୍ଟ ୪୭ଟି ସିଟ୍‌ରେ ବିଜୟୀ ହୋଇଥିଲା । ସେହଭଳି BJP ମାତ୍ର ଗୋଟିଏ ଏବଂ ଅନ୍ୟମାନେ ଗୋଟିଏ ଆସନ ହାତେଇବାକୁ ସକ୍ଷମ ହୋଇଥିଲେ ।

ପୁଡୁଚେରୀରେ ୨୦୧୬ ସାଧାରଣ ନିର୍ବାଚନରେ ମୋଟ ୩୦ ସିଟ୍ ମଧ୍ୟରୁ UPA ମେଣ୍ଟ ସଂଖ୍ୟା ଗରିଷ୍ଠତା ହାସଲ କରି ସରକାର ଗଢିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.