Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଦେଶର ୨୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୯୧ ଲୋକସଭା କ୍ଷେତ୍ରରେ ହେବ ଭୋଟ୍ : ରାଜ୍ୟର କେଉଁ ବରିଷ୍ଠ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ ଜାଣନ୍ତୁ

10/04/2019 at 7:19 PM

ଭୁବନେଶ୍ବର୧୦|୪: ଆସନ୍ତାକାଲି ସପ୍ତଦଶ ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ୍ । ଦେଶର ୨୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୯୧ ଲୋକସଭା କ୍ଷେତ୍ରରେ ହେବ ଭୋଟ୍ । ଓଡ଼ିଶାର ୪ଟି ଲୋକସଭା ଓ ୨୮ଟି ବିଧାନସଭା ପାଇଁ ହେବ ନିର୍ବାଚନ । ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ରାଜ୍ୟର ୪ଟି ଲୋକସଭା ଓ ୨୮ଟି ବିଧାନସଭା ପାଇଁ ମୈଦାନରେ ଅଛନ୍ତି ୨୧୭ଜଣ ପ୍ରାର୍ଥୀ ।

ରାତି ପାହିଲେ ପ୍ରଥମ ପର୍ଯ୍ୟାୟ ଭୋଟ୍‌ । ଦେଶର ୨୦ଟି ରାଜ୍ୟର ୯୧ ଲୋକସଭା ଏବଂ ଏହା ଅଧୀନରେ ଥିବା ବିଧାନସଭା କ୍ଷେତ୍ରରେ ହେବ ଭୋଟ୍ । ଓଡ଼ିଶାର ୪ଟି ଲୋକସଭା ଓ ୨୮ ବିଧାନସଭାରେ କ୍ଷେତ୍ରରେ ୨୧୭ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ପାଖାପାଖି ୬୦ଲକ୍ଷ ୩ ହଜାର ଭୋଟର  ।

ବ୍ରହ୍ମପୁର, କଳାହାଣ୍ଡି, କୋରାପୁଟ ଓ ନବରଙ୍ଗପୁର ଲୋକସଭା ଆସନ ପାଇଁ ମୋଟ୨୬ଜଣ ପ୍ରାର୍ଥୀ ମଇଦାନରେ ଅଛନ୍ତି । ଏହା ଅନ୍ତର୍ଗତ ୨୮ ବିଧାନସଭା ଆସନରେ ଅଛନ୍ତି ୧୯୧ଜଣ ପ୍ରାର୍ଥୀ । ତେବେ ଏମାନଙ୍କ ମଧ୍ୟରୁ ୪ଟି ଯାକ ଲୋକସଭା ଆସନରେ ପ୍ରାର୍ଥୀଙ୍କ ଭିତରେ କାଣ୍ଟେ କି ଟକ୍କର ସମ୍ଭାବନା ଦେଖାଯାଉଛି । ଏମାନଙ୍କ ମଧ୍ୟରେ ଅଛନ୍ତି କଂଗ୍ରେସ ଲୋକସଭା ପ୍ରାର୍ଥୀ ବରିଷ୍ଠ ନେତା ଭକ୍ତ ଚରଣ ଦାସ, ପ୍ରଦୀପ ମାଝି । ବିଧାନସଭା ପାଇଁ ଅଛନ୍ତି ଦଳର ତାରା ପ୍ରସାଦ ବାହିନୀପତି

ସେହିପରି ବିଜେଡିର ଲୋକସଭା ପ୍ରାର୍ଥୀ ରମେଶ ମାଝୀ, ଚନ୍ଦ୍ରଶେଖର ସାହୁ, ପୁଷ୍ପେନ୍ଦ୍ର ସିଂହଦେଓ । ସେହିଭଳି ବିଧାନସଭା ପ୍ରାର୍ଥୀ ଭୂପିନ୍ଦର ସିଂ, ରବି ନାରାୟଣ ନନ୍ଦ ବିକ୍ରମ ପଣ୍ଡା, ରବିନାରାୟଣ ନନ୍ଦ, ପ୍ରଦୀପ ପାଣିଗ୍ରାହୀ, ସୂର୍ଯ୍ୟନାରାୟଣ ପାତ୍ର, ଉଷା ଦେବୀ, ରାଜେନ୍ଦ୍ର ଢୋଲକିଆ ପ୍ରମୁଖ ।

ସେହିଭଳି ବିଜେପିର ସାଂସଦ ପ୍ରାର୍ଥୀ ବଳଭଦ୍ର ମାଝୀ, ବସନ୍ତ ପଣ୍ଡା, ଭୃଗୁ ବକ୍ସିପାତ୍ର । ସେହିଭଳି ବିଧାୟକ ପ୍ରାର୍ଥୀ ପଦୀପ ନାଏକ, ଜୟରାମ ପାଙ୍ଗି, ଶିଶିର ଗମାଙ୍ଗ, ପିଙ୍କି ପ୍ରଧାନ, ପର୍ଶୁରାମ ମାଝୀ, ପ୍ରଦୀପ ନାୟକଙ୍କ ଭଳି ହେଭିଓ୍ବେଟ୍ଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି ।

ତେବେ ନବରଙ୍ଗପୁର, ବ୍ରହ୍ମପୁର ଲୋକସଭା ପାଇଁ ୩ ଦଳ ମଧ୍ୟରେ ଜୋରଦାର ଫାଇଟ୍ ହେବ । ନବରଙ୍ଗପୁରରେ କଂଗ୍ରେସର ପ୍ରଦୀପ ମାଝୀ, ବିଜେଡିର ରମେଶ ମାଝୀ ଓ ବିଜେପିର ବଳଭଦ୍ର ମାଝୀଙ୍କ ମଧ୍ୟରେ ସିଧା ଟକ୍କର ହେବ । ସେହିଭଳି  ବ୍ରହ୍ମପୁରରେ ବିଜେଡିର ଚନ୍ଦ୍ରଶେଖର ସାହୁ, କଂଗ୍ରେସର ଭି.ଚନ୍ଦ୍ରଶେଖ ନାଇଡୁ ଓ ଭୃଗୁ ବକ୍ସିପାତ୍ରଙ୍କ ମଧ୍ୟରେ ସିଧାସଳଖ ଫାଇଟ୍ ହେବ ।

ଏହା ସହ ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟ ପାଇଁ ଆନ୍ଧ୍ରପ୍ରଦେଶର୨୫, ତେଲଙ୍ଗାନାର ୧୭, ଉତ୍ତରପ୍ରଦେଶର ୮, ମହାରାଷ୍ଟ୍ରର ୭, ଉତ୍ତରାଖଣ୍ଡ ଓ ଆସାମର ୫ଟି ଲେଖାଏଁ ନିର୍ବାଚନମଣ୍ଡଳୀ, ବିହାର ଓ ଓଡ଼ିଶାର ୪ଟି ଲେଖାଏଁ ଲୋକସଭା ନିର୍ବାଚନମଣ୍ଡଳୀ, ଜମ୍ମୁ କାଶ୍ମୀର, ଅରୁଣାଚଳପ୍ରଦେଶ, ମେଘାଳୟ ଏବଂ ପଶ୍ଚିମବଙ୍ଗରେ ଦୁଇଟି ଲେଖାଏଁ ଲୋକସଭା ନିର୍ବାଚନମଣ୍ଡଳୀ, ଏବଂ ଛତିଶଗଡ, ମଣିପୁର, ମିଜୋରାମ, ନାଗାଲାଣ୍ଡ, ତ୍ରିପୁରା, ସିକ୍କିମ୍ , ଆଣ୍ଡାମାନ-ନିକୋବର ଏବଂ ଲାକ୍ଷ୍ବାଦୀପରେ ଗୋଟିଏ ଲେଖାଏ ଲୋକସଭା ନିର୍ବାଚନମଣ୍ଡଳୀରେ ଏଭଳି ମୋଟ୍‌ ୯୧ ଟି ଲୋକସଭା ଆଶନ ପାଇଁ ଭୋଟ୍‌ ହେବ ।

   Related Posts