Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଶ୍ଵସ୍ତି: କମୁଛି କରୋନା ପ୍ରଭାବ, ୨୪ ଘଣ୍ଟାରେ ଆରୋଗ୍ୟ ହେଲେ ୮୦୯ ସଂକ୍ରମିତ
  • ||
  • ଡିସେମ୍ବର-ଜାନୁଆରୀ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ: ଭୁବନେଶ୍ବର ଷ୍ଟେସନ ଓ ଏୟାରପୋର୍ଟରେ କରିପାରିବେ କୋଭିଡ୍‌ ଟେଷ୍ଟ
  • ||
  • ପରୀ ବାପା-ମା’ଙ୍କୁ ଭେଟିଲେ ବିଜେପି ଟିମ୍, ସିବିଆଇ ତଦନ୍ତ ଦାବି
  • ||
  • ରାଉରକେଲା : ଚଳନ୍ତା ଟ୍ରେନ୍‌ର ଟୟଲେଟ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଯୁବକ ଗିରଫ
  • ||
  • କଟକ : ପୁଣି ଏକ ନକଲି ଘିଅ କମ୍ପାନୀରେ ଚଢାଉ, କୋଟିଏ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ
  • ||
  • ପ୍ରେମ: ସେୟାର ଚାଟ୍‌ରୁ ଆରମ୍ଭ ଫେସବୁକରେ ଶେଷ, ସୋସିଆଲ ମିଡିଆରେ ପ୍ରେମିକାଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କଲେ ପ୍ରେମିକ
  • ||
  • ନୂଆପଡା : ମେଡିକାଲରେ ଚାକିରୀ ଦେବାକୁ କହି ଠକୁଥିଲା ଯୁବକ, ଗିରଫ କଲା ପୋଲିସ
  • ||
  • ସମ୍ବଲପୁର : ଦନ୍ତା ହାତୀର ମୃତଦେହ ଠାବ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଅଭିଯୋଗ
  • ||
  • ଗଞ୍ଜାମ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ବିଜେପି ଓ କଂଗ୍ରେସ ପକ୍ଷରୁ ଏତଲା
  • ||
  • ପୁରୀ : ଅନଲାଇନରେ ନିର୍ମାଲ୍ୟ ବିକ୍ରି କରିବା ନେଇ ସିଂହଦ୍ବାର ଥାନାରେ ଆମାଜନ ଇଣ୍ଡିଆ ବିରୋଧରେ ସେବାୟତଙ୍କ ଏତଲା
  • ||

୪ଟି ଲୋକସଭା ଆସନର ପ୍ରାର୍ଥୀଙ୍କ ମଧ୍ୟରୁ ସବୁଠୁ ଧନୀ ପ୍ରାର୍ଥୀଙ୍କ ସମ୍ପତ୍ତିର ମୂଲ୍ୟ ୩୬କୋଟି ଏବଂ ସବୁଠୁ ଗରିବ ପ୍ରାର୍ଥୀଙ୍କ ସମ୍ପତ୍ତିର ମୂଲ୍ୟ ଶୂନ, ଜାଣନ୍ତୁ କିଏ ଏମାନେ

7/04/2019 at 7:39 PM

ଭୁବନେଶ୍ବର ୭|୪ : ପ୍ରଥମ ପର୍ଯ୍ୟାୟରେ ହେଉଥିବା ୪ଟି ଲୋକସଭା ଆସନ ବ୍ରହ୍ମପୁର, କୋରାପୁଟ, କଳାହାଣ୍ଡି ଓ ନବରଙ୍ଗପୁରର ମୋଟ୍ ୨୬ଜଣ ସାଂସଦ ପ୍ରାର୍ଥୀଙ୍କ ମଧ୍ୟରୁ ସବୁଠୁ ଧନୀ ହେଉଛନ୍ତି ବ୍ରହ୍ମପୁର ଲୋକସଭା ଆସନର କଂଗ୍ରେସ ପ୍ରାର୍ଥୀ ଭି. ଚନ୍ଦ୍ରଶେଖର ନାଇଡୁ । ତାଙ୍କ ସମ୍ପତ୍ତିର ମୂଲ୍ୟ ୩୬କୋଟିରୁ ଅଧିକ । ସେହିଭଳି କୋରାପୁଟ ଲୋକସଭା ଆସନରୁ ସିପିଆଇ(ଏମଏଲ)ର ରାଜେନ୍ଦ୍ର କେନ୍ଦୁଲିକା ସବୁଠୁ ଗରିବ । ତାଙ୍କ ସମ୍ପତ୍ତିର ମୂଲ୍ୟ ମାତ୍ର  ୫୬୫ଟଙ୍କା । ଅପରପକ୍ଷରେ ପ୍ରଥମ ପର୍ଯ୍ୟାୟରେ ଅନୁଷ୍ଠିତ ହେବାକୁ ଥିବା ୨୮ଟି ବିଧାନସଭା ନିର୍ବାଚନମଣ୍ଡଳୀର ୧୮୯ ପ୍ରାର୍ଥୀଙ୍କ ସମ୍ପତ୍ତି ତାଲିକା ଯାଞ୍ଚରୁ ଜଣାପଡିଛି ଯେ, କଳାହାଣ୍ଡି ଜିଲ୍ଲା ଧର୍ମଗଡ ବିଧାନସଭା ନିର୍ବାଚନମଣ୍ଡଳୀର ବିଜେପି ପ୍ରାର୍ଥୀ ଅନନ୍ତ ପ୍ରସାଦ ଦେଓ ହେଉଛନ୍ତି ସବୁଠୁ ଅଧିକ ଧନୀ ବିଧାୟକ ପ୍ରାର୍ଥୀ । ତାଙ୍କ ସମ୍ପତ୍ତିର ମୂଲ୍ୟ ୨୭କୋଟି ଟଙ୍କା । ଗରିବ ବିଧାୟକଙ୍କ ମଧ୍ୟ ରହିଛନ୍ତି ଦୁଇ ଜଣ ସ୍ବାଧୀନ ବିଧାୟକ । ସେମାନଙ୍କ ସମ୍ପତ୍ତିକ ମୂଲ୍ୟ ଶୂନ । ସେମାନେ ହେଲେ ଗଞ୍ଜାମ ଜିଲ୍ଲା ଗୋପାଳପୁର ବିଧାନସଭା ଆସନର ସ୍ବାଧୀନ ପ୍ରାର୍ଥୀ ବିଶ୍ବବିହାରୀ ବିଶୋୟୀ ଏବଂ ନୂଆପଡା ବିଧାନସଭା ଆସନର ସ୍ବାଧୀନ ପ୍ରାର୍ଥୀ ଲୋଚନ ସିଂ ମାଝୀ ।

ଦଶ ଜଣ ସର୍ବାଧିକ ଧନୀ ପ୍ରାର୍ଥୀଙ୍କ ମଧ୍ୟରେ ଅଛନ୍ତି ବ୍ରହ୍ମପୁର ବିଧାନସଭା ନିର୍ବାନଚମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ଲିଙ୍ଗରାଜ ଚୌଧୁରୀ । ତାଙ୍କ ସମ୍ପତ୍ତିର ମୂଲ୍ୟ ହେଉଛି ୧୭କୋଟିରୁ ଅଧିକ । ତୃତୀୟ ସ୍ଥାନରେ ରହିଛି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବିଧାନସଭା ଆସନର ବିଜେଡି ପ୍ରାର୍ଥୀ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର । ତାଙ୍କ ସମ୍ପତ୍ତିର ମୂଲ୍ୟ ୧୬କୋଟି । ସେହିଭଳି ୪ର୍ଥ ଧନୀ ସ୍ଥାନରେ ରହିଛନ୍ତି ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ବିଧାନସଭା ନିର୍ବାଚନମଣ୍ଡଳୀର ବିଧାନସଭା ପ୍ରାର୍ଥୀ ବିକ୍ରମକେଶରୀ ପଣ୍ଡା । ତାଙ୍କ ସମ୍ପତ୍ତିର ମୂଲ୍ୟ ୮କୋଟିରୁ ଅଧିକ । ୫ମ ଧନୀ ସ୍ଥାନରେ ରହିଛନ୍ତି କଳାହାଣ୍ଡି ଜିଲ୍ଲା ଜୁନାଗଡ ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ କ୍ୟାପ୍ଟେନ ଦିବ୍ୟଶଙ୍କର ମିଶ୍ର । ତାଙ୍କ ସମ୍ପତ୍ତିର ମୂଲ୍ୟ ହେଉଛି ୮କୋଟିରୁ ଅଧିକ । ଷଷ୍ଠ ଧନୀ ସ୍ଥାନରେ ରହିଛନ୍ତି ହାଇଟେକ୍ ଗ୍ରୁପ୍ ପ୍ରତିଷ୍ଠାତା ତଥା ପାରଳାଖେମୁଣ୍ଡିର ସ୍ବାଧୀନ ବିଧାୟକ ପ୍ରାର୍ଥୀ ତିରୁପତି ପାଣିଗ୍ରାହୀ । ତାଙ୍କ ସମ୍ପତ୍ତିର ମୂଲ୍ୟ ୭କୋଟିରୁ ଅଧିକ । ୭ମ ସ୍ଥାନରେ ଅଛନ୍ତି ଜୟପୁର ବିଧାନସଭା ଆସନର ବିଜେଡି ପ୍ରାର୍ଥୀ ରବି ନରାୟଣ ନନ୍ଦ । ତାଙ୍କ ସମ୍ପତ୍ତିର ମୂଲ୍ୟ ୬କୋଟିରୁ ଅଧିକ । ୮ମ ସ୍ଥାନରେ ଅଛନ୍ତି ନବରଙ୍ଗପୁର ବିଧାନସଭା ଆସନର କଂଗ୍ରେସ ପ୍ରାର୍ଥୀ ସଦନ ନାୟକ । ତାଙ୍କ ସମ୍ପତ୍ତିର ମୂଲ୍ୟ ହେଲା ୪କୋଟିରୁ ଅଧିକ । ୯ମ ସ୍ଥାନରେ ଅଛନ୍ତି ବ୍ରହ୍ମପୁର ବିଧାନସଭା ଆସନର ବିଜେପି ପ୍ରାର୍ଥୀ କାହ୍ନୁଚରଣ ପତି । ତାଙ୍କ ସମ୍ପତ୍ତିର ମୂଲ୍ୟ ୪କୋଟିରୁ ଅଧିକ । ୧୦ମ ସ୍ଥାନରେ ନୂଆପଡା ଜିଲ୍ଲାର ଖରିଆର ବିଧାନସଭା ପାଇଁ ବିଜେପି ପ୍ରାର୍ଥୀ ରୀତାରାଣୀ ବଗର୍ତ୍ତି । ତାଙ୍କ ସମ୍ପତ୍ତିର ମୂଲ୍ୟ ହେଉଛି ୪କୋଟିରୁ ଅଧିକ ।

ଓଡିଶା ଇଲେକ୍ସନ ଓ୍ବାଚ୍ ଏବଂ ଏଡିଆର ମିଳିତ ସହଯୋଗରେ ପ୍ରାର୍ଥୀମାନେ ଦାଖଲ କରିଥିବା ସତ୍ୟପାଠକୁ ଆଧାର କରି ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି । ରିପୋର୍ଟରେ ପ୍ରାର୍ଥୀଙ୍କର ଅପରାଧିକ ପୃଷ୍ଠଭୂମି, ଶିକ୍ଷାଗତ ଯୋଗ୍ୟତା ଏବଂ ଅନ୍ୟାନ୍ୟ ବିଷୟ ମଧ୍ୟ ସ୍ଥାନ ପାଇଛି । ଆଜି ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଓଡିଶା ଇଲେକ୍ସନ ଓ୍ବାଚ୍ ଏହି ରିପୋର୍ଟ ପ୍ରକାଶ କରିଛି ।

   Related Posts