Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୂକମ୍ପରେ ଥରିଲା ଋଷ୍ ଏବଂ ଆର୍ଜେଣ୍ଟିନାରେ, ରିକ୍ଟର ସ୍କେଲରେ ୬.୪ ଓ ୬.୩ ତୀବ୍ରତା
  • ||
  • କରୋନା କବଳରୁ ବର୍ତ୍ତିବା ପାଇଁ ଶ୍ରୀଲଙ୍କା ଜେଲ୍‌ରେ କଏଦୀଙ୍କ ଭୟଙ୍କର ଦଙ୍ଗା : ୮ମୃତ
  • ||
  • ନୂଆଦିଲ୍ଲୀ : ସନ୍ଦୀପ କଟାରିଆ ହେଲେ ବାଟା ଗ୍ଲୋବାଲର ସିଇଓ, ପ୍ରଥମ ଭାରତୀୟ ଭାବେ ମିଳିଲା ଦାୟିତ୍ୱ
  • ||
  • ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଉଡିଲା ଟାଟା ସୁମୋ, ୨ ଗୁରୁତର
  • ||

ରାଜ୍ୟରେ ବଢିଲାଣି ନିର୍ବାଚନୀ ହିଂସା, ଧର୍ମେନ୍ଦ୍ର କହିଲେ ବୁଲେଟର ଜବାବ ବେଲେଟରେ ଦେବେ ଲୋକେ

13/04/2019 at 6:10 PM

ଭୁବନେଶ୍ବର୧୩|୪: ରାଜ୍ୟରେ ବଢ଼ିଲାଣି ନିର୍ବାଚନୀ ହିଂସା। ରାଲି ଓ ପତକା ଲାଗାଇବାକୁ ନେଇ ତିନି ଦଳ ଏବେ ହତାହାତି ହେବା ସହ ହଣାକଟା ଆରମ୍ଭ ହୋଇଗଲାଣି। ଆଜି ବ୍ରହ୍ମଗିରିରେ ବିଜେଡି ପ୍ରାର୍ଥୀ ସଂଜୟ ଦାସବର୍ମୀଙ୍କ ରାଲିକୁ କିଛି ମହିଳା ବିରୋଧ କରିଛନ୍ତି। ଏହି ସମୟରେ ଦୁଇ ପକ୍ଷ ମଧ୍ୟରେ ଗଣ୍ଡଗୋଳ ହୋଇଛି। ଜଗତସିଂହପୁରରେ କଂଗ୍ରେସ କର୍ମୀଙ୍କ ଉପରେ ଆକ୍ରମଣ ହୋଇଥିବା ବେଳେ ଭଞ୍ଜନଗରରେ ବିଜେପି ପ୍ରାର୍ଥୀଙ୍କ ଭଣଜା ଉପରେ ମରଣାନ୍ତକ ଆକ୍ରମଣ ହୋଇଛି। 

ପୁରୀ ଜିଲ୍ଲା ବ୍ରହ୍ମଗିରିରେ ବିଜେଡି ପ୍ରାର୍ଥୀ ସଂଜୟ ଦାସବର୍ମାଙ୍କ ଶୋଭାଯାତ୍ରା ଯାଉଥିବା ବେଳେ ବାଟ ଓଗାଳିଲେ ମହିଳା। ଏଥିରେ ଯେ ବିଜେଡି-ବିଜେପି ମଧ୍ୟରେ ଛକାପଞ୍ଝା ରହୁଛି ତାହା ଏହି ଦୃଶ୍ୟ ବୟାନ କରୁଛି। କେବଳ ଏଇଠି ନୁହେଁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସରୁ ସରୁ ପ୍ରଚାର ଯେତିକି ତାତିଛି ସେହି ଅନୁସାରେ ଛକାପଞ୍ଝା ଓ ମାଡ଼ଗୋଳ ତୀବ୍ର ହୋଇଛି।  ଜଗତସିଂହପୁରରେ ପୌରାଞ୍ଚଳରେ ଓ୍ବାର୍ଡ ନମ୍ବର ୨୦ରେ ମାଧରହାଟରେ ପତାକା ବନ୍ଧାକୁ ନେଇ କଂଗ୍ରେସ କର୍ମୀଙ୍କ ଉପରକୁ ଆକ୍ରମଣ ହୋଇଛି । ଭଞ୍ଜନଗରର ବିଜେପି ପ୍ରାର୍ଥୀ ପ୍ରଦ୍ୟୁମ୍ନ ନାୟକଙ୍କ ଭଣଜାଙ୍କ ଉପରକୁ ମଧ୍ୟ ଆକ୍ରମଣର ଶିକାର ହୋଇଛନ୍ତି ।  ସେପଟେ କନ୍ଧମାଳରେ ଜଣେ ଆରଟିଆଇ କର୍ମୀ ମହମ୍ମଦ ଜିଆଉଦ୍ଦିନଙ୍କ ଉପରେ ଆକ୍ରମଣ ହୋଇଛି।  କନ୍ଧମାଳ ପ୍ରାର୍ଥୀ ଅଚ୍ୟୁତ ସାମନ୍ତଙ୍କ ସଂପର୍କିତ କିଛି ଆରଟିଆଇ ତଥ୍ୟ ସେ ବାଣ୍ଟୁଥିଲେ।  ଯେଉଁଥିପାଇଁ ତାଙ୍କୁ ଆକ୍ରମଣ କରାଯାଇଥିବା ଥାନାରେ ଏତଲା ଦିଆଯାଇଛି । ଏଥିପାଇଁ ସେ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଛନ୍ତି।

ତେବେ ବଢୁଥିବା ହିଂସାକାଣ୍ଡକୁ ନେଇ ବିଜେପି ଓ କଂଗ୍ରେସ ଏବେ ବିଜେଡି ଆଡ଼କୁ ଆକ୍ଷେପ କରିଛନ୍ତି। ନିର୍ବାଚନରେ ଜିତିବା ପାଇଁ ବିଜେଡି ହିଂସା ଆପଣାଉଥିବା ଅଭିଯୋଗ କରିଛନ୍ତି।  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ବୁଲେଟ ଯବାବ ଲୋକେ ବାଲଟରେ ଦେବେ ।ତେବେ ବିଜେଡି କହିଛି  ଦଳ ହିଂସାରେ ବିଶ୍ବାସ କରେନା। ବ୍ରହ୍ମପୁର ହତ୍ୟାକଣ୍ତା କଥା ଉଠାଇ ବି​‌ଜେପିକୁ ନିଶାନ ସାଧିଛି। 

ଗୋଟିଏ ପ୍ରର୍ଯ୍ୟାୟ ନିର୍ବାଚନ ସରିଥିବା ବେଳେ ଆହୁରି ତିନୋଟି ପ୍ରର୍ଯ୍ୟାୟ ବାକି ରହିଛି। କିନ୍ତୁ ଏବେ ହିଂସା କାଣ୍ତ ବଢ଼ିବାରେ ଲାଗିଛି। ଯାହା ପୋଲିସ ପାଇଁ ହିଁ ପରୀକ୍ଷାର ବିଷୟ ହେବ।

   Related Posts