ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀରେ ବଢୁଛି ରାଜନୈତିକ ଟେନ୍‌ସନ୍ : କେଉଁ ଦଳରୁ କିଏ ପାଇବେ ଟିକେଟ୍ ତାକୁ ନେଇ ଲାଗିଛି ସସ୍‌ପେନ୍ସ୍

Published By : Prameya-News7 Bureau | March 16, 2019 IST

ବ୍ରହ୍ମପୁର ୧୬/୩ : ନିର୍ବାଚନ ତାରିଖ ଘୋଷଣା ପରେ ସବୁ ରାଜନୈତିକ ଦଳରେ ନେତାଙ୍କ ଟେନ୍‌ସନ୍ ଟିକେ ବଢି ଯାଇଛି। ଟେନ୍‌ସନ୍‌ରେ ଦଳ ସସ୍‌ପେନ୍ସ୍ ରେ ନେତା। କାହାକୁ ମିଳିବ ଟିକେଟ୍ ଆଉ କିଏ କଟିବେ! ଏହାକୁ ନେଇ ନେତାଙ୍କ ହାର୍ଟବିଟ୍ ବଢି ଯାଇଛି। ଏପରି ସ୍ଥିତିରେ କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀରେ ରାଜନୈତିକ ସ୍ଥିତି କଣ ରହିଛି ଆସନ୍ତୁ ଟିକେ ନଜର ପକାଇବା ------।

{"id":94280}


ଗଞ୍ଜାମ ଜିଲ୍ଲାରେ ଦୁଇ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ବେଳେ ଏ ପର୍ଯ୍ୟନ୍ତ କୌଣସି ରାଜନୈତିକ ଦଳର ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ହୋଇନାହିଁ। କିଏ କେଉଁ ଠାରୁ ପ୍ରାର୍ଥୀ ହେବ ସେ ନେଇ ଅଧିକ ସସ୍‌ପେନ୍ସସ୍ ଲାଗି ରହିଛି। ଏହାରି ମଧ୍ୟରେ ଆସିକା ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କବିସୂର୍ଯ୍ୟନଗର ବିଧାନସଭା ନିର୍ବାଚନମଣ୍ଡଳୀରେ ରାଜନୈତିକ ଉଷ୍ମତା ଟିକେ ବଢିବାରେ ଲାଗିଛି। କବିସୂର୍ଯ୍ୟନଗର, ବେଗୁନିଆପଡା, ପୁରୁଷୋତ୍ତମପୁର ବ୍ଳକ୍‌ର କେତେକ ଅଞ୍ଚଳକୁ ନେଇ କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀ ଗଠିତ ହୋଇଛି। ବିଜୁ ଜନତା ଦଳରୁ ଭେଟେରାନ୍ ଲିଡର୍ ଭାବେ ଭି.ସୁଜ୍ଞାନୀ ଦେଓଙ୍କୁ ବିବେଚନା କରାଯାଉଛି।

{"id":94281}

କଂଗ୍ରେସ ଦଳରୁ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିବା ଭି. ସୁଜ୍ଞାନୀ ଦେଓ ଏହାରି ମଧ୍ୟରେ ଜଣେ ମହିଳା ହୋଇ ଲଗାତାର ୧୦ ଥର ବିଧାୟିକା ଭାବେ ବିଧାନସଭାକୁ ନିର୍ବାଚିତ ହୋଇ ରେକର୍ଡ ସୃଷ୍ଟି କରିଛନ୍ତି। ୮ଥର ଖଲ୍ଲିକୋଟ୍ ଓ ଶେଷ ଦୁଇ ନିର୍ବାଚନ କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀ ରୁ ବିଜୟୀ ହେବାରେ ରେକର୍ଡ କରିଛନ୍ତି। ଚଳିତ ନିର୍ବାଚନରେ ରାଣୀସାହେବା ଭି.ସୁଜ୍ଞାନୀ ଦେଓଙ୍କ ସ୍ବାସ୍ଥ୍ୟବସ୍ଥା ଠିକ୍ ନଥିବାରୁ ଏଠାରୁ ବି.ଜେ.ଡି କାହାକୁ ପ୍ରାର୍ଥୀ କରିବ ସେ ନେଇ କୌଣସି ସ୍ଥିର ହୋଇନଥିବା ବେଳେ ଏକାଧିକ ଆଶାୟୀ ଅଛନ୍ତି। ଭି.ସୁଜ୍ଞାନୀ ଦେଓଙ୍କ ସମେତ ହର ପ୍ରସାଦ ସାହୁ, ଅରୁଣ ପଣ୍ଡା, ନିର୍ମଳ ସାହୁ ପ୍ରମୁଖ ଆଶାୟୀ ଅଛନ୍ତି। ସେପଟେ ବି.ଜେପିରୁ ରଞ୍ଜନ ପଲ୍ଲେଇ ଓ କଂଗ୍ରେସରୁ ସୀତାରାମ ପାଣିଗ୍ରାହୀ ଟିକେଟ୍ ରେସ୍‌ରେ ଅଛନ୍ତି।

{"id":94282}


ଗତ ନିର୍ବାଚନରେ ବି.ଜେ.ଡି ପ୍ରାର୍ଥୀ ଭି. ସୁଜ୍ଞାନୀ ଦେଓ ୬୭, ୧୬୧ ଭୋଟ୍ ପାଇଥିବା ବେଳେ ସ୍ବାଧୀନ ପ୍ରାର୍ଥୀ ହର ପ୍ରସାଦ ସାହୁ ୪୫, ୬୬୧ ଭୋଟ୍ ପାଇଥିଲେ। କଂଗ୍ରେସ ପ୍ରାର୍ଥୀ ସୀତାରାମ ପାଣିଗ୍ରାହୀ ୯,୮୪୩ ଭୋଟ୍ ପାଇଥିବା ବେଳେ ବି.ଜେ.ପି ପ୍ରାର୍ଥୀ ବିର୍ଷ୍ମୁ ପ୍ରାସଦ ଜେନା ୪,୩୧୫, ଆପ୍ ପ୍ରାର୍ଥୀ ସମରଜିତ୍ ମହାନ୍ତି ୨୩୩୯ ଭୋଟ୍ ଓ ବି.ଏସ୍.ପି ପ୍ରାର୍ଥୀ ସଂଗୀତା କୁମାରୀ ମହାପାତ୍ର ୭୪୦ ଖଣ୍ଡ ଭୋଟ୍ ପାଇଥିଲେ। ନେତାଙ୍କୁ ଆଶା ଭରସା କରି ଭୋଟର୍ ଭୋଟ୍ ଦେଇ ବିଜୟୀ କରିବା ପରେ ନେତାଙ୍କ ଆଉ ଦେଖା ମିଳୁନାହିଁ ନିଜ ନିର୍ବାଚନମଣ୍ଡଳୀରେ। ସୁଖ ଦୁଃଖରେ ସାମିଲ୍ ହେଉନଥିବା ଭୋଟର୍ ଅଭିଯୋଗ କରିଛନ୍ତି। ସୁଖ ଦୁଃଖ, ବିପଦ ଆପଦରେ ଯେଉଁ ନେତା ସାମିଲ୍ ହେଉଛନ୍ତି ସେହି ଭଳି ନେତାଙ୍କୁ ଭୋଟ୍ ଦେବୁ ବୋଲି ରୋକ୍ ଠୋକ୍ ଭାବେ କହିଛନ୍ତି ଭୋଟର୍। ସେପଟେ ସରକାରୀ ଯୋଜନା ଠିକ୍ କାର୍ଯ୍ୟକାରୀ ହେଉନଥିବା ଅଭିଯୋଗ କରିଛନ୍ତି ଖୋଦ୍ ସରପଞ୍ଚ। ଏହାର ଜବାବ୍ ଆଗାମୀ ନିର୍ବାଚନରେ ଠିକ୍ ଭାବେ ଦିଆଯିବ ବୋଲି କହିଛନ୍ତି ସରପଞ୍ଚ।

{"id":94283}


ଭଲ ନେତା ଚୟନ କରିବାକୁ ଭୋଟର୍ ମୁଡ୍ ବଦଳେଇଥିବା ବେଳେ ଏ ପର୍ଯ୍ୟନ୍ତ କେଉଁ ଦଳରୁ କିଏ ପ୍ରାର୍ଥୀ ହେବ ସେ ନେଇ କୌଣସି ରାଜନୈତିକ ଦଳ ପ୍ରାର୍ଥୀ ଘୋଷଣା କରିନାହାନ୍ତି। ଏହାକୁ ଏବେ କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀରେ ରାଜନୈତିକ ଉଷ୍ମତା ଲାଗିରହିଥିବା ବେଳେ ଭୋଟର୍ ଓ ନେତା ଟେନ୍‌ସନ୍ ଓ ସସ୍‌ପେନ୍ସ୍‌ରେ ଅଛନ୍ତି। ତେବେ କେଉଁ ଦଳ କାହାକୁ ପ୍ରାର୍ଥୀ କରୁଛନ୍ତି ତାହା ଆଉ କିଛି ଦିନ ପରେ ସ୍ପଷ୍ଟ ଭାବେ ଜଣାପଡିବ ବୋଲି ଆଶା କରାଯାଉଛି -----।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.