Friday, August 23, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପାଟକୁରାରେ ସରିଲା ଭୋଟ୍: ୧୦ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ, ୨୪ରେ ଗଣତି

କେନ୍ଦ୍ରାପଡା୨୦|୭: ପାଟକୁରାରେ ସରିଲା ଭୋଟ୍‌ । ସଂଧ୍ୟା୫ଟା ସୁଦ୍ଧା ୬୭ପ୍ରତିଶତ ମତଦାନ ହୋଇଛି । ସକାଳ ୭ଟା ଆରମ୍ଭ ମତଦାନ ଆରମ୍ଭ ହୋଇଥିଲେ ହେଁ ଇଭିଏମ ତ୍ରୁଟି ଯୋଗୁଁ କିଛି ବୁଥରେ ମତଦାନରେ ବିଳମ୍ବ ହୋଇଥିଲା । ଯାହାକୁ ନେଇ ଭୋଟରଙ୍କ ଭିତରେ ଅସନ୍ତୋଷ ଦେଖିବାକୁ ମିଳିଥିଲା । ଧୀରେ ଧୀରେ ବୁଥ ଗୁଡ଼ିକରେ ଭୋଟର ବଢ଼ିଥିଲା ଲମ୍ବା ଧାଡ଼ି । ବର୍ଷା ସତ୍ବେ ଭୋଟ୍‌ ଦେବାକୁ ଭୋଟରଙ୍କ ଭିତରେ ଥିଲା ପ୍ରବଳ ଉତ୍ସାହ । …..

ସରିଲା ପାଟକୁରା ପରୀକ୍ଷା । ଇଭିଏମରେ କଏଦ୍‌ ହେଲା ପ୍ରମୁଖ ଦାବିଦାର୍‌ଙ୍କ ଭାଗ୍ୟ । ମଇଦାନରେ ୧୦ଜଣ ପ୍ରାର୍ଥୀ ଥିବା ବେଳେ ଏଠି ମୁଖ୍ୟତଃ ଲଢ଼େଇ ବିଜେଡି-ବିଜେପି ଓ କଂଗ୍ରେସ ଭିତରେ ଚାଲିଥିଲା । ସାଧାରଣ ନିର୍ବାଚନ ପୂର୍ବରୁ ପାଟକୁରାର ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କ ଦେହାନ୍ତ ପରେ ଏଠାରେ ସ୍ଥଗିତ ରହିଥିଲା ନିର୍ବାଚନ । ଏହା ପରେ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହେବା ପରେ ବେଦ ପ୍ରକାଶଙ୍କ ପତ୍ନୀ ସାବିତ୍ରୀ ଅଗ୍ରଓ୍ବାଲଙ୍କୁ ଏଠାରୁ ପ୍ରାର୍ଥୀ କରିଥିଲା ବିଜେଡି । ବିଜେପି ପକ୍ଷରୁ ମଇଦାନରେ ଥିଲେ ବରିଷ୍ଠ ନେତା ବିଜୟ ମହାପାତ୍ର । ସେହିଭଳି ପାଟକୁରା କଂଗ୍ରେସର ପୁରୁଣା ନେତା ଜୟନ୍ତ ମହାନ୍ତିଙ୍କୁ ଭରସା କରିଥିଲା କଂଗ୍ରେସ ।

ଏବେ ଏହି ତିନି ପ୍ରମୁଖ ପ୍ରାର୍ଥୀଙ୍କ ଭିତରୁ କାହା ନାଁରେ ମୋହର ମାରିଛନ୍ତି ପାଟକୁରା ଭୋଟର ତାହା ତ ଆସନ୍ତା ୨୪ରେ କ୍ଲିୟର ହୋଇଯିବ । ହେଲେ ଆଜି ଭୋଟିଂ ଡେରେ କିନ୍ତୁ ମତଦାନ ପାଇଁ ପାଟକୁରାବାସୀଙ୍କ ଭିତରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା । ବର୍ଷା ସତ୍ବେ ବୁଥ ଗୁଡ଼ିକରେ ଦେଖିବାକୁ ମିଳିଥିଲା ଭୋଟରଙ୍କ ଲମ୍ବା ଲାଇନ୍‌ ।

ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିଲେ ମଧ୍ୟ ଇଭିଏମରେ ତ୍ରୁଟି ଯୋଗୁଁ କିଛି ବୁଥରେ ମତଗ୍ରହଣ ବିଳମ୍ବ ହୋଇଥିଲା । ପାଟକୁରା ଓସ୍ତପୁରର ୨୧୮ ନମ୍ବର ବୁଥ ଓ ବିଲବଲରାମପୁରର ୨୦୧ ନମ୍ବର ବୁଥରେ ଇଭିଏମ ତ୍ରୁଟି ଯୋଗୁଁ  ଅସନ୍ତୋଷ ପ୍ରକାଶ କରିଥିଲେ ଭୋଟର ।

ଧାଡ଼ିରେ ଆସି ନିଜର ମତାଧିକାର ସାବ୍ୟସ୍ତ କରିଥିଲେ ବିଭିନ୍ନ ରାଜନୈତିକ ଦଳର ହେଭିଓ୍ବେଟ୍‌ ।ପାଟକୁରାର ଗରଦପୁର ବ୍ଲକ ତାଳକୁସୁମାର ୨୬୪ ନମ୍ବର ବୁଥରେ ଭୋଟ ଦେଇଥିଲେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର । ୨୦ ବର୍ଷ ଧରି କ୍ଷମତା ଠାରୁ ଦୂରରେ ଥିବା ଏହି ବରିଷ୍ଠ ରାଜନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି ଭୋଟର । ସେହିଭଳି ସାନ ଓଡ଼ଙ୍ଗାର ୨୩୦ ନମ୍ବର ବୁଥକୁ ଆସି ଭୋଟରଙ୍କ ସହ ଧାଡ଼ିରେ ଦୀର୍ଘ ସମୟ ଧରି ଠିଆ ହୋଇ ଭୋଟ ଦେଇଥିଲେ ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ ।ସଂଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିଥିଲା ମତଗ୍ରହଣ । ତେବେ କାଁ ଭାଁ ଗଣ୍ଡଗୋଳକୁ ଛାଡ଼ିଦେଲେ ମୋଟାମୋଟି ଭାବେ ଶାନ୍ତି ଶୃଙ୍ଖଳାରେ ସରିଛି ପାଟକୁରା ଭୋଟ୍‌ ।

ତେବେ ଫଳାଫଳ ପୂର୍ବରୁ ଆରୋପ ପ୍ରତ୍ୟାରୋପ ରାଜନୀତି ବିଭିନ୍ନ ମହଲକୁ ଉଷ୍ମ କରିଛି । ପାଟକୁରାବାସୀ ନିଜ ଅଂଚଳ ପାଇଁ କାହାକୁ ନେତା ବାଛିଛନ୍ତି ତାହା ତ ଆସନ୍ତା ୨୪ରେ ସ୍ପଷ୍ଟ ହୋଇଯିବ । ହେଲେ ତା’ ପୂର୍ବରୁ ଭୋଟ୍‌ ସେୟାରକୁ ନେଇ ନେତା ଆରମ୍ଭ କରିଦେଲେଣି ଅଙ୍କକଷା ।

296 Views

   ସମ୍ବନ୍ଧିତ ଖବର