Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ପୁଣି ଥରେ ଘୁଞ୍ଚିଲା କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ, କରୋନା ପ୍ରକୋପ ଦେଖି ପାର୍ଟି ନେଲା ଏପରି ନିଷ୍ପତ୍ତି

10/05/2021 at 4:09 PM

ନୂଆଦିଲ୍ଲୀ ୧୦।୦୫: କଂଗ୍ରେସ ଦଳର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ପୁଣି ଥରେ ଘୁଞ୍ଚିଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଂଗ୍ରେସ କାର୍ଯ୍ୟକାରୀ କମିଟି(ସିଡବ୍ଲ୍ୟୁସି) ନିର୍ବାଚନ ତାରିଖ ଘୁଞ୍ଚାଇବାକୁ ନିଷ୍ପତ୍ତି ନେଇଛନ୍ତି। ସୂତ୍ର ଅନୁଯାୟୀ, ବୈଠକରେ କୁହାଯାଇଛି କରୋନା ମହାମାରୀ ସମୟରେ ନିର୍ବାଚନ କରାଇବା ଠିକ୍ ନୁହେଁ। ଏଥିପାଇଁ ଏହାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ହୋଇଛି। ଗତ କାର୍ଯ୍ୟକାରୀ କମିଟିରେ ପାର୍ଟିର କେନ୍ଦ୍ରୀୟ ନିର୍ବାଚନ ପ୍ରାଧିକାରଣ ଜୁନ ୨୩ରେ ଅଧ୍ୟକ୍ଷ ପଦ ନିର୍ବାଚନ କରିବାକୁ ନିଷ୍ପତ୍ତି ନେଇଥିଲା। ନିର୍ବାଚନ ପାଇଁ ନୂତନ ତାରିଖ ପରେ କରାଯିବ ବୋଲି ପାର୍ଟି ପକ୍ଷରୁ କୁହାଯାଇଛି।

୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସ ପାର୍ଟିର ପରାଜୟ ପରେ ରାହୁଲ ଗାନ୍ଧୀ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ଏହା ପରେ ସୋନିଆ ଗାନ୍ଧୀଙ୍କୁ ପାର୍ଟିର ଅନ୍ତରୀଣ ଅଧ୍ୟକ୍ଷ କରାଯାଇଥିଲା। ମାତ୍ର ୨ ବର୍ଷ ବିତି ଯାଇଥିଲେ ମଧ୍ୟ ପାର୍ଟିରେ ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ଚୟନ ହୋଇ ପାରି ନାହିଁ। କୁହାଯାଉଥିଲା ଯେ, ଜୁନ ମାସରେ ରାହୁଲ ଗାନ୍ଧୀଙ୍କୁ ପୂର୍ଣ୍ଣକାଳୀନ ସଭାପତି କରାଯାଇପାରେ।  

କଂଗ୍ରେସର ସଭାପତି ପଦରେ ନିର୍ବାଚନ ଏମିତି ସମୟ ଘୁଞ୍ଚିଛି ଯେଉଁ ସମୟରେ ଅନେକ ନେତା ଶୀଘ୍ର ସଂଗଠନ ନିର୍ବାଚନ କରାଇବାକୁ ଦାବି କରୁଛନ୍ତି। ଦଳର ୨୩ ବଡ ନେତା ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ସାଙ୍ଗଠନିକ ସ୍ତରରେ ଶୀଘ୍ର ନିର୍ବାଚନ କରାଇବାକୁ ଦାବି କରିଥିଲେ। ଏହି ନେତାଙ୍କ ମଧ୍ୟରୁ ଅନେକ ସଂଗଠନ ନିର୍ବାଚନ ଏବଂ ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ନଥିବା କାରଣରୁ ପାର୍ଟିର କ୍ଷତି ହେଉଥିବା କହିଥିଲେ।

   Related Posts