Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ
  • ||
  • ମିର୍ଜାପୁରରେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ବଡ଼ ବୟାନ, କହିଲେ- ପାକିସ୍ତାନ ଯିବାକୁ ଚାହୁଁଛି
  • ||
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||

ଡିସେମ୍ବର ୧୨ରେ ବାର୍‌ ଆସୋସିଏସନ୍‌ ନିର୍ବାଚନ, କୋଭିଡ଼ କଟକଣା ମଧ୍ୟରେ ସମସ୍ତ କାର୍ଯ୍ୟ କରିବାକୁ ନିଷ୍ପତ୍ତି

9/11/2020 at 12:41 PM

କଟକ ୦୯।୧୧: ଡିସେମ୍ବର ୧୨ରେ ରାଜ୍ୟର ସମସ୍ତ ବାର୍‌ ଆସୋସିଏସନ୍‌ର ନୂତନ କର୍ମକର୍ତ୍ତା ପାଇଁ ହେବ ନିର୍ବାଚନ । ଓଡିଶା ହାଇକୋର୍ଟ ସମେତ ରାଜ୍ୟର ସମସ୍ତ ବାର୍‌ ଆସୋସିଏସନ୍‌ର ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇଛି । ନିର୍ବାଚନ ନେଇ ରାଜ୍ୟ ବାର୍‌ କାଉନ୍‌ସିଲ୍‌ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । କୋଭିଡ଼ କଟକଣା ମଧ୍ୟରେ ସମସ୍ତ ନିର୍ବାଚନ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ଖବର ଅନୁଯାୟୀ, ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗତ ମାର୍ଚ୍ଚ ମାସରେ ହେବାକୁ ଥିବା ନିର୍ବାଚନ ପ୍ରକ୍ରିୟାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏବେ କରୋନା ସଂକ୍ରମଣ ସ୍ଥିତି ସୁଧୁରୁଥିବାରୁ ସ୍ଥଗିତ ଥିବା ନିର୍ବାଚନ କରିବାକୁ ନିଷ୍ପତ୍ତି ନିଆଯାଇଛି । ୨୦୨୦-୨୧ ବର୍ଷର ବଳକା ସମୟ ପାଇଁ ନିର୍ବାଚନ ଡିସେମ୍ବର ୧୨ ତାରିଖରେ ନିର୍ବାଚନ ହେବ ।  ୱାନ୍‌ ବାର୍‌, ୱାନ୍‌ ଭୋଟ୍‌ ନିୟମ ଅନୁସାରେ କରାଇବା ପାଇଁ ରାଜ୍ୟ ବାର୍‌ କାଉନସିଲ୍‌ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ପୂର୍ବରୁ ନିଯୁକ୍ତି ପାଇଥିବା ନିର୍ବାଚନ ଅଧିକାରୀମାନେ ନିଜ ନିଜ ବାର୍‌ ଆସୋସିଏସନ୍‌ ନିର୍ବାଚନ ସଂକ୍ରାନ୍ତରେ ସାନି ସୂଚନା ଜାରି କରିବେ ବୋଲି ବିଜ୍ଞପ୍ତିରେ ସୂଚନା ଦିଆଯାଇଛି ।

ତେବେ ବାର୍‌ କାଉନସିଲ୍‌ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ଆସନ୍ତା ୨୪ ଏବଂ ୨୫ ଦୁଇଦିନ ଧରି ବିଭିନ୍ନ ପଦପଦବି ନାମାଙ୍କନପତ୍ର ଦାଖଲ କରିବେ । ୨୬ରେ ନାମାଙ୍କନ ପତ୍ର ଯାଞ୍ଚ୍‌ କରାଯିବ ଓ ୨୭ ତାରିଖରେ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇବ । ୨୮ ତାରିଖ ୩ଟା ମଧ୍ୟରେ ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ସମୟ ଧାର୍ଯ୍ୟ କରାଯାଇଛି । ଡିସେମ୍ବର ୧୨ ତାରିଖରେ ସକାଳ ୮ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଭୋଟ୍‌ ଗ୍ରହଣ ହେବ । ସେହିଦିନ ଅପରାହ୍ନ ୫ଟାରୁ ଭୋଟ ଗଣତି ଓ ଫଳାଫଳ ଘୋଷଣା କରାଯିବ ।

ପୂର୍ବରୁ ଯେଉଁ ଭୋଟର ତାଲିକା ପ୍ରକାଶ ପାଇଛି । ସେହି ଆଧାରରେ ପ୍ରତି ବାର୍‌ ଆସୋସିଏସନ୍‌ ନିର୍ବାଚନ ଅଧିକାରୀମାନେ ବିଜ୍ଞପ୍ତି ପ୍ରକାଶ ସହ ଭୋଟର ତାଲିକା ନୋଟିସ୍‌ ବୋର୍ଡରେ ଲଗାଇବେ । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ କୋଭିଡ୍‌ କଟକଣା ଅନୁସାରେ ନିର୍ବାଚନ ଅନୁଷ୍ଠିତ ହେବ । ନିର୍ବାଚନ ସମୟରେ ସାମାଜିକ ଦୂରତା, ମାସ୍କ ଓ ସାନିଟାଇଜର ବ୍ୟବହାର କରାଯିବ । ଭିଡ଼ ଯେପରି ଅଧିକ ନେହେବ,  ସେଥିପ୍ରତି ବିଶେଷ ଧ୍ୟାନ ଦିଆଯିବ ।

   Related Posts