Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁଶିଲ ମୋଦି ରାଜ୍ୟସଭା ପ୍ରାର୍ଥୀ, ରାମବିଳାସ ପାଶଓ୍ବାନଙ୍କ ସ୍ଥାନରେ ଟିକେଟ୍‌ ଦେଲା ବିଜେପି
  • ||
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||
  • ବାଜିରାଉତ ବ୍ରିଜ୍‌ ଉପରେ ବସ୍‌ ଉପରକୁ ଗୁଳିମାଡ଼, ଦୁଇ ଯୁବକ ଏବଂ ଜଣେ ଯୁବତୀ ଫେରାର
  • ||
  • ଘୋଷଣା ହେଲା ଧର୍ମପଦ ସମ୍ମାନ, ୨୦୧୬ ରୁ ୨୦ ବର୍ଷ ପାଇଁ ୫ ଜଣଙ୍କୁ ଧର୍ମପଦ ସମ୍ମାନ, ୨୫ ଜଣ ଶିଳ୍ପୀ ହେବେ ସମ୍ବର୍ଦ୍ଧିତ
  • ||
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||

ଜୋର ଧରିଲା ବିଜେପି- ବିଜେଡି ଇସ୍ତାହର ରାଜନୀତି, ବିଜେଡି ଥାନାରେ ମାମଲା ଦାୟର କରିବା ପରେ ଉଭୟ ଫେରାଦ ହେଲେ ନିର୍ବାଚନ ଅଧିକାରୀଙ୍କ ନିକଟରେ

8/04/2019 at 6:48 PM

ଭୁବନେଶ୍ବର୮|୪: ନିର୍ବାଚନୀ ଇସ୍ତାହାରକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେପି-ବିଜେଡି । ବିଜେଡି ପକ୍ଷରୁ ଖରବେଳ ଥାନାରେ ଏତଲା ଦିଆଯାଇଛି । ଆଉ ୨ ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ବାରସ୍ଥ ହୋଇଛନ୍ତି । ରାଜନୀତି ଆରମ୍ଭ ହେଇଛି ଖବର କାଗଜ ପୃଷ୍ଠାରେ ବିଜେଡିର ଏକ ବିଜ୍ଞାପନକୁ ନେଇ । ବିଜ୍ଞାପନରେ ୨୦୧୪ ନିର୍ବାଚନ ବେଳେ ବିଜେପି ଇସ୍ତାହାରକୁ ସିଧାସଳଖ ଟାର୍ଗେଟ କରିଛି ବିଜେଡି ।

ଇସ୍ତାହାର ରାଜନୀତି । ଖବର କାଗଜରେ ପ୍ରକାଶିତ ବିଜେଡି ବିଜ୍ଞାପନକୁ ନେଇ ବିଜେଡି-ବିଜେପି ମୁହାଁମୁହିଁ । ୨୦୧୪ରେ ବିଜେପି କି ପ୍ରତିଶ୍ରୁତି ଦେଇଥିଲା, ପରିଣତି କ’ଣ ହେଲା ବୋଲି ପ୍ରକାଶ କରିଛି ବିଜେଡି । କେବଳ ସେତିକି ନୁହେଁ, ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପ୍ରତିଶ୍ରୁତି ଦେଇ ରାଜ୍ୟବାସୀଙ୍କୁ ଠକିଥିବା ଅଭିଯୋଗ ଆଣି ଖାରବେଳନଗର ଥାନାରେ ବିଜେପି ବିରୋଧରେ ଏତଲା ଦେଇଛି ଦଳ । କ୍ଷମତାକୁ ନଆସିଲେ ଗୋଟିଏ ଦଳ କିପରି ପ୍ରତିଶ୍ରୁତି ପାଳନ କରିବ ବୋଲି ପ୍ରଶ୍ନ କରିଛନ୍ତି ରାଜ୍ୟ ବିଜେପି ଇସ୍ତାହାର କମିଟି ମୁଖ୍ୟ ବିଶ୍ବଭୂଷଣ ହରିଚନ୍ଦନ ।  ଏହାସହ ସାମ୍ବାଦିକ ସମ୍ମିଳନୀ କରି ସେ ବିଜେଡି ସରକାରର ବିଫଳତା ବଖାଣିଛନ୍ତି ।

କେବଳ ଥାନା କିମ୍ବା ସମ୍ବାଦିକ ସମ୍ମିଳନୀରେ ସୀମିତ ନଥିଲା ଇସ୍ତାହାର ରାଜନୀତି । ଉଭୟ ଦଳ ଏହାକୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଫେରାଦ ହୋଇଥିଲେ । ବିଜେଡି ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗକୁ ନେଇ ଫେରାଦ ହୋଇଥିବା ବେଳେ କାଳିଆ ଯୋଜନା କଥା ଉଠାଇ କାଉଣ୍ଟର କରିଥିଲା ବିଜେପି । କ୍ଷମତାକୁ ଆସିଲେ ବିଜେଡି ୨ କିସ୍ତିର କାଳିଆ ଯୋଜନା ରାଶି ଏକସଙ୍ଗେ ଦେବ ବୋଲି ଯେଉଁ ଘୋଷଣା କରିଛି ତାହାକୁ ଦୃଢ ବିରୋଧ କରିଛି ବିଜେପି । ଆଚରଣ ବିଧି ଉଲ୍ଲଘଂନ କରୁଥିବାରୁ ବିଜେଡି ବିରୋଧରେ ମାମଲା ରୁଜୁ କରିବାର ଚେତାବନୀ ଦେଇଛି ବିଜେପି ।

ତିନି ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସ ନିଜ ନିଜର ଇସ୍ତାହାର ପ୍ରକାଶ କରିସାରିଥିବା ବେଳ ଏବେ ଏହାକୁ ନେଇ ଚାଲିଛି ବୟାନବାଜି ।

   Related Posts