ଜୁନ ୧୯ରେ ରାଜ୍ୟସଭା ନିର୍ବାଚନ, ପୂରଣ ହେବ ୧୮ ଆସନ

Published By : Prameya-News7 Bureau | June 01, 2020 IST

ନୂଆଦିଲ୍ଲୀ ୧।୬: କରୋନା ଭାଇରସ ସଂକ୍ରମଣ ଯୋଗୁ ସ୍ଥଗିତ ଥିବା ରାଜ୍ୟସଭା ନିର୍ବାଚନ ଜୁନ ୧୯ତାରିଖରେ ଅନୁଷ୍ଠିତ ହେବ। ଗତ ମାର୍ଚ୍ଚ ୨୬ ତାରିଖରେ ରାଜ୍ୟସଭାର ଖାଲିପଡିଥିବା ୧୮ ଆସନ ଲାଗି ନିର୍ବାଚନ ହେବାର ଥିଲା। ତେବେ କରୋନା ଲକଡାଉନ୍‌ ଘୋଷଣା ଯୋଗୁ ନିର୍ବାଚନକୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଥିଲା। ତେବେ ସୋମବାର ଏ ନେଇ ନିର୍ବାଚନ କମିଶନ ନିଷ୍ପତ୍ତି ନେଇଥିବା ବେଳେ ଜୁନ ୧୯ ତାରିଖରେ ନିର୍ବାଚନ ହେବ ବୋଲି ଘୋଷଣା କରିଛନ୍ତି।

{"id":279808,"sizeSlug":"large"}

ସୂଚନା ଯୋଗ୍ୟଯେ ରାଜ୍ୟସଭାର ୫୫ ଆସନ ଲାଗି ନିର୍ବାଚନ ହେବାର ଥିଲା। ତେବେ ୩୭ ଜଣ ନିର୍ବିବାଦରେ ନିର୍ବାଚିତ ହୋଇଥିବା ବେଳେ ବାକି ୧୮ ଆସନ ଲାଗି ନିର୍ବାଚନ ହେବାର ଅଛି। ଏହି ସବୁ ଆସନ ଆନ୍ଧ୍ରପ୍ରଦେଶ, ଝାରଖଣ୍ଡ, ମଧ୍ୟପ୍ରଦେଶ, ମଣିପୁର, ରାଜସ୍ଥାନ, ଗୁଜୁରାଟ ଓ ମେଘାଳୟରୁ ପୁରଣ ହେବ। ଏଣୁ ଇଲେକ୍ସନ କମିଶନର ସୁନୀଲ ଆରୋରା ଏ ନେଇ ସୋମବାର ସାମ୍ବାଦିକ ସମ୍ମିଳନୀ କରିଥିବା ବେଳେ ଜୁନ ୧୯ ତାରିଖ ଦିନ ଏହି ସବୁ ଆସନ ଲାଗି ଭୋଗ ଗ୍ରହଣ କରାଯିବା ସହ ସେହି ଦିନ ଫଳାଫଳ ଘୋଷଣା ହେବ ବୋଲି କହିଛନ୍ତି।

{"id":279810,"sizeSlug":"large"}

ଏଥିରେ ଆନ୍ଧ୍ରପ୍ରଦେଶର  ୪ଟି ଆସନ ଲାଗି ନିର୍ବାଚନ ହେବାକୁ ଥିବା ବେଳେ ଝାରଖଣ୍ଡର ୨, ମଧ୍ୟପ୍ରଦେଶର ୩, ମଣିପୁରର ୧, ମେଘାଳୟର ୧ ଓ ରାଜସ୍ଥାନର ୩ଟି ଆସନରେ ନିର୍ବାଚନ ହେବ। ରାଜ୍ୟସଭା ସଦସ୍ୟ ପଦବୀ ନିମନ୍ତେ ଜୁନ ୧୯ ତାରିଖ ସକାଳ ୯ଟା ବେଳେ ଭୋଟ ଗ୍ରହଣ ଆରମ୍ଭ ହେବାକୁ ଥିବା ବେଳେ ଅପରାହ୍ଣ ୪ ପର୍ଯ୍ୟନ୍ତ ଚାଲିବ ବୋଲି ନିର୍ବାଚନ କମିଶନର କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.