Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୫୭୩ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୮୦ ଡିସଚାର୍ଜ
  • ||
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

କରୋନା ସ୍ଥିତିରେ କେମିତି ହେବ ଭୋଟ୍ ? ଦିନେ ଦୁଇ ଦିନ ଭିତରେ ଆସିପାରେ ନିର୍ବାଚନ କମିଶନଙ୍କ ଗାଇଡଲାଇନ୍

18/08/2020 at 8:25 PM

ଭୁବନେଶ୍ୱର, ୧୮|୦୮:  କରୋନା ସ୍ଥିତି ମଧ୍ୟରେ କେମିତି ନିର୍ବାଚନ ଆୟୋଜନ କରାଯାଇପାରିବ ସେନେଇ ନିର୍ବାଚନ କମିଶନ ଦିନେ ଦୁଇଦିନ  ମଧ୍ୟରେ ଗାଇଡଲାଇନ  ଜାରି କରିବେ। ଏ ସମ୍ପର୍କରେ ଆଲୋଚନା ପାଇଁ  ମଙ୍ଗଳବାର ନିର୍ବାଚନ କମିଶନଙ୍କ ବୈଠକ ବସିଥିଲା।

ଆଗକୁ ବିହାର ସମେତ କିଛି ରାଜ୍ୟରେ ଉପ ନିର୍ବାଚନ ମଧ୍ୟ ହେବାକୁ ଯାଉଛି। ତେଣୁ କୋଭିଡ କଟକଣା ଭିତରେ କେମିତି ନିର୍ବାଚନ କରା ଯାଇପାରିବ ସେନେଇ ନିର୍ବାଚନ କମିଶନ ବିଭିନ୍ନ ରାଜନୈତିକ ଦଳ ସମେତ ରାଜ୍ୟ ଗୁଡ଼ିକର ନିର୍ବାଚନ ଅଧିକାରୀଙ୍କ ଠାରୁ ମତାମତ ଲୋଡ଼ିଥିଲେ।

ଏହାକୁ ନେଇ ଦିନେ ଦୁଇଦିନ ମଧ୍ୟରେ ନିର୍ବାଚନ କମିଶନ  ସବିଶେଷ ଗାଇଡଲାଇନ ପ୍ରସ୍ତୁତ କରିବେ ବୋଲି ଟ୍ବିଟ କରି ସୂଚନା ଦେଇଛନ୍ତି ନିର୍ବାଚନ କମିଶନ। ଓଡ଼ିଶାରେ ବାଲେଶ୍ବର ଏବଂ ତିର୍ତ୍ତୋଲରେ ଉପନିର୍ବାଚନ ହେବାକୁ ଯାଉଛି। ଯଦିଓ ଦଳ ଗୁଡ଼ିକ ସେମାନଙ୍କର ପ୍ରାର୍ଥୀ ଚୟନ କରିନାହାନ୍ତି କିନ୍ତୁ ଭିତରେ ଭିତରେ ରଣନୀତି ପ୍ରସ୍ତୁତ କରିବାରେ ଲାଗିଛନ୍ତି। ନଭେମ୍ବର ସୁଦ୍ଧା ଏହି ଦୁଇ ନିର୍ବାଚନମଣ୍ଡଳୀରେ ନିର୍ବାଚନ ହେବା ସମ୍ଭାବନା ଅଛି।

   Related Posts