ବାଜିଲା ନିର୍ବାଚନ ବିଗୁଲ୍‌- ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷିତ

Published By : Prameya-News7 Bureau | September 21, 2019 IST

ନୂଆଦିଲ୍ଲୀ - ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଶନିବାରରେ  ତାରିଖ ଘୋଷଣା କରାଯାଇଛି । ଏହାସହ ନିର୍ବାଚନ ଆଚରଣବିଦ୍ଧି ଲାଗୁ ହୋଇଛି । ଅକ୍ଟୋବର ୨୧ ତାରିଖରେ ଗୋଟିଏ ଦିନରେ ମହାରାଷ୍ଟ୍ର ଏବଂ ହରିୟାଣା ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ ।

{"id":160762}

ଏଥିପାଇଁ ସେପ୍ଟେମ୍ବର ୨୭ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ ।

 ଅକ୍ଟୋବର ୪ ନାମାଙ୍କନ ଦାଖଲର ଶେଷ ତାରିଖ ଥିବା ବେଳେ ଅକ୍ଟୋବର ୭ ସୁଦ୍ଧା ନାମାଙ୍କନ ପ୍ରତ୍ୟାହାର ହେବ ।

{"id":160764}

 ଅକ୍ଟୋବର ୨୪ ତାରିଖରେ ପ୍ରକାଶ ପାଇବ ରେଜଲ୍ଟ ।

 ମହାରାଷ୍ଟ୍ରରେ ମୋଟ୍ ୨୮୮ ବିଧାନସଭା ଆସନ ପାଇଁ ୮ କୋଟି ୯୦ ଲକ୍ଷ ଭୋଟର ମତଦାନ କରିବେ

{"id":160766}

ହରିୟାଣାରେ ମୋଟ୍ ୯୦ଟି ବିଧାନସଭା ଆସନ ପାଇଁ ମତଦାନ କରିବେ ୧ କୋଟି ୮୨ ଲକ୍ଷ ଭୋଟର ।

 ଉଭୟ ରାଜ୍ୟରେ ବିଜେପି ସରକାର କ୍ଷମତାରେ ରହିଛି ।

 ସେହିପରି ୧୭ଟି ରାଜ୍ୟର ୬୪ଟି ବିଧାନସଭା ଏବଂ ବିହାରର ସମସ୍ତିପୁର ଲୋକସଭା ଉପନିର୍ବାଚନ ମଧ୍ୟ ଅକ୍ଟୋବର ୨୧ ତାରିଖରେ ହେବ ଭୋଟ୍ ଗ୍ରହଣ ।

{"id":160767}

 ଏଥିପାଇଁ ସେପ୍ଟେମ୍ବର ୨୩ରେ ବିଜ୍ଞପ୍ତି ପ୍ରକାଶ ପାଇବ ।

 ସେପ୍ଟେମ୍ବର ୩୦ ନାମାଙ୍କନ ଦାଖଲର ଶେଷ ତାରିଖ ଥିବା ବେଳେ ଅକ୍ଟୋବର ୧ ସୁଦ୍ଧା ନାମାଙ୍କନ ଯାଞ୍ଚ ହେବ।…

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.