ଆଜି ବାଜିବ ପଶ୍ଚିମବଙ୍ଗ ସହ ୫ ରାଜ୍ୟର ନିର୍ବାଚନ ବିଗୁଲ ! ୪ଟା ୩୦ରେ ନିର୍ବାଚନ ଆୟୋଗଙ୍କ ସାମ୍ବାଦିକ ସମ୍ମିଳନୀ, ଘୋଷଣା ହୋଇପାରେ ତାରିଖ

Published By : Prameya-News7 Bureau | February 26, 2021 IST

ନୂଆଦିଲ୍ଲୀ, ୨୬/୦୨  ପଶ୍ଚିମବଙ୍ଗ, ତାମିଲନାଡୁ, ଆସାମ, ପୁଡୁଚେରୀ ଓ କେରଳ ବିଧାନସଭା ନିର୍ବାଚନ ତାରିଖ ଆଜି ଘୋଷଣା ହୋଇପାରେ । ନିର୍ବାଚନ ଆୟୋଗ ଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନରେ ଶୁକ୍ରବାର ୪ଟା୩୦ରେ ଏକ ସାମ୍ବାଦିକ ସମ୍ମିଳନୀ କରିବେ । ଏହି ସାମ୍ବାଦିକ ସମ୍ମିଳନୀରେ ସେ ନିର୍ବାଚନ ତାରିଖ ଘୋଷଣା କରିପାରନ୍ତି ବୋଲି ସୂଚନା ମିଳିଛି ।

କୁହାଯାଉଛି ଯେ, ଏହି ସାମ୍ବାଦିକ ସମ୍ମିଳନୀରେ ୪ ରାଜ୍ୟ ଓ ଏକ କେନ୍ଦ୍ର ଶାସିତ ପ୍ରଦେଶର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବ । ପଶ୍ଚିମବଙ୍ଗ ବ୍ୟତୀତ ଅନ୍ୟ ସବୁଠି ୧ରୁ ୩ଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇପାରେ ।

ନିର୍ବାଚନ ଆୟୋଗଙ୍କ ସୂତ୍ରାନୁସାରେ, ପଶ୍ଚିମବଙ୍ଗରେ ୬ରୁ ୮ଟି ପର୍ଯ୍ୟାୟରେ ନିର୍ବାଚନ ହେବ । ତେବେ ଆସାମରେ ତିନୋଟି ପର୍ଯ୍ୟାୟ ହୋଇପାରେ । କେରଳ, ତାମିଲନାଡୁ, ପୁଡୁଚେରୀରେ କେବଳ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି । ତେବେ ଆୟୋଗଙ୍କ ସାମ୍ବାଦିକ ସମ୍ମିଳନୀ ପରେ ଏହା ସ୍ପଷ୍ଟ ହେବ ।

୫ଟି ରାଜ୍ୟର ଭୋଟ ଗଣତି ଗୋଟିଏ ଦିନରେ ହିଁ ହେବ । ମେ ୧ ପୂର୍ବରୁ ବିଧାନସଭା ଗଠନ ପ୍ରକ୍ରିୟା ପୂରଣ ହେବ ବୋଲି ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.