ମାର୍ଚ୍ଚମାସ ପ୍ରଥମ ସପ୍ତାହରେ ହୋଇପାରେ ନିର୍ବାଚନ ତାରିଖ ଘୋଷଣା

Published By : Prameya-News7 Bureau | January 18, 2019 IST

ଭୁବନେଶ୍ବର୧୮|୧: ସାଧାରଣ ନିର୍ବାଚନ ତାରିଖ ଆସନ୍ତା ମାର୍ଚ୍ଚମାସ ପ୍ରଥମ ସପ୍ତାହରେ ଘୋଷଣା ହୋଇପାରେ । ଏଭଳି ଏକ ସୂଚନା ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟର ଏକ ସୂତ୍ରରୁ ହସ୍ତଗତ ହୋଇଛି । ଚଳିତ ଲୋକସଭାର କାର୍ଯ୍ୟକାଳ ଆସନ୍ତା ଜୁନ ୩ ତାରିଖରେ ସରୁଛି । ତେଣୁ କେବେ ଓ କେତୋଟି ପର୍ଯ୍ୟାୟରେ ନିର୍ବାଚନ ହେବ ତାକୁ ନେଇ ଏବେ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟରେ ମାନସ ମନ୍ଥନ ଚାଲିଛି ।

ସାଧାରଣ ନିର୍ବାଚନ ସମେତ ଓଡିଶା, ଆନ୍ଧ୍ର ପ୍ରଦେଶ, ସିକ୍କିମ ଏବଂ ଅରୁଣାଚଳ ପ୍ରଦେଶର ବିଧାନସଭା ନିର୍ବାଚନ ମଧ୍ୟ ଏକା ସହିତ ଘୋଷଣା ହେବ । କେବଳ ସେତିକି ନୁହେଁ ସାଧାରଣ ନିର୍ବାଚନ ସମୟରେ ଜମ୍ମୁ ଓ କାଶ୍ମୀର ବିଧାନସଭା ନିର୍ବାଚନ କରିବା ପାଇଁ ମଧ୍ୟ ନିର୍ବାଚନ ଆଯୋଗ ଚିନ୍ତା କରୁଛନ୍ତି । ବର୍ତ୍ତମାନ ଏଠାରେ ରାଷ୍ଟ୍ରପତି ଶାସନ ଜାରୀ ହୋଇଛି । ସେଠାରେ ୬ମାସ ମଧ୍ୟରେ ନିର୍ବାଚନ କରାଇବା ଜରୁରୀ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.