Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୦ କୋଭିଡ୍ ସଂକ୍ରମିତ, ୩୩୪୩୦୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ
  • ||
  • ଭଞ୍ଜନଗର : ଘରୋଇ କଳି ହେଲା କାଳ, ଦାଦାର ଛୁରାମାଡ଼଼ରେ ଝିଆରୀ ଆହତ
  • ||
  • ପୁରୀ : ଆଜି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ, ଶ୍ରୀମନ୍ଦିର ଭିତରେ ଓ ବାହାରେ କରାଯାଉଛି ସାନିଟାଇଜ୍
  • ||
  • ବ୍ରିଜରେ ଝୁଲିଛି ଯାତ୍ରୀବାହୀ ବସ୍‌, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଆଜିଠୁ ଖୋଲିଲା ଭିତରକନିକା, କୁମ୍ଭୀର ଗଣନା ପାଇଁ ଗତ ୧୫ ତାରିଖଠାରୁ ବନ୍ଦ ଥିଲା ଜାତୀୟ ଉଦ୍ୟାନ
  • ||

ବିଜେଡ଼ିର ଅଭିଯୋଗ ବିଜେପି ଚାପରେ ମୁଖ୍ୟ ନିର୍ବାଚନ ଅଧିକାରୀ

1/04/2019 at 7:34 PM

ଭୁବନେଶ୍ୱର, ୦୧/୪/୨୦୧୯: ବିଜେପି ବିରୋଧରେ ନିର୍ବାଚନ ଆଦର୍ଶ ଆଚରଣ ଉଲ୍ଲଂଘନର ଗଣ୍ଡା ଗଣ୍ଡା ମାମଲା ଆସୁଥିଲା ବେଳେ ନିର୍ବାଚନ କମିଶନଙ୍କ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ସୁରେନ୍ଦ୍ର କୁମାର ବିଜେପି ଚାପରେ ସମ୍ପୂର୍ଣ୍ଣ ଚାପି ହୋଇଯାଇଛନ୍ତି । ଗତ ଦୁଇ ସପ୍ତାହ ଭିତରେ ୧୧ଟି ମାମଲା ଧରି ବିଜେଡ଼ି ସିଇଓଙ୍କ ଦ୍ୱାରସ୍ଥ ହୋଇଛି । ମାତ୍ର କୈାଣସି ଗୋଟିକରେ ବି କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ସିଇଓଙ୍କର ଏଭଳି ଆଭିମୁଖ୍ୟ ଉପରେ ବିଜୁ ଜନତା ଦଳ ଆଶ୍ଚର୍ଯ୍ୟପ୍ରକଟ କରି ଓଡ଼ିଶାରେ ନିରପେକ୍ଷ ନିର୍ବାଚନ ପରିଚାଳନା ଉପରେ ପ୍ରଶ୍ନଚିହ୍ନ ଲଗାଇଛି ।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡ଼ି ମୁଖପାତ୍ର ଡ. ସସ୍ମିତ୍ ପାତ୍ର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ସିଧାସଳଖ ଟାର୍ଗେଟ୍ କରିଛନ୍ତି । କହିଛନ୍ତି, ବିଜେଡ଼ିର ଅଭିଯୋଗଗୁଡ଼ିକ ଉପରେ ସିଇଓ ଆଖି ବୁଜି ଦେଇ ବିଜେପି ଏବଂ ତାଙ୍କ ନେତାଙ୍କ ସମର୍ଥନରେ ମତ ଜାହିର କରୁଛନ୍ତି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ସ୍ୱଚ୍ଛ ଓ ଅବାଧ ନିର୍ବାଚନ ପ୍ରତି ଶକ୍ତ ଧକ୍କା ବୋଲି କହିଛନ୍ତି ।

ସାମ୍ବାଦିକ ସମ୍ମିଳନୀରେ ଡ. ପାତ୍ର ବିଜେଡ଼ି ପକ୍ଷରୁ ତଥ୍ୟ ପ୍ରମାଣ ସହ ସିଇଓଙ୍କ ପାଖରେ ଏ ପର୍ଯ୍ୟନ୍ତ ଦାଖଲ ହୋଇଥିବା ୧୧ଟି ପ୍ରସଙ୍ଗର ଅବତାରଣା କରିଥିଲେ ।

କାଳିଆ ଯୋଜନା: ମାର୍ଚ୍ଚ ୩୧ ପରେ ‘କାଳିଆ’ ସହାୟତାର ଦ୍ୱିତୀୟ କିସ୍ତି ୨୦ ଲକ୍ଷ ଚାଷୀ ପାଇବା କଥା । ମାତ୍ର ଏହାପୂର୍ବରୁ ‘କାଳିଆ’ ଯୋଜନାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ବିଜେପି ଚାପରେ ବନ୍ଦ କରିଦେଲେ । ୩୦ ତାରିଖରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ଏହାକୁ ସ୍ୱୀକାର କଲା । ‘କାଳିଆ’ ଯୋଜନା ବନ୍ଦ ଉପରେ ସିଇଓ ସାମ୍ବାଦିକ ସମ୍ମିଳନୀ ଡାକି ସ୍ପଷ୍ଟୀକରଣ ଦେବା ପଛରେ ସେମାନଙ୍କ ଚାପ ଥିଲା ବୋଲି ବିଜେପି ପକ୍ଷରୁ ଦାବି କରାଗଲା । ସୁତରାଂ ବିଜେଡି଼ ଯାହା କହୁଛି ତାହା ସତ୍ୟ ବୋଲି ପ୍ରମାଣିତ ହୋଇଛି । ଆଶ୍ଚର୍ଯ୍ୟର କଥା, ‘କାଳିଆ’ ଯୋଜନାର ଦୁଇ ମାସ ପରେ ପିଏମ୍-କିଷାନ ଯୋଜନା କାର୍ଯ୍ୟକାରୀ ହୋଇଥିଲେ ମଧ୍ୟ ତାହାକୁ ବନ୍ଦ କରାଯାଇନାହିଁ । ସିଇଓଙ୍କ ଉପରେ ଚାପ ପକାଇ ୨୦ ଲକ୍ଷ ଚାଷୀଙ୍କୁ ସହାୟତାରୁ ବଞ୍ଚିତ କରିଥିବା ବିଜେପିକୁ ଆଗାମୀ ନିର୍ବାଚନରେ ଓଡ଼ିଶାବାସୀ ଉଚିତ ଜବାବ ଦେବେ ।

   Related Posts