୨୦୧୯ ନିର୍ବାଚନ ପ୍ରସ୍ତୁତି : ନିର୍ବାଚନ କମିଶନରଙ୍କ ସହ ବରିଷ୍ଠ ପୋଲିସ ଅଧିକାରୀଙ୍କ ଆଲୋଚନା
14/02/2019 at 11:34 AM

ଭୁବନେଶ୍ବର ୧୪|୨: ଭୁବନେଶ୍ବରରେ ନିର୍ବାଚନ କମିଶନରଙ୍କ ଟିମ୍ । ନିର୍ବାଚନ କମିଶନର ଅଶୋକ ଲାଭାସାଙ୍କ ନେତୃତ୍ବରେ ୬ ଜଣିଆ ଟିମ୍ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି । ସାଧାରଣ ନିର୍ବାଚନ ପ୍ରସ୍ତୁତି ନେଇ ନିର୍ବାଚନ କମିଶନର ସମୀକ୍ଷା କରୁଛନ୍ତି । ଆଜି ପ୍ରମୁଖ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି ଟିମ୍ ।
ନିର୍ବାଚନକୁ ନିରପେକ୍ଷ କରିବା ନେଇ ଚାଲିଥିବା ସମୀକ୍ଷା ବୈଠକରେ ନିର୍ବାଚନ କମିଶନ, ଇଭିଏମ୍ ଏବଂ ଭିଭିପାଟ୍ ର ଡେମନଷ୍ଟ୍ରେସନ୍ କରିଛନ୍ତି । ଏହା ସହ ୩ଟି ଡେମନଷ୍ଟ୍ରେସନ୍ ଭେହିକଲ୍ ଶୁଭାରମ୍ଭ କରିଛନ୍ତି ନିର୍ବାଚନ କମିଶନ ଅଶୋକ ଲାଭାସା ।

ସେପଟେ ସାଧାରଣ ନିର୍ବାଚନରେ ସୁରକ୍ଷା ବ୍ୟବସ୍ଥା ନେଇ ସମୀକ୍ଷା ବୈଠକ ହୋଇଛି । ପୋଲିସ ଡିଜି ଆର୍.ପି.ଶର୍ମାଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଛି । ସବୁ ଜିଲ୍ଲାର ଏସ୍.ପି., ଆଇଜି, ଡିଆଇଜି ବୈଠକରେ ଉପସ୍ଥିତ ଅଛନ୍ତି । ନିର୍ବାଚନ ସମୟରେ ସୁରକ୍ଷା ବ୍ୟବସ୍ଥା ନେଇ ନିର୍ବାଚନ କମିଶନରଙ୍କ ସହ ଆଲୋଚନା ହେଉଛି ।