ବିହାର ନିର୍ବାଚନ: ନାମାଙ୍କନ ପାଇଁ ହେବ ନାହିଁ ରୋଡ୍ ଶୋ’, ମୋବାଇଲ ଆପରେ ଦାଖଲ ହେବ ନାମାଙ୍କନ

Published By : Prameya-News7 Bureau | September 24, 2020 IST

ନୂଆଦିଲ୍ଲୀ ୨୪/୦୯: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନିର୍ବାଚନ ଆ​ୟୋଗ ବହୁ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏବେ ପ୍ରାର୍ଥୀଙ୍କ ନାମାଙ୍କନ ପାଇଁ ମୋବାଇଲ ଆପରେ କାମ ଚାଲିଛି। ଏହା ମାଧ୍ୟମରେ ପ୍ରାର୍ଥୀ ନାମାଙ୍କନ ଦାଖଲ କରିବେ।ତେବେ ଏ ଆପକୁ ବିହାର ନିର୍ବାଚନ ପୂର୍ବରୁ ଜାରି କରାଯାଇପାରେ।

ପ୍ରଥମଥର ପାଇଁ ପ୍ରାର୍ଥୀଙ୍କୁ ଅନଲାଇନ ମାଧ୍ୟମରେ ନାମାଙ୍କନ ଦାଖଲ କରିବାର ଅନୁମତି ମିଳିବ। ଦେଶରେ କରୋନା ମାମଲା ୫୭ ଲକ୍ଷ ଟପିଗଲାଣି। ଏହାକୁ ଦୃଷ୍ଟିରେ ରଖି ନିର୍ବାଚନ ଆୟୋଗ ମତଦାନଠାରୁ ଆରମ୍ଭ କରି ନିର୍ବାଚନ ପ୍ରଚାର ପର୍ଯ୍ୟନ୍ତ ବହୁ ପରିବର୍ତନ ଘୋଷଣା କରିଛନ୍ତି।

ତେବେ ଅନଲାଇନ୍ ନାମାଙ୍କନ ଦାଖଲ କରିବା ପ୍ରାର୍ଥୀଙ୍କ ପାଇଁ ବିକଳ୍ପ ବି ରହିବ। ଯଦି କେହି ଅଫ୍ ଲାଇନ୍ ନାମାଙ୍କନ ଦାଖଲ କରିବାକୁ ଚାହାନ୍ତି ସେମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହେବ। ପୁଣି ଆପକୁ ଭୀମ ୟୁପିଆଇ ସହ ଯୋଡା ଯିବ। ତେବେ ଅନଲାଇନ ରେଜିଷ୍ଟେ୍ରସନ ଆପ ଏକମାତ୍ର ଆପ ନୁହେଁ ଯାହାକୁ ନିର୍ବାଚନ ଆୟୋଗ ବିହାର ନିର୍ବାଚନ ପାଇଁ ପ୍ରସ୍ତୁତ କରୁଛନ୍ତି। ଅନ୍ୟ ଏକ ଆପକୁ ମଧ୍ୟ ନିର୍ବାଚନ ଆୟୋଗ ପୂର୍ବରୁ ଲଞ୍ଚ କରିସାରିଛନ୍ତି। ଯାହାକୁ ରିୟଲ ଟାଇମ୍ ଡାଟା ଆନାଲିସସରେ ବ୍ୟବହାର କରାଯିବ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.