Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନବୀନ ପଟ୍ଟନାୟକ ଏକ ନମ୍ବର, ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାର ଶୀର୍ଷରେ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୦ କୋଭିଡ୍ ସଂକ୍ରମିତ, ୩୩୪୩୦୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ
  • ||
  • ଭଞ୍ଜନଗର : ଘରୋଇ କଳି ହେଲା କାଳ, ଦାଦାର ଛୁରାମାଡ଼଼ରେ ଝିଆରୀ ଆହତ
  • ||
  • ପୁରୀ : ଆଜି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ, ଶ୍ରୀମନ୍ଦିର ଭିତରେ ଓ ବାହାରେ କରାଯାଉଛି ସାନିଟାଇଜ୍
  • ||
  • ବ୍ରିଜରେ ଝୁଲିଛି ଯାତ୍ରୀବାହୀ ବସ୍‌, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଆଜିଠୁ ଖୋଲିଲା ଭିତରକନିକା, କୁମ୍ଭୀର ଗଣନା ପାଇଁ ଗତ ୧୫ ତାରିଖଠାରୁ ବନ୍ଦ ଥିଲା ଜାତୀୟ ଉଦ୍ୟାନ
  • ||

ଆଜି ଘୋଷଣା ହେବ ଲୋକସଭା ନିର୍ବାଚନ ତାରିଖ, ୩୯ଟି ଚିହ୍ନକୁ ସ୍ବୀକୃତି ଦେଲେ ଭାରତୀୟ ନିର୍ବାଚନ କମିଶନ

10/03/2019 at 10:47 AM

ନୂଆଦିଲ୍ଲୀ ୧୦|୩ : ସାଧାରଣ ନିର୍ବାଚନ ତାରିଖ ଘୋଷଣାକୁ ନେଇ ସବୁ ଅପେକ୍ଷା ଶେଷ ହୋଇଛି । ଆଜି ଲୋକସଭା ନିର୍ବାଚନ ତାରିଖ ଘୋଷଣା କରିବେ ନିର୍ବାଚନ କମିଶନ । ଦିଲ୍ଲୀ ବିଜ୍ଞାନ ଭବନରେ ତାରିଖ ଘୋଷଣା ହେବ । ଏପ୍ରିଲରୁ ମେ ମାସ ପର୍ଯ୍ୟନ୍ତ ୭ରୁ ୮ପର୍ଯ୍ୟାୟରେ ନିର୍ବାଚନ ହେବ ।  ଏଥିସହ ୫ଟି ବିଧାନସଭା ନିର୍ବାଚନ ତାରିଖ ମଧ୍ୟ ଘୋଷଣା ହେବ । ଓଡିଶା, ଆନ୍ଧ୍ରପ୍ରଦେଶ, ସିକ୍କିମ, ଅରୁଣାଚଳ ଏବଂ ଜମ୍ମୁ କାଶ୍ମୀରରେ ବିଧାନସଭା ନିର୍ବାଚନ ହେବ । ଜମ୍ମୁ କାଶ୍ମୀର ବିଧାନସଭା ଭଙ୍ଗ କରାଯାଇଛି, ତେଣୁ ମେ ମାସରେ ୬ମାସର ଅବଧି ସରୁଥିବାରୁ ତାଆଗରୁ ସେଠାରେ ବିଧାନସଭା ନିର୍ବାଚନ ହୋଇପାରେ । ଅନ୍ୟ ୪ଟି ରାଜ୍ୟର ବିଧାନସଭା କାର୍ଯ୍ୟକାଳ ସରୁଛି ।

ସେହିପରି ଚଳିତ ଲୋକସଭାର କାର୍ଯ୍ୟକାଳ ଜୁନ ୩ ତାରିଖରେ ସରୁଛି । ତାଆଗରୁ ନିର୍ବାଚନୀ ପ୍ରକ୍ରିୟା ଶେଷ ହେବ । ଆଜି ନିର୍ବାଚନ କମିଶନ ନିର୍ବାଚନ ତାରିଖ ଘୋଷଣା କରିବା ସହ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଯିବ । ମାର୍ଚ୍ଚ ଶେଷ ଆଡକୁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି ହେବ ବୋଲି ସୂଚନା ମିଳୁଛି । ଏପ୍ରିଲ ପ୍ରଥମ ସପ୍ତାହରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାର ସମ୍ଭାବନା ରହିଛି । ସେହିପରି ମେ ମାସ ତୃତୀୟ ସପ୍ତାହ ବେଳକୁ ଲୋକସଭା ନିର୍ବାଚନ ମତଗଣନା ହୋଇପାରେ ।

ଆସନ୍ତା ସାଧାରଣ ନିର୍ବାଚନ ପାଇଁ ୩୯ଟି ଚିହ୍ନକୁ ସ୍ବୀକୃତି ଦେଇଛନ୍ତି ଭାରତୀୟ ନିର୍ବାଚନ କମିଶନ । ଗତକାଲି ମାରାଥନ ବୈଠକ ହୋଇଛି । ଏହାପରେ ଭାରତର ନିର୍ବାଚନ କମିଶନ ସବୁ ରାଜନୈତିକ ଦଳମାନଙ୍କୁ ଶନିବାର ନିର୍ଦ୍ଦେଶ ଦେଇଛନ୍ତି ଯେ, ସେମାନେ ପ୍ରଚାର ସମୟରେ ସୈନିକଙ୍କ ଫଟୋ ବ୍ୟବହାର ନ କରନ୍ତୁ।

୨୦୧୯ ନିର୍ବାଚନରେ ପ୍ରାୟ ୮୯କୋଟି ୮୮ଲକ୍ଷ ଭୋଟର ମତ ସାବ୍ୟସ୍ତ କରିବେ । ଏଥର ୧ କୋଟି ୫୯ଲକ୍ଷ ନୂଆ ଯୁବ ଭୋଟର ଭୋଟ୍ ଦେବା ଲାଗି ପଂଜୀକୃତ ହୋଇଛନ୍ତି । ଏହି ସଂଖ୍ୟା ଆହୁରି ବଢିପାରେ, କାରଣ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ପର୍ଯ୍ୟନ୍ତ ଭୋଟ ତାଲିକାରେ ସାମିଲ ହେବା ଲାଗି ପଂଜୀକରଣ ଚାଲିବ । ଦେଶର ୪ଲକ୍ଷ ୩୬ହଜାର କେନ୍ଦ୍ରରେ ୧୦ଲକ୍ଷ ୩୫ହଜାର ପୁଲିଂ ବୁଥ୍ ରେ ଭୋଟ୍ ଗ୍ରହଣ କରାଯିବ । ଏଥର ନିର୍ବାଚନକୁ ସ୍ବଚ୍ଛ କରିବା ଲାଗି ସାରା ଦେଶରେ ଭୋଟିଂ କେନ୍ଦ୍ରରେ ଇଭିଏମ୍ ସହ ଭିଭିପାଟ୍ ର ବ୍ୟବହାର କରାଯିବ । ଏଥିପାଇଁ ନିର୍ବାଚନ କମିଶନ ସମସ୍ତ ପ୍ରସ୍ତୁତି କରିଛନ୍ତି ।

   Related Posts