ପୁଣି ଅଟକିଲା ମୋଦିଙ୍କ ଫିଲ୍ମ : ସୁପ୍ରିମ କୋର୍ଟ ଲଗାଇଲା ରୋକ

Published By : Prameya-News7 Bureau | April 10, 2019 IST

ନୂଆଦିଲ୍ଲୀ ୧୦/୪: ଆସନ୍ତାକାଲି ରିଲିଜ ହେବାକୁ ଥିବା ଫିଲ୍ମ ପିଏମ ନରେନ୍ଦ୍ର ମୋଦି ଉପରେ ପୁଣି ଲାଗିଲା ରୋକ୍ । ନିର୍ବାଚନ କମିଶନ ଏହାର ରିଲିଜ୍  ଉପରେ ରୋକ ଲଗାଇଛନ୍ତି । ପୂର୍ବରୁ ଏହାର ରିଲିଜ ଉପରେ ସୁପ୍ରିମକୋର୍ଟ ରୋକ ଲଗାଇଥିଲେ। ତେବେ ପରେ କୋର୍ଟ ଫିଲ୍ମ ରିଲିଜ୍ ହେବ କି ନାହିଁ ଏହି ଦାୟିତ୍ବ ନିର୍ବାଚନ କମିଶନ ଏବଂ ସେନସର ବୋର୍ଡ ଉପରେ ଦେଇଥିଲେ। ସେନସର ବୋର୍ଡ ଏହାକୁ ୟୁ ସାର୍ଟିଫିକେଟ ଦେଇଛନ୍ତି। 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନୀ ଉପରେ ତିଆରି ହୋଇଥିବା ଏହି ଫିଲ୍ମରେ ମୋଦିଙ୍କ ଭୂମିକାରେ ଅଛନ୍ତି ବିବେକ ଓବରାଇ ।  ନିର୍ବାଚନ ସମୟରେ  ଏହି ଫିଲ୍ମ ରିଲିଜ ହେଲେ ଏହା ବିଜେପି ସପକ୍ଷରେ ଭୋଟରଙ୍କୁ ପ୍ରଭାବିତ କରିବ ବୋଲି କଂଗ୍ରେସ, ଟିଏମସି, ଡିଏମକେ ସମେତ ବିରୋଧୀ ଦଳ ଆଶଙ୍କା ପ୍ରକାଶ କରିଛନ୍ତି।  ଏନେଇ ବିରୋଧୀ ଦଳ ପକ୍ଷରୁ ନିର୍ବାଚନ କମିଶନଙ୍କ ନିକଟରେ ଆପତ୍ତି କରାଯାଇଥିଲା। ପରେ ମାମଲା ଯାଇଥିଲା ସୁପ୍ରିମକୋର୍ଟକୁ।  ଏ ବାବଦରେ ନିଷ୍ପତ୍ତି ନେବା ଲାଗି କୋର୍ଟ ନିର୍ବାଚନ କମିଶନଙ୍କୁ ଦାୟିତ୍ବ ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.