‘ଆଇଟମ’ ବୟାନ ଉପରେ ବଢିଲା କମଲନାଥଙ୍କ ମୁସ୍କିଲ, ନୋଟିସ୍ ଜାରି କରି ୪୮ ଘଣ୍ଟା ଭିତରେ ଜବାବ ମାଗିଲେ ନିର୍ବାଚନ ଆୟୋଗ

Published By : Prameya-News7 Bureau | October 21, 2020 IST

ନୂଆଦିଲ୍ଲୀ ୨୧।୧୦: ମଧ୍ୟ ପ୍ରଦେଶର କ୍ୟାବିନେଟ୍‌ ମନ୍ତ୍ରୀ ଇମର୍ତ୍ତୀ ଦେବୀଙ୍କୁ ‘ଆଇଟମ’ କହି ବିବାଦ ଘେରରେ ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ। ଏବେ ତାଙ୍କ ମୁସ୍କିଲ ଆହୁରି ବଢିବାରେ ଲାଗିଛି। ନିର୍ବାଚନ ଆୟୋଗ ଆଶାଳୀନ ଟିପ୍ପଣୀ ଉପରେ ନୋଟିସ୍ ଜାରି କରି କମଲନାଥଙ୍କୁ ୪୮ ଘଣ୍ଟା ଭିତରେ ଜବାବ ଦେବାକୁ କହିଛନ୍ତି।

ଉକ୍ତ ମନ୍ତବ୍ୟ ଉପରେ ଅସନ୍ତୋଷ ପ୍ରକାଶ କରି ନିର୍ବାଚନ ଆୟୋଗ ନୋଟିସ୍‌ ଜାରି କରି କହିଛନ୍ତି ମଧ୍ୟ ପ୍ରଦେଶ ଉପ ନିର୍ବାଚନରେ ନିର୍ବାଚନୀ ଆଚରଣ ବିଧି ଲାଗୁ ହୋଇଛି। କୌଣସି ପାର୍ଟିକୁ ବେଆଇନ ଗତିବିଧି ପାଇଁ ଅନୁମତି ଦିଆଯାଇ ନାହିଁ। ଏମିତି ବୟାନ ଉପରେ ପ୍ରତିବନ୍ଧକ ରହିଛି ଯାହା  ବିଭିନ୍ନ ଜାତି ଓ ସଂପ୍ରଦାୟ ମଧ୍ୟରେ ଉତ୍ତେଜନା ସୃଷ୍ଟି କରିବ।

ସୂଚନାଯୋଗ୍ୟ ଯେ, କମଲନାଥଙ୍କ ଏପରି ମନ୍ତବ୍ୟକୁ ନାପସନ୍ଦ କରିଥିଲେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ସେ କହିଥିଲେ, ଏପରି ମନ୍ତବ୍ୟ ଦୁର୍ଭାଗ୍ୟଜନକ। ବ୍ୟକ୍ତିଗତ ଭାବେ ମୁଁ ଏପରି ମନ୍ତବ୍ୟକୁ ପସନ୍ଦ କରେ ନାହିଁ। ତେବେ କମଲନାଥ ଏହି ପ୍ରସଙ୍ଗରେ କ୍ଷମା ମାଗିବାକୁ ମନା କରି ଦେଇଥିବା ବେଳେ କହିଥିଲେ କାହାକୁ ଆଘାତ ଦେବା ତାଙ୍କର ଉଦ୍ଦେଶ୍ୟ ନୁହେଁ। ଯଦି ତାଙ୍କ କଥାରେ କେହି ଆଘାତ ପାଇଛନ୍ତି ତେବେ ସେ ଦୁଃଖିତ। ଏହା କହିବା ବେଳେ ସେ ତାଙ୍କ ମନ୍ତବ୍ୟକୁ ବିବାଦୀୟ କରା ଯାଇଥିବା ସୂଚାଇ ଥିଲେ।

ପାର୍ଟିର ନେତାଙ୍କ କହିବା କଥା କମଲନାଥଙ୍କୁ ନିଜର ବୟାନ ପାଇଁ କ୍ଷମା ମାଗିବା ଉଚିତ୍। କଂଗ୍ରେସର ବରିଷ୍ଠ ନେତା ମାଣକ ଅଗ୍ରଓ୍ଵାଲ ମାମଲା ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି ରାହୁଲ ଗାନ୍ଧୀ ସବୁଠୁ ବଡ ନେତା। ସମସ୍ତ କର୍ମକର୍ତ୍ତା ଓ ନେତା ତାଙ୍କ କଥା ମାନନ୍ତି। ଯଦି ରାହୁଲ ଗାନ୍ଧୀ କହୁଛନ୍ତି ଏମିତି ଶବ୍ଦ ପ୍ରୟୋଗ କରିବା ଉଚିତ୍ ନୁହେଁ, ତେବେ କମଲନାଥଙ୍କୁ ନିଜ ଅପଶବ୍ଦ ପାଇଁ କ୍ଷମା ମାଗି ଦେବା ଉଚିତ୍। ଏବେ ଏହି ମାମଲା ଉପରେ ଜବାବ ଦେବାକୁ ନିର୍ବାଚନ ଆୟୋଗ କମଲନାଥଙ୍କୁ ୪୮ ଘଣ୍ଟାର ମହଲତ ଦେଇଛନ୍ତି।

wp:html /wp:html

ଉଲ୍ଲେଖଯୋଗ୍ୟ, କମଲନାଥ ମଧ୍ୟ ପ୍ରଦେଶ ଉପ ନିର୍ବାଚନରେ ଡାବରା ବିଧାନସଭା କ୍ଷେତ୍ରରୁ କଂଗ୍ରେସ ପାର୍ଥୀ ସୁରେଶ ରାଜେଙ୍କ ସମର୍ଥନରେ ପ୍ରଚାର କରିବାକୁ ପହଞ୍ଚିଥିଲେ। ନିର୍ବାଚନୀ ଭାଷଣ ସମୟରେ ସେ କହିଥିଲେ ସୁରେନ୍ଦ୍ର ରାଜେଶ ଆମର ପ୍ରାର୍ଥୀ। ସେ କେତେ ସରଳ ସ୍ଵଭାବର ସିଧାସାଧା ଲୋକ। କମଲନାଥ  ଇମର୍ତ୍ତୀ ଦେବୀଙ୍କ ବିଷୟରେ କହିଛନ୍ତି, ଆପଣ ତ ମୋ ଅପେକ୍ଷା ତାଙ୍କୁ ବେଶ୍‌ ଭଲ ଭାବେ ଜାଣିଛନ୍ତି। ମୋତେ ଆପଣଙ୍କୁ ପ୍ରଥମରୁ ହିଁ ସାବଧାନ କରିବା ଉଚିତ୍ ଥିଲା, କଣ ‘ଆଇଟମ୍‌’ ସେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.