ପଞ୍ଚାୟତ ନିର୍ବାଚନ ପାଇଁ ସଜବାଜ, ଜିଲ୍ଲାପାଳଙ୍କୁ ବାଲଟ୍ ବକ୍ସ ହିସାବ ମାଗିଲେ ନିର୍ବାଚନ କମିଶନର

Published By : Prameya-News7 Bureau | July 16, 2021 IST

ଭୁବନେଶ୍ବର ୧୬।୭: ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ସରକାରୀ ତତ୍ପରତା ପ୍ରକାଶ ପାଇଛି । ବାଲଟ୍ ବକ୍ସ ସମ୍ପର୍କରେ ସୂଚନା ଦେବାକୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କେତେ ପରିମାଣର ବାଲଟ୍ ବକ୍ସ ଅଛି ଜଣାଇବା ପାଇଁ ରାଜ୍ୟ ନିର୍ବାଚନ କମିଶନର ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାରେ କେତେ ପରିମାଣର ବାଲଟ୍ ବକ୍ସ ଅଛି ୨୬ ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

{"align":"center","id":481446,"sizeSlug":"large","linkDestination":"none"}

ପଞ୍ଚାୟତ ନିର୍ବାଚନ ନିର୍ଦ୍ଧାରିତ ସମୟରେ ହେଲେ ୨୦୨୨ ଆରମ୍ଭରୁ ହିଁ ନିର୍ବାଚନୀ ମାହୋଲ ସରଗରମ ହେବ ବୋଲି ଚର୍ଚ୍ଚା ହେଉଛି । ଅନ୍ୟପଟେ ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣ ନେଇ ସବିଶେଷ ତଥ୍ୟ ରାଜ୍ୟ ନିର୍ବାଚନ କମିଶନଙ୍କୁ ଜଣାଇବେ ସରକାର । ଏନେଇ ସରକାରଙ୍କୁ ରାଜ୍ୟ ନିର୍ବାଚନ କମିଶନ ଚିଠି ମଧ୍ୟ ଲେଖିଛନ୍ତି । ସେପଟେ ତିନ ପ୍ରମୁଖ ରାଜନୈତିକ ଦଳ ନିଜର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.