ରାଜନୈତିକ ଦଳକୁ ନିର୍ବାଚନ ଆୟୋଗଙ୍କ ଚେତାବନୀ, ନିର୍ବାଚନ ପ୍ରଚାରରେ ବ୍ୟବହାର କରିପାରିବେନି ଯବାନଙ୍କ ଫଟୋ

Published By : Prameya-News7 Bureau | March 10, 2019 IST

ନୂଆଦିଲ୍ଲୀ ୧୦|୩ : ରାଜନୈତିକ ଦଳ ଗୁଡ଼ିକୁ  ଚେତାବନୀ ଦେଇଛନ୍ତି ନିର୍ବାଚନ ଆୟୋଗ । ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପରଠାରୁ ନିର୍ବାଚନରୁ ଲାଭ ଉଠାଇବା ପାଇଁ ସୈନିକଙ୍କ ଫଟୋ ଏବଂ ନାଁ ବ୍ୟବହାର ନ କରାଯାଉ ବୋଲି ରାଜନୈତିକ ଦଳମାନଙ୍କୁ କହିଛନ୍ତି । ପୂର୍ବତନ ଜଳସେନା ମୁଖ୍ୟ ଆଡମିରାଲ ଏଲ ରାମଦାସ ନିର୍ବାଚନ ଆୟୋଗଙ୍କୁ ଅନୁରୋଧ କରିଥିଲେ ଯେ, ରାଜନୈତିକ ଦଳକୁ ପୁଲୱାମା ଆକ୍ରମଣ, ଏୟାର ଷ୍ଟ୍ରାଇକ ଏବଂ ବାୟୁସେନା ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ଫେରିବାକୁ ନିର୍ବାଚନ ପ୍ରଚାର ମାଧ୍ୟମ ବନାଇବାକୁ ନେଇ କଟକଣା କରାଯାଉ ।

{"id":92177}

ନିର୍ବାଚନ ଆୟୋଗ ଗତକାଲି ସ୍ପଷ୍ଟ କରିଛନ୍ତି ଯେ, ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପରେ ଏଭଳି ମାମଲାରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ । ଆୟୋଗ ୨୦୧୩ ଡିସେମ୍ବର ୪ରେ ଏକ ପତ୍ର ଜାରି କରି କହିଥିଲେ ଯେ, ରାଜନୀତି ଲାଗି ସେନାର ନାଁ ବ୍ୟବହାର କରାଯାଇ ପାରିବ ନାହିଁ । ନିର୍ବାଚନ ଆୟୋଗ କହିଥିଲେ ଯେ, ସୁରକ୍ଷା ବଳ ସମଭାବ ଏବଂ ବିନା କୌଣସି ରାଗଦ୍ୱେଷରେ ଦେଶ ପାଇଁ ସେମାନଙ୍କ ଜୀବନ ଉତ୍ସର୍ଗ କରିଥାନ୍ତି । ସେଥିପାଇଁ ରାଜନୈତିକ ଦଳମାରେ ସୈନିକଙ୍କ ନାଁ ଅଥବା ଫଟୋକୁ ବ୍ୟବହାର କରିବାରେ ବଂଚିତ ରୁହନ୍ତୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.