କରୋନା କାଳରେ ହେବ ବିହାର ବିଧାନସଭା ନିର୍ବାଚନ: ନୂତନ ଗାଇଡ୍‌ଲାଇନ୍ ଜାରି କଲେ ଆୟୋଗ, ଅନଲାଇନ୍‌ରେ ନାମାଙ୍କନ ଭରିବେ ପ୍ରାର୍ଥୀ

Published By : Prameya-News7 Bureau | August 21, 2020 IST

ନୂଆଦିଲ୍ଲୀ ୨୧।୦୮: କରୋନା ସଙ୍କଟ ମଧ୍ୟରେ ବିହାର ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ଗାଇଡ୍‌ଲାଇନ୍ ବା ମାର୍ଗଦର୍ଶିକା ଜାରି କରିଛନ୍ତି। ଏହି ଗାଇଡ୍‌ଲାଇନ୍‌ ଅନୁଯାୟୀ ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କୁ ଅନଲାଇନ୍‌ରେ ନାମାଙ୍କନ ପତ୍ର ଦାଖଲ କରିବେ। ଏହା ସହିତ ନିର୍ବାଚନ ସମୟରେ କରୋନାରୁ ରକ୍ଷା ପାଇଁ ନୂତନ ନିୟମର ପାଳନ କରିବାକୁ ପଡିବ। ନିର୍ବାଚନ ଆୟୋଗଙ୍କ ଏହି ଗାଇଡ୍‌ଲାଇନ୍‌ ସଙ୍କେତ ଦେଇଛି ଯେ ରାଜ୍ୟରେ ବିଧାନସଭା ନିର୍ବାଚନ ନିର୍ଦ୍ଧାରିତ ସମୟରେ ହେବ।

ନିର୍ବାଚନୀ ସମ୍ବନ୍ଧିତ ପ୍ରତିଟି ଗତିବିଧି ସମୟରେ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ମାସ୍କ ପିନ୍ଧିବା ଜରୁରୀ। ନିର୍ବାଚନ ପାଇଁ ବ୍ୟବହୃତ ହେବାକୁ ଥିବା ପରିସରରେ ବ୍ୟକ୍ତିଙ୍କ ଥର୍ମାଲ ସ୍କ୍ରିନିଂ କରାଯିବ। ସାନିଟାଇଜର ଓ ସାବୁନ ଉପଲବ୍ଧ କରାଯିବ ଓ ସାମାଜିକ ଦୂରତ୍ଵ ନିୟମର ପାଳନ କରିବାକୁ ପଡିବ।

wp:html /wp:html

ନିର୍ବାଚନ ଆୟୋଗ ଅନୁଯାୟୀ ଏଥର ପ୍ରାର୍ଥୀମାନେ ସିକ୍ୟୁରିଟି ମନି ଅନଲାଇନ୍‌ରେ ଜମା କରିବେ। ପ୍ରଥମ ଥର ନିର୍ବାଚନରେ ପ୍ରାର୍ଥୀମାନେ ସିକ୍ୟୁରିଟି ମନି ଅନଲାଇନ୍‌ରେ ଜମା କରିବେ। ଏହା ବ୍ୟତୀତ ପ୍ରାର୍ଥୀଙ୍କୁ ଅନଲାଇନ୍‌ରେ ନାମାଙ୍କନ ପତ୍ର ଦାଖଲ କରିବାକୁ ପଡିବ।

wp:html /wp:html

ଗାଇଡ୍‌ଲାଇନ୍ ଅନୁଯାୟୀ ଡୋର ଡୁ ଡୋର ପ୍ରଚାର ପାଇଁ ପ୍ରାର୍ଥୀଙ୍କ ସହିତ ଅତି ବେଶିରେ ୫ ଜଣ ଲୋକ ଯାଇ ପାରିବେ। ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁଯାୟୀ ସାର୍ବଜନୀନ ସଭା ଓ ରୋଡ୍‌ ସୋର ଅନୁମତି ମିଳିବ।  କରୋନା ସଙ୍କଟକୁ ଧ୍ୟାନରେ ରଖି ସତର୍କ ରହିବାକୁ ମଧ୍ୟ ପଡିବ। ଫେସ୍ ମାସ୍କ, ସାନିଟାଇଜର, ଥର୍ମାଲ ସ୍କାନର, ଗ୍ଲୋଭ୍ସ, ଫେସିଆଲ ପିପି କିଟ୍ସର ବ୍ୟବହାର ନିର୍ବାଚନ ପ୍ରକ୍ରିୟା  ସମୟରେ କରାଯିବ ଓ ସାମାଜିକ ଦୂରତା ନିୟମର ମଧ୍ୟ ପାଳନ କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.