ରାଜ୍ୟ ନିର୍ବାଚନ କମିଶନଙ୍କ ସୂଚନା: ନିର୍ଦ୍ୱନ୍ଦରେ ନିର୍ବାଚିତ ହେଲେ ୧୨୬ ସରପଞ୍ଚ, ୩୨୬ ସମିତି ସଭ୍ୟ ଏବଂ ଜଣେ ଜିଲ୍ଲା ପରିଷଦ ପ୍ରାର୍ଥୀ

Published By : Prameya-News7 Bureau | January 26, 2022 IST

ଭୁବନେଶ୍ୱର, ୨୬/୦୧: ଚଳିତ ପଞ୍ଚାୟତ ନିର୍ବାଚନ କରୋନା କଟକଣା ମଧ୍ୟରେ ଆୟୋଜିତ ହେଉଥିବା ବେଳେ ପ୍ରକାଶ ପାଇଛି ପ୍ରାର୍ଥୀଙ୍କ ଚୂଡ଼ାନ୍ତ ତାଲିକା । ଏହି ତାଲିକାରେ ୧୨୬ ଜଣ ସରପଞ୍ଚ ପ୍ରାର୍ଥୀ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିବା ବେଳେ ଜଣେ ଜିଲ୍ଲା ପରିଷଦ ଆସନରେ ଭୋଟ ଗ୍ରହଣ ଦରକାର ପଡ଼ିବ ନାହିଁ । ଅର୍ଥାତ ଏହି ଆସନରେ ଜଣେ ବିଜେପି ପ୍ରାର୍ଥୀ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି  ।

ସେହିପରି ୩୨୬ ସମିତି ସଭ୍ୟ ଆସନରେ ନାମାଙ୍କନ ଦାଖଲ କରିଥିବା ପ୍ରାର୍ଥୀ ମଧ୍ୟ ବିନା କୌଣସି ଭୋଟରେ ନିର୍ବାଚିତ ହୋଇଛନ୍ତି । ଅନ୍ୟପଟେ ୩୬,୫୨୩ ୱାର୍ଡ ମେମ୍ୱର ପ୍ରାର୍ଥୀ ମଧ୍ୟ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିବା ଜଣାପଡ଼ିଛି । ଏ ନେଇ ରାଜ୍ୟ ନିର୍ବାଚନ କମିଶନ ପକ୍ଷରୁ ସୂଚନା ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.