Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ନିର୍ବାଚନ ପ୍ରଚାରରେ ଯବାନଙ୍କ ଫଟୋ ବ୍ୟବହାର ନ କରିବାକୁ ନିର୍ବାଚନ ଆୟୋଗଙ୍କ ନିର୍ଦେଶ

21/03/2019 at 3:57 PM

ଦିଲ୍ଲୀ ୨୧/୩ : ପାକିସ୍ତାନରେ ଭାରତୀୟ ବାୟୁସେନା କରିଥିବା ଏୟାର ଷ୍ଟ୍ରାଇକର ଯେମିତି କୌଣସି ରାଜନୈତିକ ଦଳ ଫାଇଦା ନଉଠାଏ ସେନେଇ ଭାରତୀୟ ନିର୍ବାଚନ ଆୟୋଗ କଡା ନିର୍ଦେଶ ଜାରି କରିଛନ୍ତି | ନିର୍ବାଚନ ପ୍ରଚାରବେଳେ କୌଣସି ରାଜନୈତିକ ଦଳ ନିଜ ବିଜ୍ଞାପନରେ ସୁରକ୍ଷାକର୍ମୀ କିମ୍ବା ଯବାନଙ୍କ ଫଟୋ ବ୍ୟବହାର କରିବେ ନାହିଁ ବୋଲି ନିର୍ବାଚନ ଆୟୋଗ କଡା ନିର୍ଦେଶ ଦେଇଛନ୍ତି | ସୁରକ୍ଷାକର୍ମୀଙ୍କ ଫଟୋ ସହ କୌଣସି ଦଳ ପ୍ରଚାର କରିପାରିବେ ନାହିଁ | ଯବାନଙ୍କ ଫଟୋ ମଧ୍ୟ ନିର୍ବାଚନ ପ୍ରଚାର ପାଇଁ ବ୍ୟବହାର କରିପାରିବେ ନାହିଁ କୌଣସି ଦଳ | ଏହାସହ ସୁରକ୍ଷାକର୍ମୀଙ୍କ ସହ ସମ୍ବନ୍ଧିତ ସମାରୋହ ଫଟୋ ମଧ୍ୟ ନିର୍ବାଚନ ପ୍ରଚାର ପାଇଁ ବ୍ୟବହାର କରାଯାଇ ପାରିବନାହିଁ ବୋଲି ନିର୍ଦେଶ ଦେଇଛନ୍ତି ନିର୍ବାଚନ ଆୟୋଗ |


ଯଦି ନିର୍ବାଚନ ଆୟୋଗଙ୍କୁ ଏ ସମ୍ପର୍କିତ କୌଣସି ଅଭିଯୋଗ ମିଳେ ତାହେଲେ ସେହି ଦଳ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ | ଲୋକସଭା ନିର୍ବାଚନରେ ରାଜନୈତିକ ଦଳ ଏହାର ଫାଇଦା ଉଠାଇ ପାରନ୍ତି ବୋଲି ଆୟୋଗ ଆଶଙ୍କା ପ୍ରକାଶ କରିଛନ୍ତି | ଏଥିପାଇଁ ଆୟୋଗ ପୂର୍ବରୁ ହିଁ ଏଡ଼ଭାଇଜାରୀ ଜାରି କରିଛନ୍ତି |

   Related Posts