ନିର୍ବାଚନ ଆୟୋଗର ଜଣେ ଅଧିକାରୀ କରୋନା ପଜିଟିଭ୍ : କ୍ଵାରେଣ୍ଟାଇନରେ କର୍ମଚାରୀ

Published By : Prameya-News7 Bureau | June 08, 2020 IST

ନୂଆଦିଲ୍ଲୀ ୦୮/୦୬ : ଦେଶରେ କରୋନା ସଂକ୍ରମଣ ମାମଲା ଅଢେଇ ଲକ୍ଷ ପାର କରିସାରିଛି | ଦେଶର କୋଣ ଅନୁକୋଣରେ ଭାଇରସ ନିଜର କାୟା ବିସ୍ତାର କରିସାରିଛି | ବର୍ତ୍ତମାନ କରୋନା ମହାମାରୀ ନିର୍ବାଚନ ଆୟୋଗ କାର୍ଯ୍ୟାଳୟରେ ମଧ୍ୟ ପହଞ୍ଚି ସାରିଛି | ସୂଚନା ଅନୁଯାୟୀ, ନିର୍ବାଚନ ଆୟୋଗର ଜଣେ ବରିଷ୍ଠ ଅଧିକାରୀ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି | ତାଙ୍କ ସଂସ୍ପର୍ଶରେ ଆସିଥିବା କର୍ମଚାରୀଙ୍କୁ କ୍ଵାରେଣ୍ଟାଇନ କରାଯାଇଛି | ଅଧିକାରୀନ୍କ କାର୍ଯ୍ୟାଳୟକୁ ସାନିଟାଇଜ କରାଯାଉଛି |

ରବିବାର ଦିନ ଦେଶରେ ପାଖାପାଖି ୧୦ ହଜାର ନୂଆ ମାମଲା ସାମ୍ନାକୁ ଆସିଛି | ଦିନେରେ କରୋନା ରେକର୍ଡ ସଂଖ୍ୟକ ୯ ହଜାର ୯୮୩ କରୋନା ପୀଡିତ ସାମ୍ନାକୁ ଆସିଥିବାବେଳେ ୨୦୬ ଜଣଙ୍କ ମୃତ୍ୟୁ ହୋଇଛି | ସ୍ୱାସ୍ଥ୍ୟ ମନ୍ତ୍ରାଳୟଙ୍କ ସୂଚନ ଆନୁଯାୟୀ, ଦେଶରେ ଏବେ ସୁଦ୍ଧା ୨ ଲକ୍ଷ ୫୬ ହଜାର ୩୮୨ ଜଣ ସଂକ୍ରମଣର ଶିକାର ହୋଇଛନ୍ତି | ତେବେ ଖୁସି ଖବର ହେଲା ୧ ଲକ୍ଷ ୨୪ ହଜାର ୯୫ ଜଣ ରୋଗୀ ସୁସ୍ଥ ହୋଇ ଘରକୁ ମଧ୍ୟ ଫେରିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.