Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||
  • ଜି.ଉଦୟଗିରି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା : ଜଣେ ମୃତ, ୨ ଗୁରୁତର
  • ||
  • କଣ୍ଟାବାଞ୍ଝି : ରେଳ ଷ୍ଟେସନରୁ ୭୪ ଜଣ ଦାଦନ ଶ୍ରମିକ ଉଦ୍ଧାର, ସର୍ଦାର ଫେରାର
  • ||
  • ଜଗତସିଂହପୁର : ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ବାସଭବନ ସମେତ ଏକକାଳୀନ ୪ଟି ସ୍ଥାନରେ ଚଢାଉ
  • ||
  • କୌଶାମ୍ବି : ବରଯାତ୍ରୀ ଗାଡ଼ି ଉପରେ ଓଲଟି ପଡ଼ିଲା ବାଲି ଭର୍ତ୍ତି ଟ୍ରକ୍ ,୮ମୃତ
  • ||
  • ଆମେରିକାରେ କରୋନା ସ୍ଥିତି ଭୟଙ୍କର : ଗୋଟିଏ ସପ୍ତାହ ମଧ୍ୟରେ ୧୦ହଜାର ଲୋକଙ୍କ ଗଲା ଜୀବନ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୫୦ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୮୦ କରୋନା ସଂକ୍ରମିତ, ୩୧୯୫୮୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆଦିଲ୍ଲୀ : ଖସୁଛି କରୋନା ଗ୍ରାଫ, ଦେଶରେ ଗତ ୨୪ଘଣ୍ଟାରେ ୩୬୬୦୪ ନୂଆ କୋଭିଡ଼ ଆକ୍ରାନ୍ତ ଚିହ୍ନଟ
  • ||

ବନ୍ଧବାଡ ମାନୁ ନାହାନ୍ତି ନେତା: ଏବେ ବିଜେପି ନେତ୍ରୀ ଇମର୍ତ୍ତୀ ଦେବୀଙ୍କୁ ନିର୍ବାଚନ ଆୟୋଗଙ୍କ ନୋଟିସ୍, ୪୮ ଘଣ୍ଟା ଭିତରେ ମାଗିଲେ ଜବାବ

27/10/2020 at 5:40 PM

ଭୋପାଳ ୨୭।୧୦: ନିର୍ବାଚନ ଆୟୋଗ ମଙ୍ଗଳବାର ମଧ୍ୟ ପ୍ରଦେଶ ଉପ ନିର୍ବାଚନରେ ବିଜେପି ପ୍ରାର୍ଥୀ ଇମର୍ତ୍ତୀ ଦେବୀଙ୍କୁ ରାଜନୈତିକ ପ୍ରତିଦ୍ଵନ୍ଦୀଙ୍କୁ ପାଗଳ କହିବା ଏବଂ ତାଙ୍କ ପରିବାରର ମହିଳା ସଦସ୍ୟଙ୍କ ବିରୋଧରେ ଅପମାନଜନକ ଟିପ୍ପଣୀ ପାଇଁ ନୋଟିସ୍ ଜାରି କରିଛନ୍ତି। ଆୟୋଗ ୪୮ ଘଣ୍ଟା ଭିତରେ ନୋଟିସ୍‌ର ଜବାବ ଦେବାକୁ କହିଛନ୍ତି। ଯଦି ଇମର୍ତ୍ତୀ ଦେବୀ ଆୟୋଗ ଦ୍ଵାରା ଦିଆଯାଇଥିବା ସମୟ ସୀମା ମଧ୍ୟରେ ଉତ୍ତର ନଦିଅନ୍ତି ତେବେ ଆୟୋଗ ତାଙ୍କ ବିରୋଧରେ ବିହିତ କାର୍ଯ୍ୟାନୁଷ୍ଠାନ ନେବ।

ଗତ ଦିନରେ ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା କମଲନାଥ ଏକ ଜନସଭାକୁ ସମ୍ବୋଧିତ କରି ବଜେପି ନେତ୍ରୀ ଇମର୍ତ୍ତୀ ଦେବୀଙ୍କ ପ୍ରତି ଆଶାଳୀନ ଟିପ୍ପଣୀ କରିଥିଲେ। ଏହା ଉପରେ ବିବାଦ ବଢିବା ପରେ ନିର୍ବାଚନ ଆୟୋଗ ନୋଟିସ୍ ଜାରି କରି କମଲନାଥଙ୍କଠୁ ଜବାବ ମାଗିଥିଲେ। କମଲନାଥ ଉତ୍ତର ରଖିବା ପରେ ଆୟୋଗ କହିଥିଲେ ବିଜେପି ମହିଳା ପ୍ରାର୍ଥୀଙ୍କ ପ୍ରତି ଆଇଟମ୍ ପରି ଶବ୍ଦ ବ୍ୟବହାର କରିବା ନିର୍ବାଚନ ଆଚରଣ ବିଧିର ଉଲ୍ଲଂଘନ। ଆୟୋଗ କମଲନାଥଙ୍କୁ ପରାମର୍ଶ ଦେଇ କୌଣସି ଜନସଭାକୁ ସମ୍ବୋଧିତ  କରିବା ବେଳେ ଏଭଳି ଶବ୍ଦ ପ୍ରୟୋଗ ନକରିବାକୁ ପରାମର୍ଶ ଦେଇଥିଲେ।

କମଲନାଥଙ୍କ ଘଟଣା ପରେ  ମଧ୍ୟ ପ୍ରଦେଶ ସରକାରରେ ମନ୍ତ୍ରୀ ଥିବା ଇମର୍ତ୍ତୀ ଦେବୀ ଏକ ଭିଡିଓରେ ନିଜର ରାଜନୈତିକ ପ୍ରତିଦ୍ଵନ୍ଦୀଙ୍କ ବିନା ନାମ ନେଇ ପାଗଳ କହିଥିଲେ। ଏହା ସହିତ ପ୍ରତିଦ୍ଵନ୍ଦୀଙ୍କ ମହିଳା ସଦସ୍ୟଙ୍କ ପ୍ରତି ଅପମାନଜନକ ଟିପ୍ପଣୀ କରିଥିଲେ। ହେଲେ ଇମର୍ତ୍ତୀ ଦେବୀ ଏହି ଭିଡିଓରେ କାହାରି ନାମ ନେଇ ନାହାନ୍ତି। କିନ୍ତୁ ସେ ଏହି ପରି ଟିପ୍ପଣୀ ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ଉଦ୍ଦେଶ୍ୟରେ ଦେଇଥିବା କୁହାଯାଉଛି। ଏହାକୁ ଗମ୍ଭୀରତାର ସହ ନେଇ ଆୟୋଗ ଇମର୍ତ୍ତୀ ଦେବୀଙ୍କୁ ନୋଟିସ୍ ଜାରି କରି ଜବାବ ଲୋଡିଛନ୍ତି।

   Related Posts