୨୦୧୯ ସାଧାରଣ ନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ ଆରମ୍ଭ

Published By : Prameya-News7 Bureau | August 27, 2018 IST

ନୂଆ ଦିଲ୍ଲୀ ୨୭/୮:ଆଗାମୀ ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ ସବୁ ରାଜନୈତିକ ଦଳର ବୈଠକ ଚାଲିଛି । ଏଥିରେ ସମସ୍ତ ସ୍ବୀକୃତିପ୍ରାପ୍ତ ଜାତୀୟ ଓ ରାଜ୍ୟସ୍ତରୀୟ ଦଳ ଅଂଶଗ୍ରହଣ କରିଛନ୍ତି । ବିଜେଡିରୁ ସାଂସଦ ପିନାକି ମିଶ୍ର ଉପସ୍ଥିତ ଅଛନ୍ତି । ବୈଠକରେ ୭ଟି ଜାତୀୟ ଦଳ ଓ ୫୧ଟି ଆଞ୍ଚଳିକ ଦଳର ପ୍ରତିନିଧିଙ୍କୁ ଯୋଗ ଦେବାଲାଗି ଆମନ୍ତ୍ରଣ କରାଯାଇଛି । ବୈଠକର ଭୋଟର ତାଲିକାରେ ସଂଶୋଧନ ଓ ସ୍ବଚ୍ଛତା ବଜାୟ ରଖିବା, ଦଳୀୟ ସଂଗଠନ ଓ ନିର୍ବାଚନରେ ମହିଳା ପ୍ରାର୍ଥୀଙ୍କ ସଂଖ୍ୟା ବୃଦ୍ଧି ଆଦି ପ୍ରସଙ୍ଗରେ ଆଲୋଚନା କରାଯାଉଛି । ଏଥିସହ ନିର୍ବାଚନ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବା ଏବଂ ଠିକ ସମୟରେ ଅଡିଟ ରିପୋର୍ଟ ଓ ଖର୍ଚ୍ଚର ସମସ୍ତ ବିବରଣୀ ଦାଖଲ କରିବା, ଇଭିଏମ ଓ ଭିଭିପାଟ ବ୍ୟବହାର ଆଦି ପ୍ରସଙ୍ଗରେ ଆଲୋଚନା ହେଉଛି । ଏହାସହ ଏକକ ନିର୍ବାଚନ ଭଳି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ମଧ୍ୟ ଆଲୋଚନା ହେ।ଇପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.