ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ନୋଟିସ, ଘୁଞ୍ଚିଲା +୨ ପରୀକ୍ଷା
  • ||
  • ଆତ୍ମ ସମର୍ପଣ କଲେନି ସିଦ୍ଧୁ, ସ୍ୱାସ୍ଥ୍ୟଗତ ସମସ୍ୟା ଦର୍ଶାଇ ମାଗିଲେ ସମୟ
  • ||
  • ସନ୍ଧ୍ୟାରେ ରୟାଲ୍ସ ବନାମ କିଙ୍ଗସ, ଜିତିଲେ ପ୍ଲେ-ଅଫରେ ଏଣ୍ଟ୍ରି କରିବ ରାଜସ୍ଥାନ
  • ||
  • ଲାଲୁ ପରିବାରକୁ ଗୁଡ୍ ମର୍ଣ୍ଣିଂ କଲା ସିବିଆଇ : ସକାଳୁ ସକାଳୁ ୧୭ ଜାଗାରେ ଚଢଉ
  • ||
  • ରାଜ୍ୟରେ ଖସୁଛି କରୋନା, ୨୪ ଘଣ୍ଟାରେ ବାହାରିଲେ ୧୦ ପଜିଟିଭ୍
  • ||
  • ଶନିବାରଠୁ ବଢିବ ତାତି, ଆସନ୍ତା ସପ୍ତାହରେ ଲଘୁଚାପ
  • ||
  • ୨୭ ମାସ ପରେ ମୁକୁଳିଲେ ଆଜମ ଖାନ, ସ୍ୱାଗତ ପାଇଁ ପହଁଚିଲେ ଶିବପାଲ ଯାଦବ
  • ||
  • ରାଜଧାନୀରେ ବୋମାମାଡ, ସହିଦନଗର ଥାନା ପୋଲିସର ତଦନ୍ତ ଜାରି
  • ||
  • ମଧ୍ୟାହ୍ନରେ ଆତ୍ମସମର୍ପଣ କରିବେ ସିଦ୍ଧୁ, ବର୍ଷେ ପାଇଁ ଯିବେ ଜେଲ୍ !
  • ||
  • ଆଜି ଜେଲରୁ ମୁକୁଳି ପାରନ୍ତି ଆଜମ ଖାନ, ଜେଲରେ ପହଁଚିଲା ଜାମିନ ଆଦେଶ
  • ||

୧୯ ନିର୍ବାଚନ ପାଇଁ ସଜବାଜ, ନିର୍ବାଚନ କମିଶନଙ୍କ ସର୍ବଦଳୀୟ ବୈଠକ

27/08/2018 at 6:04 AM

ନୂଆଦିଲ୍ଲୀ ୨୭/୮ :  ନିର୍ବାଚନୀ ସଂଶୋଧନ ନେଇ ସର୍ବଦଳୀୟ ବୈଠକରେ ଆଲୋଚନା କଲେ ମୁଖ୍ୟ ନିର୍ବାଚନ କମିଶନ । ସାରା ଦେଶରେ ୱାନ୍ ନେସନ୍ ୱାନ୍ ପୋଲ୍ ଚର୍ଚ୍ଚା ଜୋର୍ ଧରିଥିବା ବେଳେ ଜାତୀୟ ଓ ଆଞ୍ଚଳିକ ରାଜନୈତିକ ଦଳଗୁଡ଼ିକ ସହ ନିର୍ବାଚନୀ ସଂସ୍କାର ନେଇ ଲେଙ୍ଗଥ୍ ବ୍ରେଡଥ୍ ଆଲୋଚନା କରିଛନ୍ତି ସିଇସି ।

୧୯ ନିର୍ବାଚନ ପାଖେଇ ଆସୁଥିବା ବେଳେ ନିର୍ବାଚନ କମିଶନ ଡାକିଲେ ସର୍ବଦଳୀୟ ବୈଠକ । ନିର୍ବାଚନୀ ସଂସ୍କାର ନେଇ ବିଭିନ୍ନ ଜାତୀୟ ଓ ଆଞ୍ଚଳିକ ରାଜନୈତିକ ଦଳଗୁଡ଼ିକ ସହ କରିଛନ୍ତି ଆଲୋଚନା । ଇଭିଏମରେ ଭିଭିପାଟ୍ ବ୍ୟବହାର, ରାଜନୈତିକ ଦଳଗୁଡ଼ିକର ଖର୍ଚ୍ଚ ସୀମା ସହ ଠିକ୍ ସମୟରେ ଅଡିଟ୍ ରିପୋର୍ଟ, ପେଡ୍ ନ୍ୟୁଜ୍ ଉପରେ ରୋକ୍, ଭୋଟିଂର ୪୮ ଘଣ୍ଟା ପୂର୍ବରୁ ପ୍ରତ୍ୟକ୍ଷ ଓ ପରୋକ୍ଷ ପ୍ରଚାର ବନ୍ଦ କରିବା, ରାଜ୍ୟ ବାହାରେ ଥିବା ଭୋଟରମାନେ କେମିତି ଭୋଟ୍ ଦେଇପାରିବେ ଆଦି ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି ନିର୍ବାଚନ କମିଶନ । ଭୋଟ୍ ପରିଚୟ ପତ୍ରକୁ ଆଧାର ଲିଙ୍କ୍ କରିବା ନେଇ ମଧ୍ୟ ଆଲୋଚନା ହୋଇଛି ।

ୱାନ୍ ନେସନ୍ ୱାନ୍ ପୋଲ୍ ନେଇ ଚର୍ଚ୍ଚା ଜୋର୍ ବେଳେ ମୁଖ୍ୟ ନିର୍ବାଚନ କମିଶନ ଡାକିଛନ୍ତି ସର୍ବଦଳୀୟ ବୈଠକ । ୭ଟି ଜାତୀୟ ଏବଂ ୫୧ଟି ଆଞ୍ଚଳିକ ଦଳକୁ ବୈଠକକୁ ଡକା ଯାଇଥିଲା । କଂଗ୍ରେସ, ଟିଏମସି, ବିଏସପି, ଜେଡିଏସ୍, ଟିଡିପି, ଏନସିପି, ଏସପି, ସିପିଆଇ, ସିପିଏମ, ଆରଜେଡି, ୱାଇଏସଆର୍ କଂଗ୍ରେସ, କେରଳ କଂଗ୍ରେସ ମଣି, ଆମ୍ ଆଦମୀ ପାର୍ଟି, ଏଆଇୟୁଡିଏଫ୍ ଓ ବିଜେଡି ଆଦି ଦଳ ବୈଠକରେ ଯୋଗ ଦେଇଥିଲେ । ଇଭିଏମ୍ ଏବଂ ଭିଭିପାଟ୍ ମେସିନ୍ ଉପରେ ମୁଖ୍ୟ ନିର୍ବାଚନ କମିଶନ ଗୁରୁତ୍ବ ଦେଇଥିବା ବେଳେ କଂଗ୍ରେସ ସମେତ ଟିଏମସି, ଏସପି, ଏନସିପି ଆଦି ଦଳ ବାଲଟ୍ ପେପର୍ ବ୍ୟବହାର କରିବାକୁ ଦାବି କରିଥିଲେ । ସେପଟେ ବିଜେଡି କିନ୍ତୁ ଇଭିଏମ୍-ଭିଭିପାଟ୍ ମେସିନକୁ ସମର୍ଥନ କରିଛି ।

ମହିଳା ନେତୃତ୍ବକୁ ଯେମିତି ସଠିକ୍ ଗୁରୁତ୍ବ ଦିଆଯିବ, ସେନେଇ ରାଜନୈତିକ ଦଳଗୁଡ଼ିକ ସହ ଆଲୋଚନା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନ । ତେବେ ଆଇନଗତ,  ସାମ୍ବିଧାନିକ ଏବଂ ବ୍ୟବସ୍ଥା କଥା କହି ମୁଖ୍ୟ ନିର୍ବାଚନ କମିଶନ, ଏକକ ନିର୍ବାଚନ ଅସମ୍ଭବ ବୋଲି ପୂର୍ବରୁ କହିଥିଲେ ମଧ୍ୟ କିଛି ରାଜନୈତିକ ଦଳ ସେ ପ୍ରସଙ୍ଗକୁ ଉଠାଇଥିଲେ ।

   Related Posts