ସାଧାରଣ ନିର୍ବାଚନରେ ବିଜୟୀ ସଦସ୍ୟଙ୍କ ନାମ ଥିବା ବିଜ୍ଞପ୍ତି ପତ୍ର ରାଷ୍ଟ୍ରପତିଙ୍କୁ ପ୍ରଦାନ କଲେ ନିର୍ବାଚନ କମିଶନ

Published By : Prameya-News7 Bureau | May 25, 2019 IST

ନୂଆଦିଲ୍ଲୀ ୨୫/୫ :ଆଜି ଅପରାହ୍ନ ୧୨ଟା ୩୦ରେ ନିର୍ବାଚନ କମିଶନର ଅଶୋକ ଲାଭାସା ଓ ସୁଶୀଲ ଚନ୍ଦ୍ରାଙ୍କ ସହ ମୁଖ୍ୟ ନିର୍ବାଚନ କମିଶନର ଶ୍ରୀ ସୁନୀଲ ଆରୋରା ରାଷ୍ଟ୍ରପତିଙ୍କୁ ଭେଟିଥିଲେ । ସେମାନେ ୧୯୫୧ ଲୋକ ପ୍ରତିନିଧି ଆଇନ ଧାରା-୭୩ ଅନ୍ତର୍ଗତ ୧୭ତମ ଲୋକସଭା ସାଧାରଣ ନିର୍ବାଚନରେ ନିର୍ବାଚିତ ହୋଇଥିବା ସଦସ୍ୟମାନଙ୍କ ନାମ ଥିବା ଏକ ବିଜ୍ଞପ୍ତି ପତ୍ର ରାଷ୍ଟ୍ରପତିଙ୍କୁ ପ୍ରଦାନ କରିଥିଲେ ।

ନିର୍ବାଚନ ପ୍ରକ୍ରିୟା ଏବଂ ମନୁଷ୍ୟ ଇତିହାସରେ ସର୍ବବୃହତ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ସଫଳତାର ସହ ଶେଷ କରିଥିବାରୁ ରାଷ୍ଟ୍ରପତି ମୁଖ୍ୟ ନିର୍ବାଚନ କମିଶନର ଏବଂ ଅନ୍ୟ ନିର୍ବାଚନ କମିଶନରମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । ଅବିଶ୍ରାନ୍ତ ଓ ନିଷ୍ଠାପର ଭାବେ କାର୍ଯ୍ୟ କରି ଏକ ସଫଳ ଓ ନିରପେକ୍ଷ ନିର୍ବାଚନକୁ ପରିଚାଳନା କରିଥିବା ତଥା ଜନସାଧାରଣଙ୍କ ବାଲଟ୍ର ପବିତ୍ରତା ରକ୍ଷା କରିଥିବା ନିର୍ବାଚନ କମିଶନ, ଏହାର ଅଧିକାରୀ, କାର୍ଯ୍ୟକର୍ତା ଏବଂ ତଦାରଖ କାର୍ଯ୍ୟରେ ନିୟୋଜିତ ଥିବା କେନ୍ଦ୍ର ଓ ରାଜ୍ୟର ପୁଲିସ ଓ ସୁରକ୍ଷାକର୍ମୀମାନଙ୍କର ପ୍ରୟାସକୁ ରାଷ୍ଟ୍ରପତି ପ୍ରଶଂସା କରିଥିଲେ ।

ସର୍ବୋପରି ନିର୍ବାଚନ ପ୍ରକ୍ରିୟାରେ ଅଂଶଗ୍ରହଣ କରିଥିବା କୋଟିକୋଟି ଜନସାଧାରଣଙ୍କୁ ସେ ପ୍ରଶଂସା କରିଥିଲେ । ଏହା ସମ୍ପୂର୍ଣ୍ଣ ଭାବେ ଭାରତର ସମ୍ବିଧାନ ଓ ଏହାର ଗଭୀର ଓ ଅପ୍ରତିହତ ଗଣତାନ୍ତ୍ରିକ ପରମ୍ପରାର ଅନୁରୂପ ବୋଲି ରାଷ୍ଟ୍ରପତି ପ୍ରକାଶ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.