Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ନିର୍ବାଚନ ପାଇଁ ବଦଳିଲା କରୋନା ଗାଇଡ୍‌ଲାଇନ୍:୧୨ ରାଜ୍ୟରେ ରାଜନୈତିକ ରାଲି ପାଇଁ ମିଳିଲା ଅନୁମତି

8/10/2020 at 7:06 PM

ନୂଆଦିଲ୍ଲୀ ୦୮/୧୦ : କେନ୍ଦ୍ର ସରକାର କରୋନା ଭାଇରସ ଗାଇଡଲାଇନରେ ଗୁରୁବାର ଦିନ କିଛି ପରିବର୍ତ୍ତନ କରିଛନ୍ତି। ସରକାର ୧୨ ରାଜ୍ୟରେ ରାଜନୈତିକ ରାଲି ପାଇଁ ତତ୍କାଳ ରୂପରେ ଅନୁମତି ଦେଇଛନ୍ତି ଯେଉଁ ୧୨ ରାଜ୍ୟରେ ନିର୍ବାଚନ ହେବାକୁ ଅଛି। ଏହା ପୂର୍ବରୁ ଗୃହ ମନ୍ତ୍ରାଳୟ ଅକ୍ଟୋବର ୧୫ ତାରିଖ ପରେ ନିର୍ବାଚନୀ ରାଜ୍ୟରେ ରାଲି ପାଇଁ ଅନୁମତି ଦେଇଥିଲେ।

ସରକାରଙ୍କ ଏହି ଘୋଷଣା ପରେ ବିହାର ବିଧାନସଭା ନିର୍ବାଚନ ପ୍ରସ୍ତୁତି ଉପରେ ପ୍ରଭାବ ପଡିବ। କାରଣ କୋଭିଡ-୧୯ ର ପୁରୁଣା ଗାଇଡଲାଇନ ଅନୁସାରେ ବଡ ସଭାକୁ ଅନୁମତି ଦେଇନଥିଲେ। ଯେଉଁଥିପାଇଁ ରାଜନୈତିକ ଦଳ ନିର୍ବାଚନ ରାଲି ଓ ସଭା ଆୟୋଜିତ କରିପାରି ନଥାନ୍ତେ।

ନିର୍ବାଚନ ଆୟୋଗ କିଛି ଦିନ ପୂର୍ବରୁ ନିର୍ବାଚନ ତାରିଖ ଘୋଷଣା କରିଥିଲେ। ଏହି ନିର୍ବାଚନରେ ମୁଖ୍ୟତଃ ବିଧାନସଭା ନିର୍ବାଚନ, କିଛି ଆସନ ପାଇଁ ଉପନିର୍ବାଚନ ଏବଂ ଗୋଟିଏ ଲୋକସଭା ଆସନ ପାଇଁ ଉପନିର୍ବାଚନ ହେବାର ଅଛି। ବିହାରରେ ଅକ୍ଟୋବର ୨୮ ତାରିଖରେ ତିନିଟି ପର୍ଯ୍ୟାୟରେ ମତଦାନ ହେବ। ଏହାଛଡା ତେଲେଙ୍ଗାନା, ମଧ୍ୟ ପ୍ରଦେଶ, ଉତ୍ତର ପ୍ରଦେଶ, ଗୁଜରାଟ, କର୍ଣ୍ଣାଟକ, ହରିୟାଣା, ଝାରଖଣ୍ଡ, ଛତିଶଗଡ଼, ମଣିପୁର, ନାଗାଲାଣ୍ଡ ଓ ଓଡିଶାରେ ବିଧାନସଭା ଉପନିର୍ବାଚନ ହେବାର ଅଛି। ନିର୍ବାଚନ ଫଳାଫଳ ନଭେମ୍ବର ୧୦ ତାରିଖରେ ଘୋଷଣା ହେବ।

ଗୃହ ମନ୍ତ୍ରାଳୟ ସମସ୍ତ ରାଜନୈତିକ ଦଳକୁ ସୁନିଶ୍ଚିତ କରିବାକୁ କହିଛନ୍ତି ଯେ କୋଭିଡ-୧୯ କଟକଣା ସମସ୍ତେ ପାଳନ କରିବେ। ସେପ୍ଟେମ୍ବର ୩୦ ତାରିଖରେ ଜାରି ହୋଇଥିବା ଗାଇଡଲାଇନରେ କୁହାଯାଇଥିଲା ଯେ ପ୍ରାର୍ଥୀ, ଭୋଟରଙ୍କ ସମେତ ସମସ୍ତଙ୍କୁ ନିୟମ ପାଳନ କରିବାକୁ ହେବ।

   Related Posts