ମୁସଲିମଙ୍କୁ ଭୋଟ୍ ଦେବାକୁ ଅପିଲ୍ କରି ଫସିଲେ ମମତା ବାନାର୍ଜୀ, ୪୮ ଘଣ୍ଟା ଭିତରେ ଜବାବ ମାଗିଲେ ନିର୍ବାଚନ ଆୟୋଗ

Published By : Prameya-News7 Bureau | April 07, 2021 IST

ନୂଆଦିଲ୍ଲୀ ୦୭।୦୪: ନିର୍ବାଚନ ଆୟୋଗ ଆଚରଣ ବିଧି ଉଲ୍ଲଂଘନକୁ ନେଇ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ଟିଏମସି ପ୍ରମୁଖ ମମତା ବାନାର୍ଜୀଙ୍କୁ ନୋଟିସ୍ ଜାରି କରିଛନ୍ତି। ଆୟୋଗ ମମତା ବାନାର୍ଜୀଙ୍କୁ ୪୮ ଘଣ୍ଟା ଭିତରେ ଉତ୍ତର ରଖିବାକୁ କହିଛନ୍ତି। ଉଲ୍ଲେଖନୀୟ ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ ମୁଖତାର ଅବାସ ନକଭିଙ୍କ ନେତୃତ୍ଵରେ ବିଜେପିର ଏକ ପ୍ରତିଦିନିଧି ଦଳ ମଙ୍ଗଳବାର ନିର୍ବାଚନ ଆୟୋଗଠାରେ ମମତା ବାନାର୍ଜୀଙ୍କ ବିରୋଧରେ ଅଭିଯୋଗ କରିଥିଲେ।

ବିଜେପି ନିଜର ଅଭିଯୋଗରେ କହିଥିଲା ଯେ, ମମତା ବାନାର୍ଜୀ ନିର୍ବାଚନ ପ୍ରଚାର ସମୟରେ ମୁସଲିମ ଭୋଟରଙ୍କୁ ଏକଜୁଟ୍ ହୋଇ ନିଜର ଭୋଟ୍ ଟିଏମସିକୁ ଦେବାକୁ ଅପିଲ୍ କରିଥିଲେ। ନିର୍ବାଚନ ଆୟୋଗ ନୋଟିସ୍ ଜାରି କରି କହିଛନ୍ତି ଯେ, ମମତା ବାନାର୍ଜୀଙ୍କ ଟିପ୍ପଣୀ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଛି। ମମତା ଏହି ଟିପ୍ପଣୀ ହୁଗୁଳୀ ଜିଲ୍ଲାରେ ତାରକେଶ୍ଵର ନିର୍ବାଚନ ରାଲିରେ ଦେଇଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାରର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ଶାଣିତ ସ୍ଵରରେ ଆକ୍ରମଣ କରି କହିଥିଲେ, ଭୋଟ୍ ବ୍ୟାଙ୍କ ଯେମିତି ନବିଗଡେ, ଏଥିପାଇଁ ମୁସଲମାନଙ୍କୁ ଏକଜୁଟ୍ ରହିବାକୁ ମମତା ଅପିଲ୍ କରିବା ଏହା ସ୍ପଷ୍ଟ ସୂଚାଉଛି ଯେ, ତୃଣମୂଳ କଂଗ୍ରେସ ବିଧାନସଭା ନିର୍ବାଚନ ଲଢେଇ ହାରି ଯାଇଛି। ପ୍ରଧାନମନ୍ତ୍ରୀ ରାଜ୍ୟରେ ଦୁଇଟି ନିର୍ବାଚନ ରାଲିକୁ ସମ୍ଵୋଧିତ କରି ଦାବି କରିଥିଲେ ଯେ, ଯଦି ସେ ଏହି ପରି ହିନ୍ଦୁଙ୍କୁ ଏକଜୁଟ୍ ରହିବା ଏବଂ ବିଜେପିକୁ ଭୋଟ୍ ଦେବାକୁ ଅପିଲ୍ କରିଥାନ୍ତେ ତେବେ ତାଙ୍କୁ ନିର୍ବାଚନ ଆୟୋଗ ନିକଟରୁ ୮-୧୦ ନୋଟିସ୍ ମିଳି ଯାଇଥାନ୍ତା। ସମଗ୍ର ଦେଶରେ ଖବର କାଗଜରେ ତାଙ୍କ ବିରୋଧରେ ସଂପାଦକୀୟ ଛପି ଯାଇଥାନ୍ତା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.